ଅପାରଗତାକୁ ଲୁଚାଇବା ପାଇଁ ଆଉ କେତେ ମିଛ କହିବ ବିଜେଡି : ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ଅପାରଗତାକୁ ଲୁଚାଇବା ପାଇଁ ଆଉ କେତେ ମିଛ କହିବ ବିଜେଡି : ବିଜେପି

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) : ନିର୍ବାଚନୀ ଉଷ୍ମତା ମଧ୍ୟରେ ବିଜେଡି ଓ ବିଜେପି ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। ବିଜେଡିର ବିଜ୍ଞାପନକୁ ବିଭ୍ରାନ୍ତିକର ବୋଲି କହିବା ପରେ ବିଜେଡି ସାମ୍ବାଦିକ ସମ୍ମିଳନୀରେ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଥିଲା। ତେବେ ବିଜେଡି ଅଭ୍ୟାସଗତ ମିଛୁଆ ବୋଲି କହି ବିଜେପି ତା’ର କଡ଼ା ପାଲଟା ଜବାବ ଦେଇଛି।

ଆଜି ଅପରାହ୍ନରେ ଦଳର ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୧୯ ବର୍ଷର ନବୀନ ବାବୁଙ୍କ ସରକାରର ସ୍ଥାଣୁତା ଓ ଅପାରଗତା ପାଇଁ ଦେଶରେ ବିକାଶର ମାପକାଠିରେ ଓଡ଼ିଶା ପଛରେ ପଡ଼ିଛି। କେବଳ ବିକାଶର ମିଛ ସ୍ୱପ୍ନ ଦେଖାଇ ଠକି ପାରୁଥିବା ବିଜେଡିର ମୁଖିଆ ନବୀନ ବାବୁ ହେଉଛନ୍ତି ମିଥ୍ୟା ତଥ୍ୟର ସୌଦାଗର। ହେଲେ ଏବେ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କର ୧୯ ବର୍ଷର ମିଛକୁ ବୁଝିସାରିଲେଣି। ମିଛକୁ ଘୋଡ଼ାଇବା ପାଇଁ ବିଜେଡି ଆଉ ଯେତେ ମିଛର ସାହାରା ନେଲେ ବି ଓଡ଼ିଶାବାସୀ ପରିବର୍ତନ ଚାହିଁଲେଣି।

ନବଜାତ ଶିଶୁ ମୃତ୍ୟୁ ହାରରେ ଓଡ଼ିଶା ହେଉଛି ଦେଶରେ ଏକ ନମ୍ବର। ଶିଶୁ ମୃତ୍ୟୁହାରରେ ଓଡ଼ିଶା ଦେଶରେ ତଳ ଆଡୁ ପ୍ରଥମ ହୋଇଥିବାବେଳେ ଏଠାରେ କିନ୍ତୁ ବିଜେଡିର ସରକାର ଖାଲି ମିଛ ବିଜ୍ଞାପନ ଆଉ ତଥ୍ୟ ଦେଇ ନିଜ ପିଠି ନିଜେ ଥାପୁଡୁଛନ୍ତି। ଓଡ଼ିଶାର ୩୦ ଜିଲ୍ଲାରୁ ୨୫ ଜିଲ୍ଲାରେ କୁପୋଷଣର ସ୍ଥିତି ଅତି ସଙ୍ଗିନ। ସେହିପରି ବୟସ ତୁଳନାରେ ଉଚ୍ଚତା ଓ ଓଜନ ବଢ଼ିବା କ୍ଷେତ୍ରରେ ଓଡ଼ିଶାର ଶିଶୁ ମାନଙ୍କର ଅବସ୍ଥା ଆଫ୍ରିକା ମହାଦେଶର ଦାରିଦ୍ର୍ୟରେ ଶଢୁଥିବା ଇଥିଓପିଆ ଭଳି ଦେଶ ସହ ସମାନ।

ସେହିପରି ଓଡ଼ିଶାରେ ଭ୍ରୁଣ ହତ୍ୟାର ଏକ ର‌୍ୟାକେଟ୍ ଚାଲିଛି। ନବୀନ ବାବୁଙ୍କର ୧୯ ବର୍ଷର ଲଗାତାର ଶାସନ ପରେ ମଧ୍ୟ ରାଜ୍ୟରେ ୧୧୨ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ହୋଇ ପାରିନି। ରାଜ୍ୟରେ ୫୨୯୮ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରରୁ ୧୨୩୯ଟି ଉପକେନ୍ଦ୍ରର ନିଜସ୍ୱ ଘର ନାହିଁ। ରାଜ୍ୟରେ ମାତ୍ର ୧୨ ଜିଲ୍ଲା ମୁଖ୍ୟ ଚିକିସ୍ତ୍ରାଳୟରେ ଆଇସିୟୁ ଚିକିତ୍ସା ସୁବିଧା ଉପଲବ୍ଧ। ରାଜ୍ୟରେ ୮୭% ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ନାହାନ୍ତି। ରାଜ୍ୟରେ ପ୍ରସୂତି ମହିଳା ମାନେ ଅଟୋରେ, ଖଟରେ, ବେତ-ଟୋକେଇରେ ବୁହା ହେଉଛନ୍ତି ଓ ଖୋଲା ଆକାଶ ତଳେ ପ୍ରସବ କରିବାକୁ ବାଧ୍ୟ ହେଉଛନ୍ତି।

ରାଜ୍ୟରେ ଏବେ ୧ କୋଟି ୨ ଲକ୍ଷ ଲୋକ ହେଉଛନ୍ତି ନିରକ୍ଷର। କୋଟିଏ ଅପାଠୁଆଙ୍କ ମୁଖିଆ ହେଉଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ। ରାଜ୍ୟ ସାକ୍ଷରତା ମିଶନର ମୁଖ୍ୟ ହେଉଛନ୍ତି ନିଜେ ଖୋଦ ମୁଖ୍ୟମନ୍ତ୍ରୀ। ସାକ୍ଷରତା ମିଶନ ୨୦୦୧ ମସିହାରେ ଗଠିତ ହୋଇଥିବାବେଳେ ଗତ ୧୮ ବର୍ଷ ଭିତରେ ଥରୁଟିଏ ହେଲେ ଏହାର ବୈଠକ ବସି ନାହିଁ। ୭ % ସରକାରୀ ବିଦ୍ୟାଳୟ ଜଣେ ଶିକ୍ଷକରେ ଚାଲୁଥିବା କଥା ସ୍ୱୀକାର କରନ୍ତୁ ସରକାର। ୬୬% ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୩୦ ଜଣ ଛାତ୍ର ପାଇଁ ଜଣେରୁ କମ୍ ଶିକ୍ଷକ ଅଛନ୍ତି। ୩୬ ହଜାର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍କୁଲରେ କାମଚଳା ପ୍ରଧାନ ଶିକ୍ଷକ କାମ କରୁଛନ୍ତି। ଶିକ୍ଷକମାନଙ୍କୁ ବିଭିନ୍ନ ବର୍ଗରେ ବିଭାଜିତ କରାଯାଉଛି। ସମାନ କାମ ପାଇଁ ଦରମାରେ ବିରାଟ ତାରତମ୍ୟ ଦୂର ହେବ କେବେ ? ରାଜ୍ୟରେ ମାତ୍ର ୧୧ ହଜାର ୧୯୨ଟି ସ୍କୁଲରେ ଖେଳ ପଡ଼ିଆ ଥିବାବେଳେ ବାକି ୩୨ ହଜାରରୁ ଅଧିକ ସ୍କୁଲରେ ଖେଳ ପଡ଼ିଆ ନ ଥିବା ବିଜେଡି ସ୍ୱୀକାର କରୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ରମାରଞ୍ଜନ ବଳିଆରସିଂହ ମଧ୍ୟ ଉପସ୍ଥିତ ଥିଲେ ।



from Odisha Reporter http://bit.ly/2voHBTB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages