
ହାଇଦ୍ରାବାଦ: ୧୭ତମ ସାଧାରଣ ଲୋକସଭା ନିର୍ବାଚନର ପ୍ରଥମ ମତଦାନ ପୂର୍ବରୁ ଉଭୟ ବିଜେପି ଓ କଂଗ୍ରେସ ପ୍ରତି ଆଭିମୁଖ୍ଯ ନରମ କରିଛନ୍ତି ଆନ୍ଧ୍ର ପ୍ରଦେଶର ପ୍ରମୁଖ ଦଳ ୱାଇଏସଆର କଂଗ୍ରେସ ସୁପ୍ରିମୋ ଜଗନ ମୋହନ ରେଡ୍ଡୀ। ଶୁକ୍ରବାର ଆନ୍ଧ୍ରପ୍ରଦେଶକୁ ଦୁଇ ଭାଗ କରି ତେଲାଙ୍ଗାନା ନିଷ୍ପତ୍ତି ନେଇଥିବା କଂଗ୍ରେସ ସରକାରକୁ କ୍ଷମା କରିଦେଇଥିବା ଜଗନ କହିଥିଲେ। ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ଯକାଳକୁ ପ୍ରଶଂସା କରି କେନ୍ଦ୍ର ସରକାରରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିବା ସେ କହିଛନ୍ତି।
ସୂଚନାଯୋଗ୍ଯ ଆନ୍ଧ୍ରପ୍ରଦେଶରୁ ତେଲେଙ୍ଗାନା ଅଲଗା ହେବା ବେଳେ ୟୁପିଏ ସରକାର ଥିଲା। ହେଲେ ନିଷ୍ପତ୍ତିକୁ ବିରୋଧ କରି ୱାଇଏସଆର କଂଗ୍ରେସ ୟୁପିଏ ସରକାରରୁ ଓହରି ଯାଇଥିଲା। ଏବେ ଦୀର୍ଘ ୯ ବର୍ଷର ରାଗକୁ କ୍ଷମା କରିଦେଇଥିବା ଜଗନ କହିଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ଯକାଳକୁ ପ୍ରଶଂସା କରି କହିଛନ୍ତି ୫ ବର୍ଷରେ ଅନେକ କିଛି କରିବାରେ ମୋଦି ସକ୍ଷମ ହୋଇଛନ୍ତି। ପ୍ରଥମଥର ପାଇଁ ଦେଶ ଜଣେ ଦୃଢ଼ ନିଷ୍ପତ୍ତି ନେବାରେ ପଛଘୁଞ୍ଚା ଦେଉଥିବା ନେତା ନରେନ୍ଦ୍ର ମୋଦିଙ୍କୁ ପାଇଛି ବୋଲି ଜଗନ କହିଛନ୍ତି।
ତେବେ ଆନ୍ଧ୍ରପ୍ରଦେଶକୁ ସ୍ପେଶାଲ କ୍ଯାଟାଗୋରୀ ବା ସ୍ବତନ୍ତ୍ର ରାଜ୍ଯର ମାନ୍ଯତା ପ୍ରସଙ୍ଗରେ ସେ କହିଛନ୍ତି ମୋଦି ଠିକ୍ କରି ନାହାନ୍ତି । ୨୦୧୪ରେ ବିଜେପି ସହ ଟିଡପି ମେଣ୍ଟ କରିଥିଲା ଏବଂ ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ଯର ମାନ୍ଯତା ଦେବେ ବୋଲି ମୋଦି କହିଥିଲେ। ହେଲେ ତାଙ୍କ ପ୍ରତିଶୃତି ସେ ରଖି ନଥିବା ଜଗନ ମୋହନ କହିଛନ୍ତି। ଗତବର୍ଷ ଟିଡିପି ମାର୍ଚ୍ଚ ମାସରେ ଏନଡିଏ ମେଣ୍ଟରୁ ଓହରିଯାଇଛି।
ତେବେ ଆଗାମୀ ଦିନରେ ସ୍ବତନ୍ତ୍ର ରାଜ୍ଯ ପାହ୍ଯା ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେପି ସହ କାମ କରିବାକୁ ସେ ରାଜି ବୋଲି ଜଗନ ମୋହନ କହିଛନ୍ତି।
ତେବେ ସର୍ଭେ ରିପୋର୍ଟ ଅନୁଯାୟୀ ଚଳିତ ନିର୍ବାଚନରେ ବିଜେପି ମ୍ଯାଜିକ ନମ୍ବରଠୁ ପଛରେ ରହିବ ବୋଲି ଆକଳନ ହୋଇଥିବାବେଳେ ବିଭିନ୍ନ ରାଜ୍ଯର ଆଞ୍ଚଳିକ ଦଳ ଉପରେ ଦେଶର ପ୍ରମୁଖ ରାଜନୈତିକ ଦଳମାନଙ୍କର ନଜର ରହିଛି।
from Odisha Reporter http://bit.ly/2UDYXKo
No comments:
Post a Comment