ଟସ୍‌ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ଟସ୍‌ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି

ଜୟପୁର: ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷ ‘କର ବା ମର’ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ଷ୍ଟିଭ୍‌ ସ୍ମିଥ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଗତ ମ୍ୟାଚ୍‌ରେ ରାଜସ୍ଥାନ ପ୍ରତିପକ୍ଷ କୋଲକାତା ନାଇଟ୍‌ ରାଇଡର୍ସକୁ ହରାଇଥିଲା। ସେହିପରି ହାଇଦ୍ରାବାଦ୍‌ ଚେନ୍ନାଇ ସୁପରକିଙ୍ଗସ ଠାରୁ ପରାସ୍ତ ହୋଇଥିଲା।

ରାଜସ୍ଥାନ ବର୍ତ୍ତମାନ ସୁଦ୍ଧା ୧୧ଟି ମ୍ୟାଚରୁ ୪ଟିରେ ଜିତିଛି। ଦଳ ପାଖରେ ୮ ପଏଣ୍ଟ ରହିଛି। ଅର୍ଥାତ ଦଳକୁ ବଳକା ୩ଟି ଯାକ ମ୍ୟାଚକୁ ଜିତିବାକୁ ପଡ଼ିବ। ଅନ୍ୟପକ୍ଷରେ ହାଇଦ୍ରାବାଦ୍ ୧୦ଟି ମ୍ୟାଚରୁ ୫ଟିରେ ଜିତିଥିବା ବେଳେ ସମାନ ସଂଖ୍ୟକ ମ୍ୟାଚ୍‌ ହାରିଛି। ଦଳ ଏବେ ୧୦ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି।

ରାଜସ୍ଥାନ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଜୋଫ୍ରା ଆର୍ଚର ଓ ବେନ ଷ୍ଟୋକ୍ସଙ୍କ ବଦଳରେ ଆଷ୍ଟନ ଟର୍ଣ୍ଣର ଓ ଲିଆମ ଲିଭିଙ୍ଗଷ୍ଟୋନ୍‌ଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଛି। ସେହିପରି ୟୁସୁଫ ପଠାନଙ୍କ ବଦଳରେ ରିଦ୍ଧିମାନ ଶାହା ଓ ସନ୍ଦୀପ ଶର୍ମାଙ୍କ ବଦଳରେ ସିଦ୍ଧାର୍ଥ କୌଲଙ୍କୁ ସୁଯୋଗ ମିଳିଛି।



from Odisha Reporter http://bit.ly/2ZDtmIx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages