
ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟ ନିଯୁକ୍ତିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ ପହଞ୍ଚିଛି। ଭାରତ ସରକାର ବରିଷ୍ଠତାକୁ ଅଣଦେଖା କରି ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବେ ଭାଇସ୍ ଆଡମିରାଲ୍ କରମ୍ବୀର ସିଂହଙ୍କୁ ନିଯୁକ୍ତି ଦେଇଛନ୍ତି।
ହେଲେ ଏହା ବିରୋଧରେ ଅନ୍ୟତମ ଭାଇସ୍ ଆଡମିରାଲ ବିମଲ ବର୍ମା ସ୍ୱର ଉଠାଇଛନ୍ତି। ଏନେଇ ସେ ଆଜି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଛନ୍ତି। ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ବିଚାର କରି ପଦକ୍ଷେପ ଗ୍ରହଣ କରିବ।
ଏହାପୂର୍ବରୁ ଶ୍ରୀ ବର୍ମା ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା ଅଭିଯୋଗ କରି ଆର୍ମଡ ଫୋର୍ସ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଟ୍ରିବ୍ୟୁନାଲ ପକ୍ଷରୁ ଏନେଇ ଶ୍ରୀ ବର୍ମାଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିବାକୁ କହିଥିଲେ।
ମେ’ ୩୧ରେ ବର୍ତ୍ତମାନ ନୌସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଆଡମିରାଲ ସୁନୀଲ ଲାମ୍ବାଙ୍କ କାର୍ଯ୍ୟକାଳ ଶେଷ ହେବ।
from Odisha Reporter http://bit.ly/2UAan2P
No comments:
Post a Comment