
ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଆଣବିକ କ୍ଷମତା ସମ୍ପନ୍ନ ମଧ୍ୟମ ଦୂରଗାମୀ କ୍ରୁଜ୍ ମିସାଇଲ ‘ନିର୍ଭୟ’ର ସଫଳ ପରୀକ୍ଷଣ ହୋଇଛି। ଚାନ୍ଦିପୁର ସ୍ଥିତ ଭାରତୀୟ ଗବେଷଣା କେନ୍ଦ୍ର ଆଇଟିଆର ୩ ନମ୍ବର ଲଞ୍ଚପ୍ୟାଡ୍ରୁ ଏହାର ପରୀକ୍ଷଣ ହୋଇଛି। ଲକ୍ଷ୍ୟଭେଦ କ୍ଷମତା ପରୀକ୍ଷଣ କରିବା ପାଇଁ କମ ଉଚ୍ଚତାରୁ ଷଷ୍ଠ ଥର ପାଇଁ ଏହାର ପରୀକ୍ଷଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ପ୍ରଥମେ ଉପରକୁ ଉଠିବା ପରେ ସମାନ୍ତରାଳ ପଥ ଦେଇ ନିର୍ଦ୍ଧିଷ୍ଟ ଦିଗରେ ଗତି କରି ଲକ୍ଷ୍ୟଭେଦ କରିଥିଲା। ଏହି କ୍ଷେପଣାସ୍ତ୍ର ସମୁଦ୍ର ପଥ ଦେଇ ଖୁବ କମ ଉଚ୍ଚତାରେ ଲକ୍ଷ୍ୟଭେଦ କରିବାକୁ ସମର୍ଥ ବୋଲି ଏହି ପରୀକ୍ଷାରୁ ପ୍ରମାଣିତ ହୋଇଥିଲା।
ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୭୫୦ରୁ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି। ଏକ ଟନ୍ ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ଲମ୍ବ ୬ ମିଟର ଓ ମୋଟେଇ ୫୨ସେମି। ଏହି ସମଗ୍ର ପରୀକ୍ଷଣକୁ ସମୁଦ୍ର ତଟରେ ଲଗାଯାଇଥିବା ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ, ରାଡାର ଓ ଗ୍ରାଉଣ୍ଡ ଟେଲିମେଟ୍ରି ସିଷ୍ଟମ ଦ୍ୱାରା ଟ୍ରାକ କରାଯାଇଥିଲା। ପରୀକ୍ଷଣର ସମସ୍ତ ଉଦ୍ଦେଶ୍ୟ ପୂରଣ ହୋଇଛି ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି।
୨୦୧୩ ମାର୍ଚ୍ଚ ୧୨ ତାରିଖରେ ଚାନ୍ଦିପୁର ଆଇଟିଆରରୁ ‘ନିର୍ଭୟ’ର ପ୍ରଥମ ପରୀକ୍ଷଣ କରାଯାଇଥିଲା।
from Odisha Reporter http://bit.ly/2v6fJnm
No comments:
Post a Comment