
ଇସ୍ଲାମାବାଦ: କଲମ୍ବୋରେ ଗତ ସପ୍ତାହରେ ଘଟିଥିବା ଭୟଙ୍କର ଆତଙ୍କୀ ହମ୍ଲାର ପ୍ରଭାବ ଏବେ କ୍ରିକେଟ୍ ମ୍ୟାଚ୍ ଉପରେ ପକାଇଛି। ଆତଙ୍କୀ ହମ୍ଲାକୁ ଦୃଷ୍ଟିରେ ରଖି ଆଜି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପାକିସ୍ତାନ ସହ ଆରମ୍ଭ ହେବାକୁ ଥିବା ଅଣ୍ଡର-୧୯ କ୍ରିକେଟ୍ ସିରିଜ୍କୁ ବାତିଲ କରିଦେଇଛି।
ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଅଣ୍ଡର-୧୯ ସିରିଜ୍ କଲମ୍ବୋରେ ଖେଳାଯିବାର ଥିଲା। ଏଥିପାଇଁ ପାକିସ୍ତାନ ଟିମ୍ ଏପ୍ରିଲ ୩୦ରେ କଲମ୍ବୋ ଯିବାକୁ ପ୍ରସ୍ତୁତ ହେଉଥିଲା। ଉଭୟ ଦେଶ ମଧ୍ୟରେ ପ୍ରଥମ ମ୍ୟାଚ୍ ମେ’ ୩ରେ ଗାଲେରେ ଖେଳାଯାଇଥାଆନ୍ତା।
ଏବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ସିରିଜ୍କୁ ସ୍ଥଗିତ ରଖାଯାଇଛି। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପକ୍ଷରୁ କୁହାଯାଇଛି ଯେ “ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନ ସହ ସିରିଜ୍କୁ ବାତିଲ କରାଯାଇଛି। ବର୍ତ୍ତମାନ ସ୍ଥିତିରେ ସୁରକ୍ଷାକୁ ପ୍ରାଥମିକ ଦୃଷ୍ଟି ଦିଆଯାଉଛି। ସର୍ବସମ୍ମତି କ୍ରମେ ପାକ୍ ସହ ଅଣ୍ଡର-୧୯ ସିରିଜ୍କୁ ବାତିଲ କରାଯାଇଛି।”
from Odisha Reporter http://bit.ly/2L72b5K
No comments:
Post a Comment