ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ତିନି ରିଜର୍ଭ ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ତିନି ରିଜର୍ଭ ଖେଳାଳି

ନୂଆଦିଲ୍ଲୀ: ଇଂଲଣ୍ଡରେ ହେବାକୁଥିବା ଆଇସିସି ବିଶ୍ୱକପ୍ ପାଇଁ ବିସିସିଆଇ ଭାରତୀୟ ଦଳରେ ତିନି ଜଣ ରିଜର୍ଭ ଖେଳାଳିଙ୍କ ସାମିଲ୍ କରିଛି। ସେମାନେ ହେଲେ ଋଷଭ ପନ୍ତ, ଅମ୍ବାତି ରାୟୁଡୁ ଓ ନବଦୀପ ସାଇନି। ଏହି ତିନି ଖେଳାଳିଙ୍କୁ ବିଶ୍ୱକପ୍ ପାଇଁ ଷ୍ଟାଣ୍ଡବାଏ ରଖାଯାଇଛି।

ଆଇସିସି ସମ୍ଭାବ୍ୟ ଖେଳାଳି ଚୟନ ପାଇଁ ପ୍ରକ୍ରିୟା ବନ୍ଦ କରିଛି। ତେବେ ବିସିସିଆଇ ପାଖରେ ଏହି ତିନିଜଣ ବ୍ୟତୀତ ଅନ୍ୟ ଖେଳାଳିଙ୍କୁ ଚୟନ କରିବା ପାଇଁ ବିକଳ୍ପ ମଧ୍ୟ ରହିବ, କିନ୍ତୁ ଏହାର ସମ୍ଭାବନା ମଧ୍ୟ ବହୁତ କମ୍। ବିସିସିଆଇର ଜଣେ ସିନିୟର ଅଧିକାରୀ କହିଛନ୍ତି, ‘ଆଇସିସି ଚାମ୍ପିଅନ୍ସ ଟ୍ରଫି ଭଳି ଆମ ପାଖରେ ତିନିଜଣ ଷ୍ଟାଣ୍ଡ ବାଏ ରହିବେ।

ପନ୍ତ ଓ ରାୟୁଡୁ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ଷ୍ଟାଣ୍ଡ ବାଏ ଏବଂ ସାଇନି ବୋଲର ଭାବେ ସାମିଲ୍ ଅଛନ୍ତି। ଖଲିଲ ଅହମ୍ମଦ, ଆଭେଶ୍ ଖାନ୍ ଓ ଦୀପକ ଚହର ନେଟ୍ ବୋଲର ଭାବେ ଟିମ୍ ସହ ଯିବେ। ଟିମ୍ ମ୍ୟାନେଜମେଣ୍ଟକୁ ଯଦି ଆବଶ୍ୟକ ପଡେ, ତାହେଲେ ଏମାନଙ୍କୁ ସାମିଲ୍ କରାଯାଇପାରେ।

ତେବେ ଖଲିଲ, ଆଭେଶ୍ ଓ ଦୀପକ ଷ୍ଟାଣ୍ଡ ବାଏରେ ନାହାନ୍ତି।’ ବିଶ୍ୱକପରେ ଖେଳିବାକୁଥିବା ଭାରତୀୟ ଟିମକୁ ଏଥର ୟୋ ୟୋ ଟେଷ୍ଟ ଦେବାକୁ ପଡ଼ିବ ନାହିଁ, କାରଣ ଆଇପିଏଲ୍ ମେ’ ୧୨ ତାରିଖ ସୁଦ୍ଧା ଶେଷ ହେବ। ବିସିସିଆଇ ଅଧିକାର ଜଣକ କହିଛନ୍ତି, ‘ଖେଳାଳିମାନେ ବ୍ୟସ୍ତବହୁଳ ଟି-୨୦ ସିଜନ୍ ଖେଳୁଛନ୍ତି। ଆଇପିଏଲ ଶେଷ ହେବା ପରେ ସେମାନଙ୍କୁ ରିକଭରି ପାଇଁ ସମୟ ଦରକାର। ଏହି କାରଣରୁ ଖେଳାଳିମାନଙ୍କର କୌଣସି ୟୋ ୟୋ ଟେଷ୍ଟ ହେବ ନାହିଁ।’



from Odisha Reporter http://bit.ly/2GkKRo7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages