ଧୋନି ଓ ଜାଡେଜା ଗୁରୁତର ଅସୁସ୍ଥ: ଫ୍ଲେମିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ଧୋନି ଓ ଜାଡେଜା ଗୁରୁତର ଅସୁସ୍ଥ: ଫ୍ଲେମିଂ

ଚେନ୍ନାଇ: ଆଇପିଏଲ୍‌ରେ ଚେନ୍ନାଇ ପକ୍ଷରୁ ଖେଳୁଥିବା ମହେନ୍ଦ୍ର ସିଂହ ଧୋନି ଓ ରବୀନ୍ଦ୍ର ଜାଡେଜା ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ଖେଳି ନାହାନ୍ତି। କୁହାଯାଉଥିଲା ଆଗକୁ ବିଶ୍ୱକପ୍‌ ଥିବାରୁ ଉଭୟଙ୍କୁ ବିଶ୍ରାମ ଦିଆଯାଇଛି। ତେବେ ଉଭୟ ଗୁରୁତର ଅସୁସ୍ଥ ଥିବା ଜଣାପଡ଼ିଛି। ଖୋଦ୍ ଚେନ୍ନାଇ ସୁପରକିଙ୍ଗସର କୋଚ୍‌ ଷ୍ଟେଫେନ୍‌ ଫ୍ଲେମିଂ ଏଭଳି ସୂଚନା ଦେଇଛନ୍ତି।

ଏହି ସୂଚନା ପରେ ଭାରତୀୟ ଫ୍ୟାନ୍‌ମାନେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ଆଗକୁ ବିଶ୍ୱକପ୍‌ ରହିଛି। ଏହି ବିଶ୍ୱକପ୍‌ରେ ଧୋନି ଭାରତର ସବୁଠାରୁ ଅଭିଜ୍ଞ ଖେଳାଳି। ଏଭଳି ସ୍ଥିତିରେ ଧୋନିଙ୍କ ଅସୁସ୍ଥତା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଅନ୍ୟପକ୍ଷରେ ଜାଡେଜା ମଧ୍ୟ ଭାରତର ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ରହିଛନ୍ତି। ତେଣୁ ଉଭୟ କେବେ ଠିକ୍‌ ହେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର।

ଫ୍ଲେମିଂ କହିଛନ୍ତି, “ଧୋନି ଓ ଜାଡେଜା ବହୁତ ଅସୁସ୍ଥ ଅଛନ୍ତି। ଉଭୟଙ୍କୁ ବ୍ୟାକଟେରିଆ ଓ ଭାଇରସ୍‌ ସଂକ୍ରମଣ କରିଛି। ଅଧିକାଂଶ ଟିମ୍‌ ଏବେ ଏଭଳି ଅସୁସ୍ଥତାକୁ ନେଇ ଚିନ୍ତାରେ ରହିଛନ୍ତି। ଏବେ ଆମ ପାଖରେ ୪ ଦିନର ସମୟ ରହିଛି। ଏହି ସମୟ ମଧ୍ୟରେ ଉଭୟ ସୁସ୍ଥ ହେବେ ବୋଲି ଆଶା କରୁଛୁ। ଏ ସମ୍ପର୍କରେ ଖୁବ୍‌ଶୀଘ୍ର ସମସ୍ତଙ୍କୁ ଅବଗତ କରାଯିବ। ମୁମ୍ବାଇ ୫ ଦିନର ବ୍ୟବଧାନ ପରେ ମ୍ୟାଚ୍ ଖେଳିଥିଲା। ଏହା ସେମାନଙ୍କୁ ଫାଇଦା ଦେଇଛି। ଆମେ ଏବେ ୪ ଦିନର ଛୁଟି ପାଇଥିବାରୁ, ଆଗକୁ ଭଲ କରିବୁ।”



from Odisha Reporter http://bit.ly/2VyJJqs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages