ପ୍ୟାଣ୍ଟରେ ଭର୍ତ୍ତି କରି ଚୋରି କଲେ ଅଜଗର, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ପ୍ୟାଣ୍ଟରେ ଭର୍ତ୍ତି କରି ଚୋରି କଲେ ଅଜଗର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କାର୍ ବାଇକ୍‌, ସୁନା, ରୂପା ଆଦି ମୂଲ୍ୟବାନ ସାମଗ୍ରୀ ଚୋରି ହେବା ଏକ ନିୟମିତ ଘଟଣା। ହେଲେ ଆପଣ କେବେ ଅଜଗର ଚୋରି କଥା ଭାବିଛନ୍ତି କି? ତାହା ପୁଣି ନିଜେ ପିନ୍ଧିଥିବା ପ୍ୟାଣ୍ଟରେ ଭର୍ତ୍ତି କରି। ଏହା ଆପଣକୁ କାହାଣୀ ପରି ଲାଗୁଥିବ। ଆଉ ଆପଣ ଦ୍ୱନ୍ଦରେ ଥିବେ ନିଶ୍ଚୟ। ତେବେ ଆମେ କିନ୍ତୁ ଏଠାରେ କୌଣସି କାହାଣୀ ନ କହି ଆପଣଙ୍କୁ ସତ ହିଁ କହୁଛୁ। ଯେଉଁଠି ଜଣେ ବ୍ୟକ୍ତି ଅଜଗରକୁ ପ୍ୟାଣ୍ଟରେ ଭର୍ତ୍ତି କରି ଚୋରି କରିନେଉଛନ୍ତି। ତାହାଲେ ପୂରା ଘଟଣା କିପରି ଥିଲା ପଢ଼ନ୍ତୁ।

ଏହି ଘଟଣାଟି ଆମେରିକାର ମିଚିଗାନ୍‌ ନାମକ ରାଜ୍ୟରେ ଘଟିଛି। ସେଠାରେ ଥିବା “ଆଇ ଲଭ୍‌ ମାଇ ପେଟ୍‌ସ୍‌” ନାମକ ଏକ ପେଟ୍‌ ଷ୍ଟୋର୍‌ରୁ ଅଜଗରଟି ଚୋରି ହୋଇଛି। ଆଉ ଜଣେ ବ୍ୟକ୍ତି ଅଜଗରକୁ ଚୋରି କରିନେଉଥିବା ଭିଡିଓ ଷ୍ଟୋର୍‌ରେ ଲାଗିଥିବା ସିସିଟିଭିରେ କଏଦ୍‌ ହୋଇଛି।

ବ୍ୟକ୍ତି ଜଣକ ପୋଷା ଜୀବଜନ୍ତୁ ବିକ୍ରି  ହେଉଥିବା ଏକ ଦୋକାନରୁ ପ୍ରାୟ ସାଢ଼େ ୪ ଫୁଟ୍‌ ଲମ୍ବର ଅଜଗରକୁ ଚୋରି କରିନେଇଛନ୍ତି। ଭିଡିଓରେ ଦେଖାଯାଉଛି ଯେ, ବ୍ୟକ୍ତି ଜଣଙ୍କ ଅଜଗରଟିକୁ ପ୍ୟାଣ୍ଟରେ ଭର୍ତ୍ତି କରି ପ୍ରାୟ ୪ ମିନିଟ୍‌ ଯାଏ ଦୋକାନରେ ଚଳପ୍ରଚଳ କରୁଛନ୍ତି। ତା ପରେ ସେଠାରୁ ବାହାରକୁ ଚାଲି ଯାଉଛନ୍ତି। ହେଲେ ଏ ସମ୍ପର୍କରେ ଦୋକାନର କୌଣସି କର୍ମଚାରୀ ଟେର୍‌ ପାଇ ପାରୁ ନାହାନ୍ତି।

ଭିଡିଓ ଦେଖିଲେ ଆପଣ ଜାଣିପାରିବେ ଯେ, କିପରି ବ୍ୟକ୍ତି ଜଣଙ୍କ ଅଜଗରକୁ ପଞ୍ଜରାରୁ ବାହାର କରି ଧିରେ ଧିରେ ପ୍ୟାଣ୍ଟରେ ଭର୍ତ୍ତି କରୁଛନ୍ତି। ଦୋକାନରେ ଥିବା ଅନ୍ୟମାନଙ୍କୁ ମଧ୍ୟ ତାଙ୍କୁ ଦେଖି ଟିକେ ବି ସନ୍ଦେହ ହେଉନାହିଁ। ଆଉ ବ୍ୟକ୍ତି ଜଣଙ୍କ କିଛି ନ ଜାଣିଲା ପରି ସେଠାରେ ବୁଲାବୁଲି କରୁଛନ୍ତି।

ଏକ ରିପୋର୍ଟ ଅନୁସାରେ, “ଆଇ ଲଭ୍‌ ମାଇ ପେଟ୍‌” ଷ୍ଟୋର୍‌ର କର୍ମଚାର ଏମ୍‌ଲି ସାଏୱେ ନାମକ କର୍ମଚାରୀ ଏହି କଥାକୁ ବିଶ୍ୱାସ କରିପାରୁ ନାହାନ୍ତି। ସେ ତାଙ୍କ ସୋଶାଲ୍‌ ସାଇଟ୍‌ ଫେସ୍‌ବୁକ୍‌ରେ ଏହି ଭିଡିଓ ସେୟାର କରି ଲେଖିଛନ୍ତି ଯେ, “କେହି ଜଣେ ଆମର ସୁନ୍ଦର ‘ବଲ୍‌ ପାଇଥନ୍‌’  ପ୍ରଜାତିର ଅଜଗରକୁ ଚୋରି କରି ନେଇଛି। ତାକୁ ଜଣେ  ବ୍ୟକ୍ତି ୨୦ ମାର୍ଚ୍ଚରେ ନେବା ନିମନ୍ତେ ଅଗ୍ରୀମ ଦେଇଥିଲେ। ।  ଆଉ ସେହି ଦିନ ହିଁ ଅଜଗରକୁ କିଏ ଚୋରି କରି ନେଇଗଲା”। ସେ ଭିଡ଼ିଓକୁ ଶେଆର କରି ଲୋକମାନଙ୍କୁ ଅଜଗରଟିକୁ ଖୋଜିଦେବାକୁ ନିବେଦନ କରିଛନ୍ତି।


ସୌଜନ୍ୟ- ୟୁଟ୍ୟୁବ୍‌

 



from Odisha Reporter https://ift.tt/2Um2JYU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages