ପାକ୍ ଏଫ୍‌-୧୬ ବିମାନ ଧ୍ୱଂସ: ଆମେରିକା ମ୍ୟାଗାଜିନ୍‌ର ରିପୋର୍ଟକୁ ଖାରଜ କଲା ଭାରତୀୟ ବାୟୁସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ପାକ୍ ଏଫ୍‌-୧୬ ବିମାନ ଧ୍ୱଂସ: ଆମେରିକା ମ୍ୟାଗାଜିନ୍‌ର ରିପୋର୍ଟକୁ ଖାରଜ କଲା ଭାରତୀୟ ବାୟୁସେନା

ୱାଶିଂଟନ୍‌/ନୂଆଦିଲ୍ଲୀ: ଭାରତ ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ଏଫ୍‌-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିଲା କି ନାହିଁ, ତା’କୁ ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି। ଆମେରିକାର ଏକ ମ୍ୟାଗାଜିନ୍‌ ପାକିସ୍ତାନ ପକ୍ଷ ନେଇ ରିପୋର୍ଟ ଛାପିବା ପରେ ଭାରତୀୟ ବାୟୁସେନା ପକ୍ଷରୁ ଏହାର ଜବାବ ଦିଆଯାଇଛି।

ବାୟୁସେନା ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନ ଫେବୃଆରୀ ୨୬ରେ ଭାରତର ସାମରିକ ଘାଟି ଉପରେ ଏଫ୍‌-୧୬ ଯୁଦ୍ଧ ବିମାନ ଦ୍ୱାରା ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ଖାଲି ସେତିକି ନୁହେଁ, ଭାରତୀୟ ଯୁଦ୍ଧ ବିମାନ ପାକ୍‌ର ଏଫ୍‌-୧୬ ଜେଟ୍‌କୁ ଗୁଳି କରି ଖସାଇ ଦେଇଥିଲେ। ଏହାର ଯଥେଷ୍ଟ ପ୍ରମାଣ ଆମ ପାଖରେ ରହିଛି।

ଫେବୃଆରୀ ୨୭ରେ ନୌଶେରା ସେକ୍ଟରରେ ଭାରତ ଓ ପାକ୍‌ ବିମାନ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ହିଁ ଭାରତର ମିଗ୍‌-୨୧ ବାଇସନ୍ ହିଁ ପାକ୍‌ର ଏଫ୍-୧୬ ଜେଟ୍‌କୁ ଖସାଇ ଦେଇଥିଲା। ଏନେଇ ଭାରତ ପାଖରେ ପ୍ରମାଣ ରହିଛି। ଆକାଶ ମାର୍ଗରେ ଲଢ଼େଇ ପରେ ଦୁଇଟି ବିମାନରୁ ପାଇଲଟ୍‌ ଇଜେକ୍ଟ କରିଥିଲେ। ୮ରୁ ୧୦ କିମି ବ୍ୟବଧାନ ମଧ୍ୟରେ ଦୁଇଟି ବିମାନର ପାଇଲଟ୍‌ ଆକାଶ ଛତା ଦ୍ୱାରା ତଳକୁ ଓହ୍ଲାଇଥିଲେ।

ଗୋଟିଏ ବିମାନ ଭାରତ ମିଗ୍‌-୨୧ ବାଇସନ ହୋଇଥିବା ବେଳେ ଅନ୍ୟଟି ହେଉଛି ପାକିସ୍ତାନର ଏଫ୍‌-୧୬। ଆମ ଦ୍ୱାରା ସଂଗୃହୀତ ହୋଇଥିବା ଇଲେକଟ୍ରନିକ ସିଗନେଚର ସେଦିନ ପାକିସ୍ତାନ ଏଫ୍‌-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିବା ପ୍ରମାଣିତ କରୁଛି।

ରେଡିଓ ସିଗନାଲରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨ ଜଣ ପାଇଲଟ୍‌ ବିମାନରୁ ଇଜେକ୍ଟ କରିଥିଲେ ବୋଲି ଜଣାପଡ଼ିଛି। ରାଡାର ଟ୍ରାକ୍‌ରୁ ମଧ୍ୟ ପାକ୍‌-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିବା ପ୍ରମାଣିତ ହେଉଛି। ଆୱାକ୍ସ ବିମାନ ମଧ୍ୟ ସର୍ବେକ୍ଷଣ କରି ପାକ୍‌ ସେନା ସେଦିନ ଏଫ-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିବା ଜାଣିବାକୁ ପାଇଥିଲା। ବାୟୁସେନା ପକ୍ଷରୁ କେବଳ ଏଫ-୧୬ରେ ବ୍ୟବହାର କରାଯାଉଥିବା ଏକ ମିସାଇଲ (ଆମରାମ)ର ଏକ ଅଂଶକୁ ମଧ୍ୟ ସମସ୍ତଙ୍କ ଆଗରେ ପ୍ରଦର୍ଶନ କରାଯାଇଛି। ତେଣୁ ଆମେରିକାର ମ୍ୟାଗାଜିନ୍‌ ଯେଉଁ ଖବର ଛାପିଛି, ତା’ହା ଠିକ୍‌ ନୁହେଁ।

ଆମେରିକାର ଏକ ମ୍ୟାଗାଜିନ୍‌ ଆଜି ରିପୋର୍ଟ ପ୍ରକାଶ କରିଥିଲା ଯେ, ଆମେରିକା ଠାରୁ ପାକିସ୍ତାନ କିଣିଥିବା ସମସ୍ତ ଏଫ୍‌-୧୬ ଯୁଦ୍ଧ ବିମାନ ସୁରକ୍ଷିତ ରହିଛି ଏବଂ ଏଥିରୁ କୌଣସି ଗୋଟିଏ ବି ହଜି ନାହିଁ। ପାକିସ୍ତାନ ସରକାର ଆମେରିକା ବିଶେଷଜ୍ଞମାନଙ୍କୁ ସ୍ୱଦେଶ ନିମନ୍ତ୍ରଣ କରିଥିଲା। ଆମେରିକା ଠାରୁ ଏଫ୍‌-୧୬ ଯୁଦ୍ଧ ବିମାନ କିଣାଯିବା ବେଳେ ଯେଉଁ ଚୁକ୍ତି ହୋଇଥିଲା, ତା’କୁ ଇସ୍‌ଲାମାବାଦ ଉଲ୍ଲଙ୍ଘନ କରି ନଥିବା ପାକ ପକ୍ଷରୁ କୁହାଯାଇଥିଲା।

ପାକିସ୍ତାନର ଅନୁରୋଧ ରକ୍ଷା କରି ଆମେରିକାର ଏକ ପ୍ରତିନିଧି ଦଳ ଇସ୍‌ଲାମାବାଦ ଯାଇ ସେଠାରେ ରହିଥିବା ଏଫ୍‌-୧୬ ଯୁଦ୍ଧ ବିମାନଗୁଡ଼ିକୁ ଯାଞ୍ଚ କରିଥିଲା। ଏହି ସମୟରେ ଆମେରିକା ବିକ୍ରି କରିଥିବା ସମସ୍ତ ଏଫ୍‌-୧୬ ଯୁଦ୍ଧ ବିମାନ ସୁରକ୍ଷିତ ରହିଥିବା ସେମାନେ ଦେଖିବାକୁ ପାଇଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଆହୁରି କୁହାଯାଇଥିଲା ଯେ ଭାରତ ଫେବୃଆରୀ ୨୭ରେ ପାକିସ୍ତାନର କୌଣସି ଯୁଦ୍ଧ ବିମାନକୁ ଖସାଇ ନାହିଁ। ବରଂ ପାକିସ୍ତାନ ଭାରତର ଏକ ବିମାନକୁ ଗୁଳି କରି ଖସାଇ ଦେବାକୁ ସକ୍ଷମ ହୋଇଥିଲା। ଏଥିସହ ପାକ୍‌ ଗୁଳିରେ ନଷ୍ଟ ହୋଇଥିବା ବିମାନରେ ଥିବା ଭାରତର ଜଣେ ୱିଙ୍ଗ କମାଣ୍ଡରଙ୍କୁ ମଧ୍ୟ ପାକିସ୍ତାନ କାବୁ କରିବାରେ ସକ୍ଷମ ହୋଇଥିଲା।”



from Odisha Reporter http://bit.ly/2FWFiMj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages