ବଢ଼ିଲା ମୁଲାୟମ ସିଂହଙ୍କ ଅଡ଼ୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ବଢ଼ିଲା ମୁଲାୟମ ସିଂହଙ୍କ ଅଡ଼ୁଆ

ନୂଆଦିଲ୍ଲୀ: ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଫସିଥିବା ମୁଲାୟମ ସିଂହ ଯାଦବ ଓ ତାଙ୍କ ପରିବାର ସଦସ୍ୟଙ୍କ ଅଡ଼ୁଆ ବଢ଼ିଛି। ଏହି ମାମଲାର ସ୍ଥିତାବସ୍ଥା ଜାଣିବା ପାଇଁ ଆଜି ସୁପ୍ରିମକୋର୍ଟ ଘଟଣାର ତଦନ୍ତ କରୁଥିବା ସିବିଆଇକୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସିବିଆଇକୁ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ୪ ସପ୍ତାହର ମହଲତ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ମାସରେ ହେବ ବୋଲି ଅନୁମାନ କରାଯାଉଛି।

୨୦୦୫ରେ ମୁଲାୟମ ସିଂହ ଓ ତାଙ୍କ ପୁଅ ଅଖିଲେଶ ଯାଦବଙ୍କ ବିରୋଧରେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲା ରୁଜୁ ହୋଇଥିଲା। ଏହାର ସ୍ଥିତାବସ୍ଥା ଜାଣିବା ପାଇଁ ଏବେ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏଭଳି ଆବେଦନ ପଛରେ ରାଜନୀତିକ ଅଭିସନ୍ଧି ରହିଥିବା ଆଶଙ୍କା କରି ମୁଲାୟମ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କିନ୍ତୁ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ ଏହା ପୂର୍ବରୁ କଂଗ୍ରେସ ନେତା ବିଶ୍ୱନାଥ ଚତୁର୍ବେଦୀଙ୍କ ଆବେଦନ ଉପରେ ମାର୍ଚ୍ଚ ୨୫ ଦିନ ମୁଲାୟମଙ୍କୁ ଜବାବ ତଲବ କରିଥିଲେ।

୨୦୦୫ରେ ମୁଲାୟମଙ୍କ ବିରୋଧରେ ଆୟ ବର୍ହିଭୁତ ସମ୍ପତ୍ତି ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ୨୦୦୭ ମାର୍ଚ୍ଚ ୧ରେ ସୁପ୍ରିମକୋର୍ଟ ସିବିଆଇକୁ ଏହି ମାମଲାର ତଦନ୍ତ କରିବାକୁ କହିଥିଲେ। ହେଲେ ଆଜି ଯାଏ ମାମଲାରେ କ’ଣ ସବୁ ତଦନ୍ତ ହୋଇଛି, ତା’ର ରିପୋର୍ଟ ସିବିଆଇ କୋର୍ଟଙ୍କୁ ଦେଇନାହିଁ।



from Odisha Reporter http://bit.ly/2GjeLKD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages