‘ଓଟିଭି’ ବିରୋଧରେ ମିଛ ଅଭିଯୋଗ ଆଣି ମୁହଁ ଲୁଚାଇଲା ବିଜେଡି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

‘ଓଟିଭି’ ବିରୋଧରେ ମିଛ ଅଭିଯୋଗ ଆଣି ମୁହଁ ଲୁଚାଇଲା ବିଜେଡି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଭିନ୍ନ ଆଳରେ ‘ଓଟିଭି’ର କଣ୍ଠରୋଧ ଲାଗି ବିଜେଡିର ଲଗାତାର ପ୍ରୟାସ । ନିର୍ବାଚନ କମିସନଙ୍କ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରୁଥିବା ଦର୍ଶାଇ ଚାନେଲ ବିରୋଧରେ ଗତକାଲିଠାରୁ ଲଗାତାର ଚାରୋଟି ଅଭିଯୋଗ ଆଣି ବିଜେଡି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି । ତେବେ ଗତକାଲି ବିଜେପି ପ୍ରେସ୍‌ମିଟ୍‌ ଲାଇଭ୍‌ ଟେଲିକାଷ୍ଟ ନେଇ ମିଛ ଅଭିଯୋଗ, ବିଜେଡିର ଅସଲ ଚେହେରାକୁ ପଦାରେ ପକାଇ ଦେଇଥିବା ବେଳେ ମୁହଁ ଲୁଚାଇବାକୁ ଦଳ ଆଜି ନୂଆ ନୂଆ ଭେଳିକିର ସାହାଯ୍ୟ ନେଇଛି। ପ୍ରତିପକ୍ଷ ଦଳ ନୁହେଁ ଓଟିଭି ବିରୋଧରେ ୨୪ ଘଣ୍ଟା ଭିତରେ ବିଜେଡି ଆଣିଛି ଚାରି ଚାରିଟି ଅଭିଯୋଗ । କେତେବେଳେ ବିଜେପି ସାମ୍ବାଦିକ ସମ୍ମିଳନୀର ଲାଇଭ୍ ଟେଲିକାଷ୍ଟ କରିଥିବା ନେଇ ମିଥ୍ୟା ଅଭିଯୋଗ ତ’ ଆଉ କେତେବେଳେ ଭୋଟ୍ ଗ୍ରହଣ ଚାଲୁଥିବା ବେଳେ ଓଟିଭି ପ୍ରତିନିଧି କିଛି ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚାରି ଭୋଟରଙ୍କୁ ପ୍ରଭାବିତ କରିବାର ଆରୋପ। ପୁଣି ବିଜେପି ଉପସଭାପତି ତାଙ୍କ ଦଳର ଚିକିଟି ପ୍ରାର୍ଥୀଙ୍କୁ ମାଡ଼ ମରା ନେଇ ଆଣିଥିବା ଅଭିଯୋଗକୁ କିଭଳି ଓଟିଭି ସ୍କ୍ରଲିଂ କରୁଛି ବୋଲି ଆପତ୍ତି।

ଏତିକି ନୁହେଁ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା ‘ଓଟିଭି’ ଦେଖାଇବା ନେଇ ବି ବିଜେଡି ଅଭିଯୋଗ ଆଣିଛି। ଏସବୁ ଅଭିଯୋଗ ଏବେ ମୁଖ୍ୟ ନିର୍ବାନ ଅଧିକାରୀଙ୍କ ନିକଟରେ ବିଚାରାଧୀନ ରହିଛି। ତେବେ ଅନ୍ୟପଟେ ଦେଖିବାକୁ ଗଲେ ଏକ ଦାୟିତ୍ୱ ସଂପର୍ଣ୍ଣ ଗଣମାଧ୍ୟମ ଭାବେ ଓଟିଭି ତା’ର ଦାୟିତ୍ୱ ତୁଲାଇ ଆସୁଛି।  ତେବେ ଆଜି ମଧ୍ୟ କେବଳ ବିଜେପି ସଂପର୍କିତ ଖବର ନୁହେଁ ମୁଖ୍ୟମନ୍ତ୍ରୀଙ୍କ କଣ୍ଟାମାଳ, ସୋନପୁରରେ ପ୍ରଚାରଠାରୁ ନେଇ ବିଜେଡିର ଅଭିଯୋଗ, ନିର୍ବାନ ପ୍ରକ୍ରିୟାର ଟିକିନିଖି ଖବର ପର୍ଯ୍ୟନ୍ତ, ସବୁ ଖବରକୁ ଓଟିଭି ତା’ର ନ୍ୟୁଜ୍‌ ବୁଲେଟିନ୍‌ରେ ନିରପେକ୍ଷ ଭାବେ ପ୍ରସାରଣ କରିଛି । ଅନ୍ୟପଟେ ନିର୍ବାନ କମିଶନଙ୍କ ଯେଉଁ ୧୫ ଗାଇଡ୍‌ଲାଇନ୍‌ ଦେଖାଇ ବିଜେଡି ଅଭିଯୋଗ କରୁଛି, ସେଥିଲେ ସ୍ପଷ୍ଟ ଉଲ୍ଲେଖ ଅଛି, ୪୮ ଘଣ୍ଟାର କଟକଣା ଅବଧି ଭିତରେ କୌଣସି ରାଜନେତା ପ୍ରେସ୍ ମିଟ୍ କିମ୍ବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇପାରିବେନି।

ହେଲେ ଗତକାଲି ସଂଧ୍ୟାରେ ନିଜେ ବିଜେଡି ଟିମ୍ ସିଇଓ ଅଫିସ୍ ବାହାରେ କିଭଳି ଖୁଲମଖୁଲ୍ଲା ପ୍ରତିକ୍ରିୟା ଦେଉଥିଲେ ଆପଣ ନିମ୍ନରେ ସଂଲଗ୍ନ ହୋଇଥିବା ଭିଡିଓରୁ ଜାଣିପାରିବେ। ତେବେ ଭୁଲ୍ ଜାଣିଲା ପରେ ଦଳୀୟ ମୁଖପାତ୍ର ପରବର୍ତ୍ତୀ ସମୟରେ ପ୍ରତିକ୍ରିୟାରେ କଥା ବାଆଁରେଇବାକୁ ଚେଷ୍ଟା କରିଥିଲେ।

ତେବେ ଓଟିଭି ବିରୋଧରେ ବିଜେଡିର ଏଭଳି ଆକ୍ରୋଶ କିଛି ନୂଆ ନୁହେଁ । ବିଜେପୁର ଉପନିର୍ବାଚନ ବେଳେ ଶାସକ ଦଳ ଓଟିଭି ବିରୋଧରେ ପେଡ୍‌ ନ୍ୟୁଜ୍‌ ଅଭିଯୋଗ ଆଣିଥିଲା। ପରେ ଗତ ବର୍ଷ ମାର୍ଚ୍ଚ ମାସରେ ଦଳ ‘ଓଟିଭି’ର ପ୍ୟାନେଲ ଡିସକସନ କାର୍ଯ୍ୟକ୍ରମକୁ ବୟକଟ କରିବା ସହ ଖବର ସଂଗ୍ରହ ଲାଗି ନବୀନ ନିବାସ ପ୍ରବେଶ ଉପରେ ଡିସେମ୍ବର ମାସରୁ କଟକଣା ଲଗାଇଛି । ଏହାସତ୍ତ୍ୱେ ଓଟିଭି ନିରପେକ୍ଷ ଭାବେ ଏହାର କର୍ତ୍ତବ୍ୟ ସଂପାଦନ କରିଆସିଛି । ମାତ୍ର ଓଟିଭିର ତଥ୍ୟଭିତ୍ତିକ ଖବର ବିଜେଡି ଓ ସରକାରଙ୍କ ବିଭିନ୍ନ କେଳେଙ୍କାରୀକୁ ପଦାରେ ପକାଇ ଦେଉଥିବାରୁ ଦଳ ଆକ୍ରୋଶ ରଖି ବାରମ୍ବାର ‘ଓଟିଭି’ର କଣ୍ଠରୋଧ ଲାଗି ଉଦ୍ୟମ କରି ଆସିଛି। ଆଜି ଓ ଗତକାଲିର ଘଟଣା ବିଜେଡିର ହୀନ ଚକ୍ରାନ୍ତକୁ ପଦାରେ ପକାଇ ଦେଇଛି।



from Odisha Reporter http://bit.ly/2WWYaSm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages