କଂଗ୍ରେସ ଛାଡ଼ିବେ ସିଦ୍ଧୁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

କଂଗ୍ରେସ ଛାଡ଼ିବେ ସିଦ୍ଧୁ!

ଚଣ୍ଡିଗଡ଼: କଂଗ୍ରେସର ଭେଟରାନ ନେତା ତଥା ପଞ୍ଜାବ ମନ୍ତ୍ରିମଣ୍ଡଳ ସଦସ୍ୟ ନବଜୋତ ସିଂହ ସିଦ୍ଧୁ ଦୀର୍ଘ ୨୦ ଦିନ ହେଲା କାହା ସହ ଯୋଗାଯୋଗରେ ନାହାନ୍ତି। ଏପରି କି ସେ ତାଙ୍କ କାର୍ଯ୍ୟ ମଧ୍ୟ କରୁନାହାନ୍ତି। ସମ୍ଭବତଃ ସେ କଂଗ୍ରେସ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ଧରିଛି।

ସିଦ୍ଧୁଙ୍କ ପତ୍ନୀ ନବୋଜକ କୌରଙ୍କୁ କଂଗ୍ରେସ ଚଣ୍ଡିଗଡ଼ ଆସନରୁ ପ୍ରାର୍ଥୀ କରି ନଥିବାରୁ ଦଳ ସହ ତାଙ୍କ ମତପାର୍ଥକ୍ୟ ସୃଷ୍ଟି ହୋଇଥିବା କୁହାଯାଉଛି। ଏଥିସହ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଓ ସେଠାକାର ସେନାଧ୍ୟକ୍ଷଙ୍କ ଓକିଲାତି କରିଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ତାଙ୍କ ଉପରେ ଖପ୍ପା ହୋଇ ରହିଛନ୍ତି। ଏହି କାରଣରୁ ସିଦ୍ଧୁ ୨୦ ଦିନ ହେଲା କାହା ସହ ସମ୍ପର୍କ ରଖିନାହାନ୍ତି। ତେବେ ସେ କଂଗ୍ରେସ ଛାଡ଼ିବେ କି ନାହିଁ, ତା’ର ସ୍ପଷ୍ଟ ସୂଚନା ମିଳିନାହିଁ।

ଅନ୍ୟପକ୍ଷରେ କଂଗ୍ରେସ ସିଦ୍ଧୁଙ୍କ ପତ୍ନୀ ନବଜୋତଙ୍କୁ ଅମ୍ରିତସର ଆସନରୁ ପ୍ରାର୍ଥୀ କରିବ ବୋଲି ଚିନ୍ତା କରିଛି। ଏହି ଆସନରୁ ୨୦୧୪ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ବିଜେପି ନେତା ଅରୁଣ ଜେଟଲୀଙ୍କୁ ହରାଇଥିଲେ।



from Odisha Reporter https://ift.tt/2YLOXOK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages