ନିରଞ୍ଜନ କହିଲେ, ପୃଥ୍ୱୀବଲ୍ଲଭ ବେଗୁନିଆରୁ ପ୍ରାର୍ଥୀ ହେବେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ନିରଞ୍ଜନ କହିଲେ, ପୃଥ୍ୱୀବଲ୍ଲଭ ବେଗୁନିଆରୁ ପ୍ରାର୍ଥୀ ହେବେନି

prithvi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ଗତକାଲି ରାତିରେ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ  ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଳଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କ ନାଁ ଅଛି। ତାଙ୍କୁ ବେଗୁନିଆ ବିଧାନସଭା ଆସନରୁ ଦଳ ପ୍ରାର୍ଥୀ କରିଛି। ତେବେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ପୃଥ୍ୱୀବଲ୍ଲଭ ପ୍ରାର୍ଥୀ ହେବେନି।

ନିରଞ୍ଜନଙ୍କ କହିବା ଅନୁଯାୟୀ, ପୃଥ୍ୱୀବଲ୍ଲଭ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ସେ ବେଗୁନିଆରୁ ପ୍ରାର୍ଥୀ ହେବେନି। ତେଣୁ ପରବର୍ତ୍ତୀ ପଦକ୍ଷେପ ନେଇ ଦଳ ଶୀଘ୍ର ନିଷ୍ପତ୍ତି ନେବ।

ଅନ୍ୟପକ୍ଷରେ ଏନେଇ ପୃଥ୍ୱୀବଲ୍ଲଭଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଅତୀତରେ ଜାନକୀବଲ୍ଲଭ ପଟ୍ଟନାୟକ ବେଗୁନିଆ ଆସନରୁ ଜିତି ମୁଖ୍ୟମନ୍ତ୍ରୀ ହୋଇଥିଲେ। କଂଗ୍ରେସ୍‌ର ଟିକେଟ୍ ଘୋଷଣାର ବେଶ୍ କିଛି ଦିନ ପୂର୍ବରୁ ପୃଥ୍ୱୀବଲ୍ଲଭଙ୍କୁ ନେଇ ରାଜ୍ୟରେ ଆଲୋଚନା ହୋଇଥିଲା। ସେ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିବା ଶୁଣାଯାଇଥିଲା। ତେବେ ସେତେବେଳେ ବି ପିସିସି ସଭାପତି କହିଥିଲେ ଯେ ପୃଥ୍ୱୀବଲ୍ଲଭଙ୍କର ଏଥିପାଇଁ ଆଗ୍ରହ ନାହିଁ। ସେ ଇଚ୍ଛା ପ୍ରକାଶ କଲେ ଏ ଦିଗରେ ବିଚାର କରାଯିବ।



from Odisha Reporter https://ift.tt/2Kcea1c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages