ମୁସଲିମଙ୍କୁ ନେଇ ମାନେକା ଗାନ୍ଧିଙ୍କ ବିବାଦୀୟ ବୟାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ମୁସଲିମଙ୍କୁ ନେଇ ମାନେକା ଗାନ୍ଧିଙ୍କ ବିବାଦୀୟ ବୟାନ

ସୁଲତାନପୁର: ବିଜେପି ଟିକେଟ୍‌ରୁ ଉତ୍ତର ପ୍ରଦେଶର ସୁଲତାନପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ମାନେକା ଗାନ୍ଧି ଆଜି ମୁସଲିମ ସଂପ୍ରଦାୟ ଉପରେ ବିବାଦୀୟ ବୟାନ ଦେଇଛନ୍ତି। ସେ ମୁସଲିମ ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ମାଗିବା ପରିବର୍ତ୍ତେ ଖୋଲାଖୋଲି ଧମକ ଦେଇଛନ୍ତି।

ସୁଲତାନ୍‌ପୁର ଠାରେ ମୁସଲିମ ସଂପ୍ରଦାୟର ଭୋଟର୍‌ଙ୍କୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି, “ଆପଣମାନେ ମୋତେ ସମର୍ଥନ କରନ୍ତୁ ବା ନକରନ୍ତୁ ମୁଁ କିନ୍ତୁ ଜିତିବି। ହେଲେ ଯଦି ମୁଁ ଆପଣଙ୍କ ସମର୍ଥନ ବିନା ଜିତେ, ତା’ହେଲେ ଏହାର ପରିଣାମ ଭଲ ହେବନାହିଁ। କୌଣସି ମୁସଲିମ ସଂପ୍ରଦାୟର ଲୋକ ମୋ ପାଖକୁ କାମ ନେଇ ଆସିଲେ ମୁଁ କେବେ ହେଲେ ସହଯୋଗ କରିବି ନାହିଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୁଁ ଏଥର ଏହି ଆସନରୁ ଜିତିବି। ଲୋକଙ୍କ ସମର୍ଥନ ଓ ଭଲ ପାଇବା ମୋ ସହ ରହିଛି। ଯଦି ମୋ ବିଜୟ ମୁସଲିମଙ୍କ ବିନା ସମର୍ଥନରେ ହୁଏ, ତା’ହେଲେ ମୋତେ ଏହା ଦୁଃଖ ଦେବ। ଏହାପରେ ମୁସଲିମମାନଙ୍କ ଅବସ୍ଥା କ’ଣ ହେବ, ସେକଥା ସମସ୍ତେ ଜାଣିବା ଦରକାର। କିନ୍ତୁ ମୁସଲିମମାନଙ୍କ ପାଇଁ ମୁଁ କିଛି ବି ସହଯୋଗ ଯୋଗାଇ ପାରିବି ନାହିଁ। ତେଣୁ ଭୋଟ୍‌ ଦେବା ବେଳେ ଭାବି ବିଚାରି ମତଦାନ କରିବେ।”

ଏହାପୂର୍ବରୁ ମାନେକା ବିଏସ୍‌ପି ମୁଖ୍ୟ ମାୟାବତୀଙ୍କୁ ମରଚାଟ ଅଫ୍‌ ଟିକେଟ୍‌ ବୋଲି କହି ବିବାଦୀୟ ହୋଇଥିଲେ।



from Odisha Reporter http://bit.ly/2Iu9SQk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages