ଗଣତନ୍ତ୍ରରେ ବୁଲେଟର ଜବାବ ବ୍ୟାଲଟରେ ଦେବା: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

ଗଣତନ୍ତ୍ରରେ ବୁଲେଟର ଜବାବ ବ୍ୟାଲଟରେ ଦେବା: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି  ବିଗତ କିଛି ଦିନ ହେବ ବ୍ୟାଲଟ ପେପରରେ ଯେଉଁମାନଙ୍କୁ ହାରିଯିବାର ଭୟ ଘାରିଲାଣି ସେମାନେ ହିଂସାକୁ ଆପଣାଇଛନ୍ତି। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ବୁଲେଟର ଉତ୍ତର ଭୋଟରେ ଦେବା ପାଇଁ ପଡ଼ିବ। ଭୋଟରେ ପରାଜୟ ବରଣ କଲେ ହିଁ ହିଂସାକାରୀକୁ ଠିକ୍ ଉତ୍ତର ମିଳିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଖୋର୍ଦ୍ଧା ଟାଉନ ଥାନା ଅଧୀନ ନବୀନ ବାଗ ଠାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯିବା ଘଟଣାରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର ବିଜେପି କର୍ମୀଙ୍କୁ ଧୈର୍ଯ୍ୟ ରଖିବା ପାଇଁ ନିବେଦନ କରିଛନ୍ତି।

ସେ କହିଛନ୍ତି ଯେ, ଗତ ପଞ୍ଚାୟତ ନିର୍ବାଚନରେ ଅନ୍ୟୂନ ୧୭ଟି ରାଜନୈତିକ ହତ୍ୟାକାଣ୍ଡ ଘଟିଥିଲା। ଯେଉଁମାନେ ନବୀନ ବାବୁ କିମ୍ବା ଶାସକ ଦଳକୁ ଗଣତାନ୍ତ୍ରିକ ଉପାୟରେ ବିରୋଧ କରୁଛନ୍ତି ସେମାନଙ୍କୁ ରକ୍ତମୁଖା ହୋଇ ହତ୍ୟା କରାଯାଉଛି। ଗଣତନ୍ତ୍ରରେ ଭୋଟ ମାଧ୍ୟମରେ ଏହାକୁ ପରାଜିତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ପାଦତଳୁ ମାଟି ଖସିବା ବେଳେ ଏପ୍ରକାର ଵୀଭତ୍ସ କାଣ୍ଡ ପ୍ରତିପତ୍ତିଶାଳୀ ଲୋକମାନେ ହିଁ କରିଥାନ୍ତି। କିନ୍ତୁ ଗଣତନ୍ତ୍ରରେ ଏପ୍ରକାର ହିଂସାର କୌଣସି ସ୍ଥାନ ନାହିଁ। ନିର୍ଭୟ ଓଡ଼ିଶା, ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ କରିବା ଦିଗରେ ବିଜେପି ବଦ୍ଧ ପରିକର। ବିଜେପି ଗଣତାନ୍ତ୍ରିକ ପଦ୍ଧତିରେ ବିଶ୍ୱାସ କରି ଭୋଟରେ ହିଁ ପ୍ରତିପକ୍ଷକୁ ପରାଜିତ କରିବାରେ ବିଶ୍ୱାସ ରଖେ ବୋଲି ସେ କହିଛନ୍ତି।

ଖୋର୍ଦ୍ଧା ଘଟଣା ପରେ ପରେ ଶ୍ରୀ ପ୍ରଧାନ ନିଜେ ପୋଲିସ ମୁଖ୍ୟଙ୍କ ସହ କଥା ହୋଇ ହସ୍ତକ୍ଷେପ କରିଥିବା କହିଛନ୍ତିା ସେ କହିଛନ୍ତି ଯେ, ଏପରି ସ୍ଥିତିରେ ଜିଲ୍ଲା ପ୍ରଶାସନର ବ୍ୟବହାର ନେଇ ସମସ୍ତଙ୍କୁ ଡର ଓ ଚିନ୍ତା ଘାରିଛି। ଏସ୍‌ପି ଘଟଣାସ୍ଥଳ ଓ ମେଡିକାଲକୁ ଯାଇନଥିବା ବେଳେ ମୃତ ପରିବାର ଲୋକଙ୍କ ସାଥୀରେ ମଧ୍ୟ ନାହାନ୍ତି। ଏସ୍‌ପିଙ୍କ ଘର ଠାରୁ ୫୦୦ ମିଟର ଦୂରରେ ଏହି ଘଟଣା ଘଟିଥିବା ବେଳେ ମାନବିକତା ଦୃଷ୍ଟିରୁ ଏସପି ଘଟଣାସ୍ଥଳକୁ ଯାଇନାହାନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।



from Odisha Reporter http://bit.ly/2PdzS3M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages