ବିଜେପିରେ ସାମିଲ ହେଲେ ୭ ପୂର୍ବତନ ସେନା ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ବିଜେପିରେ ସାମିଲ ହେଲେ ୭ ପୂର୍ବତନ ସେନା ଅଧିକାରୀ

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନିର୍ମଲା ସୀତାରମଣଙ୍କ ଉପସ୍ଥିତିରେ ୭ ଜଣ ପୂର୍ବତନ ସେନା ଅଧିକାରୀ ବିଜେପିରେ ଯୋଗ ଦେଇଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ଜେବିଏସ୍‌ ଯାଦବ, ଲେଫ୍ଟନାଣ୍ଟ ଜେନେରାଲ ଆରଏନ୍‌ ସିଂହ, ଲେଫ୍ଟନାଣ୍ଟ ଜେନେରାଲ ଏସ୍‌କେ ପଟ୍ୟାଲ, ଲେଫ୍ଟନାଣ୍ଟ ଜେନେରାଲ ସୁନୀତ କୁମାର, ଲେଫ୍ଟନାଣ୍ଟ ଜେନେରାଲ ନୀତୀନ କୋହଲି, କର୍ଣ୍ଣେଲ ଆରକେ ତ୍ରିପାଠୀ ଏବଂ ୱିଙ୍ଗ କମାଣ୍ଡର ନବନୀତ ମାଗନ୍‌ ଆଜି ବିଜେପିରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ସାଧାରଣ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଥିବାରୁ ଏହା ଖୁବ୍‌ ଚର୍ଚ୍ଚାରେ ରହିଛି।

ନିର୍ମଲା ଏହି ଅବସରରେ କହିଛନ୍ତି, “ବହୁ ଗୌରବ ବହନ କରୁଥିବା ଦେଶର ବିଶିଷ୍ଟ ସେନା ଅଧିକାରୀଙ୍କୁ ବିଜେପିକୁ ସ୍ୱାଗତ କରି ମୁଁ ଆନନ୍ଦିତ। ସେମାନେ ପୂର୍ବରୁ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିସାରିଛନ୍ତି। ବିଜେପି ସେମାନଙ୍କ ନିକଟରେ କୃତଜ୍ଞ। ସେମାନେ ଜାତୀୟ ସୁରକ୍ଷା ପାଇଁ ନୀତି ନିର୍ଦ୍ଧାରଣରେ ଆମକୁ ଦିଗ୍‌ଦର୍ଶନ ଦେବେ। ମୁଁ ସମସ୍ତଙ୍କୁ ବିଜେପିକୁ ସ୍ୱାଗତ କରୁଛି।”

ଲେଫ୍ଟନାଣ୍ଟ ଜେନେରାଲ ଜେବିଏସ୍‌ ଯାଦବ ଏହି ଅବସରରେ କହିଥିଲେ, ଆମକୁ ଦଳର ସଦସ୍ୟ ଭାବରେ ଗ୍ରହଣ କରିଥିବାରୁ ମୁଁ ବିଜେପିକୁ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ପ୍ରତ୍ୟେକ ମଣିଷର ରାଜନୀତିକ ସ୍ୱାଧୀନତା ରହିବା ଆବଶ୍ୟକ। ଆମ ଦେଶ ଏବେ ବିକାଶ ପଥରେ ଆଗେଇ ଚାଲିଛି। ଆମ ପରି ଅବସରପ୍ରାପ୍ତ ସେନା ଅଧିକାରୀ ରାଷ୍ଟ୍ରସେବା ପାଇଁ ରାଜନୀତିରେ ସାମିଲ ହେବା ପାଇଁ ବର୍ତ୍ତମାନ ସମୟ ଆସିଛି।



from Odisha Reporter http://bit.ly/2DELUyJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages