
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ଡାକ୍ତର ବୁଢ଼ାନ ମୁର୍ମୁ ୭ମାସ ପୂର୍ବରୁ ସରକାରୀ ଚାକିରିରୁ ଇସ୍ତଫା ଦେଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ତାଙ୍କ ଇସ୍ତଫାକୁ ମଞ୍ଜୁରୀ ଦେଉନଥିବାରୁ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ଡାକ୍ତର ମୁର୍ମୁଙ୍କୁ ବିଜେପି ସାରସକଣା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି।
ବିଜେପି ରାଜ୍ୟ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ନୀତିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ପରାଜୟ ଭୟରେ ନୀତିନିୟମକୁ ରାଜ୍ୟ ସରକାର ଭୁଲିଯାଉଛନ୍ତି। ସାରସକଣା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ବୁଢାନ ମୁର୍ମୁ ଚାକରି ଛାଡ଼ି ମୟୂରଭଞ୍ଜବାସୀଙ୍କ ସେବା କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଗତ ଅକ୍ଟୋବର ୪ ତାରିଖରୁ ନିଜର ଇସ୍ତଫା ପତ୍ର ଦେବା ପରେ ବି ଏପର୍ଯ୍ୟନ୍ତ ରାଜ୍ୟ ସରକାର ଶ୍ରୀ ମୁର୍ମୁଙ୍କ ଇସ୍ତଫା ପତ୍ରକୁ ସ୍ଵୀକୃତି ଦେଉନାହାନ୍ତି। ସିଡିଏମଓ ନିଜେ ରିପୋର୍ଟ ଦେଇଛନ୍ତି ଯେ ଶ୍ରୀ ମୁର୍ମୁଙ୍କ ନାଁରେ କୌଣସି କେସ୍ ନାହିଁ କି କିମ୍ବା କୌଣସି ବକେୟା ନାହିଁ। ଶ୍ରୀ ମୁର୍ମୁଙ୍କ ଇସ୍ତଫା ପତ୍ରକୁ ମୁଖ୍ୟ ସଚିବ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱୀକୃତି ଦେଇ ସାରିଛନ୍ତି। ହେଲେ ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀ ଅଫିସରେ ତାଙ୍କର ଇସ୍ତଫା ଅନୁମୋଦନ ପତ୍ର କାହିଁକି ଅଟକି ରହିଛି ତାହା ବୁଝାପଡୁନାହିଁ ?
ଶ୍ରୀ ମୁର୍ମୁ ବାରମ୍ବାର ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ କହିଲା ପରେ ବି ଏଯାବତ୍ ତାଙ୍କ ଇସ୍ତଫା ପତ୍ରକୁ ରାଜ୍ୟ ସରକାର ଅନୁମୋଦନ ଦେଉନାହାନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ନବୀନବାବୁଙ୍କୁ ନିର୍ବାଚନ ପରାଜୟର ଭୟ ଘାରୁଛି। ରାଜ୍ୟରେ ଥିବା ସରକାର ସମ୍ବିଧାନକୁ ଭୁଲି ଯାଇଛନ୍ତି । ଯାହା ନିୟମ କହୁଛି ତିନି ମାସ ମଧ୍ୟରେ ଇସ୍ତଫାର ସ୍ୱୀକୃତି ଦେବା କଥା ହେଲେ ଦୀର୍ଘ ୬ ମାସ ବିତିଗଲେ ପରେ ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କାହିଁକି କରାଯାଉନାହିଁ ?
ଆଦିବାସୀ ଜିଲ୍ଲାର ଜଣେ ଶିକ୍ଷିତ ଡାକ୍ତର ରାଜନୀତିକୁ ଆସି ଲୋକମାନଙ୍କର ସେବା କରିବା ପାଇଁ ଚାହୁଁଥିଲାବେଳେ ସେଥିରେ କାହିଁକି ମୁଖ୍ୟମନ୍ତ୍ରୀ ନଵୀନ ବାବୁ ବାଧକ ସାଜୁଛନ୍ତି। ମୁଖ୍ୟମନ୍ତ୍ରୀ ଜାଣିଶୁଣି ଜଣେ ନିରୀହ ଆଦିବାସୀ ନେତାକୁ ହଇରାଣ କରୁଛନ୍ତି। ଏହା ଗଣତନ୍ତ୍ରର ଖୋଲାଖୋଲି ହତ୍ୟା। ଯେଉଁମାନେ ଶାସନ ଦାୟିତ୍ୱରେ ଅଛନ୍ତି ସେମାନେ ଲୋକଙ୍କର ନିର୍ବାଚନ ଲଢ଼ିବାର ଅଧିକାର ଛଡ଼ାଇ ଦେବାକୁ ପ୍ରଚେଷ୍ଟା କରୁଛନ୍ତି। ଦଶପଲ୍ଲାରେ ବିଜେଡି ଟିକେଟରେ ଲଢୁଥିବା ରମେଶ ଚନ୍ଦ୍ର ବେହେରା ମିଥ୍ୟା ଜାତିଗତ ପ୍ରମାଣ ପତ୍ର ଦେଇ ନାମାଙ୍କନପତ୍ର ଦାଖଲ କରିଥିଲେ ଏବଂ ତାଙ୍କ ନାଁରେ ଭିଜିଲାନ୍ସ କେସ୍ ଥିଲା। ହେଲେ ତାଙ୍କ ନାମାଙ୍କନକୁ ଖାରଜ କରାଯାଇନାହିଁ ବୋଲି ଲେଖାଶ୍ରୀ କହିଛନ୍ତି।
from Odisha Reporter https://ift.tt/2CP6Dzi
No comments:
Post a Comment