୧୬ ପଦକ ସହ ଭାରତର ଅଭିଯାନ ଶେଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

୧୬ ପଦକ ସହ ଭାରତର ଅଭିଯାନ ଶେଷ

ସିଆନ୍ (ଚାଇନା): ଏଠାରେ ଚାଲିଥିବା ଏସିଆନ୍ ରେସଲିଂ ଚାମ୍ପିଅନଶିପର ଅନ୍ତିମ ଦିବସରେ ଭାରତର ଗ୍ରୀକୋ-ରୋମନ୍ ରେସଲର୍ ହରପ୍ରୀତ ସିଂହ ଓ ଜ୍ଞାନେନ୍ଦ୍ର ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଏଥିସହ ଭାରତ ମୋଟ ୧୬ ପଦକ ସହ ଚାମ୍ପିଅନଶିପରେ ତା’ର ଅଭିଯାନ ଶେଷ କରିଛି, ଯେଉଁଥିରେ ପୁରୁଷ ଫ୍ରିଷ୍ଟାଇଲ୍ ରେସଲର୍ ୮ (୧ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୪ ବ୍ରୋଞ୍ଜ) ପଦକ, ମହିଳା ରେସଲର୍ ୭ (୪ ରୌପ୍ୟ, ୩ ବ୍ରୋଞ୍ଜ) ପଦକ ଏବଂ ଗ୍ରୀକୋ-ରୋମନରେ ଗୋଟିଏ ବ୍ରୋଞ୍ଜ ପଦକ ସାମିଲ୍ ଅଛି।

ହରପ୍ରୀତ କ୍ୱାର୍ଟରଫାଇନାଲରେ କିର୍ଗିଜସ୍ତାନର ବୁର୍ଗୋ ବେଶାଲିଏଭଙ୍କୁ ୫-୧ରେ ପରାସ୍ତ କରିଥିବା ବେଳେ ସେମିଫାଇନାଲରେ ଚାଇନାର ହାଇତାଓ କିଆନଙ୍କୁ ୧୦-୧ରେ ପରାସ୍ତ କରିଥିଲେ। କିନ୍ତୁ ଫାଇନାଲରେ ସେ ଇରାନର ସଇଦ ମୋରାଦ ଅବ୍ଦଭାଲିଙ୍କଠାରୁ ୦-୮ରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ।

ଏହା ପୂର୍ବରୁ ଜ୍ଞାନେନ୍ଦ୍ର କ୍ୱାର୍ଟରରେ ଜୋର୍ଡାନ୍ ଅଲି ଆବେଦ୍ ଅଲନାସେର ଅଲି ଆବୁସେଫଙ୍କୁ ୯-୧ରେ ପରାସ୍ତ କରିଥିଲେ, କିନ୍ତୁ ସେମିରେ ସେ ଉଜବେକିସ୍ତାନର ଇସଲୋମଜୋନ୍ ବାଖରାମୋଭଙ୍କଠାରୁ ୦-୯ରେ ହାରିଯାଇଥିଲେ। ତେବେ ସେ ତାଇପେଇର ଜୁଇ ଚି ହୁଆଙ୍ଗଙ୍କୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ।



from Odisha Reporter http://bit.ly/2IMmeo4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages