କୁଆଡ଼େ ଗଲେ ହାର୍ଦ୍ଦିକ, ଅଳ୍ପେଶ ଓ ଜିଗ୍ନେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

କୁଆଡ଼େ ଗଲେ ହାର୍ଦ୍ଦିକ, ଅଳ୍ପେଶ ଓ ଜିଗ୍ନେଶ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିଜ ରାଜ୍ୟ ଗୁଜରାଟରେ ୨୦୧୭ ମସିହାର ବିଧାନସଭା ନିର୍ବାଚନ ପୂର୍ବରୁ ଉଭା ହୋଇଥିଲେ ୩ ଯୁବ ଚେହେରା। କଂଗ୍ରେସର ସମର୍ଥକ ଏହି ୩ ଯୁବ ନେତା ଗୁଜରାଟରେ ବିଜେପି ପାଇଁ କଣ୍ଟା ସାଜିବେ ବୋଲି କୁହାଯାଉଥିଲା। ଏପରିକି ଜାତୀୟ ରାଜନୀତିରେ ସେମାନେ ବଡ଼ ଭୂମିକା ନେବେ ବୋଲି କୁହାଯାଉଥିଲା। ସେମାନେ ଭିନ୍ନ ଭିନ୍ନ ଜାତିଭିତ୍ତିକ ଗୋଷ୍ଠୀରୁ ଆସିଥିବାରୁ ଯଦିଓ କଂଗ୍ରେସକୁ ଭୋଟ୍‌ରେ ଫାଇଦା ହୋଇଥିଲା, ଏହାର ମାତ୍ର ୨ ବର୍ଷ ପରେ ସେମାନେ ଏକ ପ୍ରକାର ହଜିଯାଇଛନ୍ତି। ଏହି ୩ ଜଣ ହେଉଛନ୍ତି ପଟିଦାର ନେତା ହାର୍ଦ୍ଦିକ ପଟେଲ, ଜିଗ୍ନେଶ ମେୱାନୀ ଏବଂ ଅଳ୍ପେଶ ଠାକୁର।

୨୦୧୭ ନିର୍ବାଚନଠାରୁ ୨୦୧୯ର ନିର୍ବାଚନୀ ତାତି ନିଶ୍ଚୟ ଅଧିକ ରହିଛି। ଅଳ୍ପେଶ ଠାକୁର କଂଗ୍ରେସ ଟିକେଟ୍‌ରେ ଲଢ଼ି ରାଧାରନ୍‌ପୁର ଆସନରୁ ବିଧାୟକ ହେବାପରେ ଦଳରୁ ଇସ୍ତଫା ଦେଇ ସାରିଛନ୍ତି। ହାର୍ଦ୍ଦିକଙ୍କ ନାମରେ ପଟିଦାର ଆନ୍ଦୋଳନ ସମୟରେ ଏକ ମାମଲା ରହିଛି ଯାହାକି ତାଙ୍କୁ ନିର୍ବାଚନ ଲଢ଼ିବାରେ ରୋକ୍‌ ଲଗାଇଛି। ଅନ୍ୟପକ୍ଷରେ ବଡ୍‌ଗାମ୍‌ ବିଧାୟକ ଜିଗ୍ନେଶ ମେୱାନି ଜାତୀୟ ରାଜନୀତିକୁ ଫେରିବା ଅଭିଳାଷ ନେଇ ପ୍ରୟାସ ଚାଲୁ ରଖିଛନ୍ତି।

ହାର୍ଦ୍ଦିକ ପଟିଦାର ଆରକ୍ଷଣ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏଥିରେ ପୁଲିସ୍‌ ଗୁଳିରେ ୧୪ ଜଣ ପଟିଦାରଙ୍କ ଜୀବନ ଯିବାପରେ ସାରା ଦେଶରେ ହାର୍ଦ୍ଦିକ ଜଣେ ଚିହ୍ନାମୁହଁ ପାଲଟିଯାଇଥିଲେ। ଗୁଜରାଟରେ ପଟିଦାର ଆରକ୍ଷଣ ଆନ୍ଦୋଳନର ଚେହେରା ପାଲଟିଯାଇଥିଲେ ଏବଂ ଗତ ୧ ମାସ ତଳେ ସେ କଂଗ୍ରେସରେ ଯୋଗ ଦେବା ସହ ଏବେ କଂଗ୍ରେସ ପାଇଁ ପ୍ରଚାର କରୁଛନ୍ତି।

ଠିକ୍‌ ସେହି ସମୟରେ ଅଳ୍ପେଶ ଠାକୁର ଓବିସିଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଥିଲେ। ସେ ମଦ ବିରୋଧୀ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଠାକୁର ସେନା ଗଠନ କରିବା ତାଙ୍କୁ ବେଶ୍‌ ଫାଇଦା ଦେଇଥିଲା। ଏହାପରେ ସେ କଂଗ୍ରେସରେ ଯୋଗ ଦେଇ ରାଧାରନପୁର ନିର୍ବାଚନମଣ୍ଡଳୀରୁ ୧୪ ହଜାର ଭୋଟ୍‌ ବ୍ୟବଧାନରେ ଜିତିଥିଲେ। କଂଗ୍ରେସ ଛାଡ଼ିବାପରେ ସେ ଏବେ ଓବିସିଙ୍କ ପାଇଁ କାମ କରିବେ ବୋଲି କହୁଛନ୍ତି।

୨୦୧୬ ଉନା ଦଳିତ ହିଂସା ଘଟଣାକୁ ବିରୋଧ କରିବାରେ ସେ ଦଳିତ ବର୍ଗଙ୍କ ଯୁବ ଚେହେରା ହୋଇ ଉଭା ହୋଇଥିଲେ। ଗୋହତ୍ୟାକୁ ନେଇ ସଂଘଟିତ ଏହି ହିଂସା ସମଗ୍ର ଦେଶରେ ଚର୍ଚ୍ଚା ହୋଇଥିଲା ଏବଂ ଜିଗ୍ନେଶ ମେୱାନୀ ଏକ ସୁପରିଚିତ ଚେହେରା ପାଲଟିଯାଇଥିଲେ। ତାଙ୍କୁ କଂଗ୍ରେସ ବଡ୍‌ଗାମ୍‌ ପାଇଁ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଜୟଲାଭ କରିଥିଲେ। ଗତ କିଛି ସପ୍ତାହ ହେଲା ସେ ବେଗୁସରାଇଠାରେ କହ୍ନେୟା କୁମାରଙ୍କ ପାଇଁ ପ୍ରଚାର କରୁଛନ୍ତି।



from Odisha Reporter http://bit.ly/2G9JCIt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages