
ଇସ୍ଲାମାବାଦ୍: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାବଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦେଥିବା ମନ୍ତବ୍ୟକୁ ଭୁଲ୍ ଅର୍ଥରେ ନିଆଯାଉଛି ବୋଲି କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି। ସେ କହିଛନ୍ତି ଭାରତରେ ସାଧାରଣ ନିର୍ବାଚନ ଫଳାଫଳକୁ ନେଇ ଇମ୍ରାନଙ୍କ କଥାକୁ ଯେଉଁ ଢଙ୍ଗରେ ପରିବେଷଣ କରାଯାଉଛି, ପ୍ରକୃତରେ ସେ ସେହି ଅର୍ଥରେ କହିନଥିଲେ। ସେ କହିଛନ୍ତି ମୋଦିଙ୍କୁ ନେଇ ଇମ୍ରାନ୍ ନିଜର ମତ ପୂର୍ବରୁ ମଧ୍ୟ ସ୍ପଷ୍ଟ କରିସାରିଥିବା ସମସ୍ତେ ଜାଣନ୍ତି।
ପୂର୍ବରୁ ଏକ ସାକ୍ଷାତକାରରେ ଇମ୍ରାନ୍ କହିଥିଲେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜେପି ଦଳ ସାଧାରଣ ନିର୍ବାଚନ ଜିତିଲେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଆଲୋଚନା ଆଗକୁ ବଢ଼ିବା ସହିତ କଶ୍ମୀର ବିବାଦର ସମାଧାନ ହୋଇପାରିବ। ତାଙ୍କର ଏହି ମନ୍ତବ୍ୟକୁ ନେଇ ଉଭୟ ଭାରତ ଏବଂ ପାକିସ୍ତାନରେ ବିରୋଧୀ ଦଳଙ୍କ ମଧ୍ୟରେ ତୀବ୍ରପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ଏହାର ପ୍ରତିକ୍ରିୟାରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ କହିଥିଲେ, ଭାରତୀୟ ଗଣମାଧ୍ୟମ ସବୁ ପ୍ରସଙ୍ଗକୁ ଅତିରଞ୍ଜିତ କରି ଦେଖାଉଛନ୍ତି। ସେ କହିଛନ୍ତି ମୋଦିଙ୍କ ବାବଦରେ ଇମ୍ରାନ୍ଙ୍କ ମନ୍ତବ୍ୟ ବାବଦରେ ସମସ୍ତେ ଜାଣନ୍ତି।
from Odisha Reporter http://bit.ly/2KwyTx4
No comments:
Post a Comment