
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତତଲା କଢାଇରେ ଭାଜି ହେଉଛି ସାରା ରାଜ୍ୟ। ଦୁଇ ଦିନ ହେଲା ୧୦ରୁ ଅଧିକ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ଉପରେ ରହୁଛି। ତେବେ ଆଜି ୪୫ ଡିଗ୍ରୀ ସେଲ୍ସିୟସ ସହ ପୁଣି ଥରେ ରେକର୍ଡ କରିଛି ଟିଟିଲାଗଡ଼ର ତାତି। ଯାହାଫଳରେ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇଛି।
ଆଜି ବଲାଙ୍ଗିରରେ ୪୩.୫, ତାଳଚେରରେ ୪୩.୩, ସୋନପୁରରେ ୪୩.୨, ଝାରସୁଗୁଡ଼ାରେ ୪୩, ଅନୁଗୋଳ ଓ ସମ୍ବଲପୁରରେ ୪୨.୭, ଭବାନୀପାଟଣାରେ ୪୨.୬, ମାଲକାନଗିରିରେ ୪୨.୫, ସୁନ୍ଦରଗଡ଼ ଓ ହୀରାକୁଦରେ ୪୨, ଫୁଲବାଣୀରେ ୪୧.୬, ଚାନ୍ଦବାଲିରେ ୪୦.୭, କେନ୍ଦୁଝରରେ ୪୦.୩, ଭୁବନେଶ୍ୱରରେ ୩୯.୪ ଏବଂ କଟକର ତାପମାତ୍ରା ୩୯.୮ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ଼ କରାଯାଇଛି।
ଟିଟିଲାଗଡ଼ ପରି ପୁରା ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ଥିତି ଜଟିଳ ହୋଇଛି। ସକାଳ ୧୦ଟାରୁ ବହୁଛି ଝାଞ୍ଜି ପବନ। ମଧ୍ୟାହ୍ନ ପୂର୍ବରୁ ଶୁନ୍ଶାନ ହୋଇ ଯାଉଛି ରାସ୍ତାଘାଟ। ଏପରି ସ୍ଥିତି ଆହୁରି ୨ରୁ ୩ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
from Odisha Reporter http://bit.ly/2ULQlNU
No comments:
Post a Comment