ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ହିସାବ ମାଗିଲେ ଲୋକେ, ଭାଇରାଲ୍‌ ହେଲା ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ହିସାବ ମାଗିଲେ ଲୋକେ, ଭାଇରାଲ୍‌ ହେଲା ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଆଳି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରମୋଦ ମଲ୍ଲିକଙ୍କୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ। ସେ କସର୍ଦା ଭାଲିଆକଣକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ନାନା ପ୍ରଶ୍ନ ପଚାରିଥିଲେ। ଯାହାର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଗତକାଲି ବିଧାୟକ ଶ୍ରୀ ମଲ୍ଲିକ ଲୋକଙ୍କୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ଲୋକେ ତାଙ୍କୁ ଘେରିଯାଇ ଗତ ୧୦ ବର୍ଷ ଧରି କେଉଁଠି ଥିଲ ଓ ନିଆଳି ପାଇଁ କଣ କରିଛ ବୋଲି ପଚାରିଥିବା ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି।

ତେବେ ଏନେଇ ପ୍ରମୋଦ ମଲ୍ଲିକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି। ସୂଚନାରୁ ପ୍ରକାଶ, ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ଜଗତସିଂହପୁର ଲୋକସଭା ନିର୍ବାଚନ ନିର୍ବାଚନ ମଣ୍ଡଳୀରେ ଆସୁଛି। ତେଣୁ ସେଠାରେ ଆସନ୍ତାକାଲି ଭୋଟଗ୍ରହଣ ହେବ।



from Odisha Reporter http://bit.ly/2IZooQx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages