ଏଠି ରାତିରେ ଟଣା ହୁଏ ରଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

ଏଠି ରାତିରେ ଟଣା ହୁଏ ରଥ

rathha

ଆଠଗଡ଼ (ନୀଳକଣ୍ଠ ଡୋରା): ବାର ମାସରେ ତେର ପର୍ବ ପାଳେ ଓଡ଼ିଶା। ସବୁଥିରେ ନିଆରା ପଣିଆ। ଏଇ ନିଆରା ପରମ୍ପରାରୁ ଗୋଟିଏ ହେଉଛି ରାତିରେ ରଥ ଟଣା। କେବେ ଶୁଣିଛନ୍ତି କି ଏ କଥା ? ହୁଏତ ଶୁଣି ନ ଥିବେ।

ଦିନବେଳା ରଥଯାତ୍ରା ସାରା ଭାରତ ବର୍ଷରେ ପାଳିତ ହେଉଥିବା ବେଳେ ଓଡ଼ିଶାର ୨ଟି ଏମିତି ସ୍ଥାନ ଅଛି, ଯେଉଁଠି ରାତିରେ ଗଡ଼େ ରଥ। ଚୈତ୍ର ମାସରେ ଏକାମ୍ର କ୍ଷେତ୍ର ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଳିତ ହୋଇଥାଏ। ଏହାର ଅନୁକରଣରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଡିଆ ଓ କଟକ ଜିଲ୍ଲା ଆଠଗଡ଼ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିରର ବି ରଥଯାତ୍ରା ପାଳିତ ହୁଏ।

ଏହି ତିନୋଟି ସ୍ଥାନରେ ରଥ ଟଣା  ଅନୁଷ୍ଠିତ ହୋଇଥିଲେ ବି ଖୋର୍ଦ୍ଧା ଓ ଆଠଗଡ଼ରେ ଏଥିରେ ଭିନ୍ନତା ପରିଲକ୍ଷିତ ହୋଇଥାଏ। ତେବେ ଆମେ ଆଜି ଆପଣଙ୍କୁ ଆଠଗଡ଼ ରଥାଟଣା ବିଷୟରେ କହିବୁ। ଚାଲନ୍ତୁ ଜାଣିବା କ’ଣ ରହିଛି ତା’ର ବିଶେଷତ୍ତ୍ୱ।

ରୁକୁଣା ରଥ ଅଣ ଲେଉଟା। ଆଠଗଡ଼ ବ୍ଲକ ରାଧା ଦାମୋଦରପୁରରେ ଆରାଧ୍ୟ ଶ୍ରୀ ଶ୍ରୀ ଜମେଶ୍ୱର ମହାଦେବଙ୍କ ପୀଠରେ ଶତାଧିକ ବର୍ଷରୁ ଏହି ମହାନ ପରମ୍ପରା ପାଳିତ ହୋଇଆସୁଛି। ମରୀଚି କୁଣ୍ଡ ପାଣିରେ ଗାଧୋଇଲେ ସନ୍ତାନ ପ୍ରାପ୍ତି ହେବା ସହିତ ସମସ୍ତ ମନୋକାମନା ପୂର୍ଣ୍ଣ ହେବାର ବିଶ୍ୱାସ ରହିଛି। ପବିତ୍ର ଅଶୋକାଷ୍ଟମୀରେ ପାଳିତ ହେଉଥିବା ଏହି ଯାତ୍ରାର ସୁପରିଚାଳନା ପାଇଁ ଗ୍ରାମବାସୀ ସମସ୍ତ ଦାୟିତ୍ୱ ନେଇଥାନ୍ତି।

ପାରମ୍ପରିକ ଭାବରେ ମହାପ୍ରଭୁ ଜମେଶ୍ୱର ରୁକୁଣା ରଥରେ ଚଢ଼ି ମାଉସୀ ମା’ ଘରକୁ ଯିବେ। ନିର୍ଦ୍ଧାରିତ ନୀତିକାନ୍ତି ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାକୁ ରଥାରୁଢ଼ କରାଯିବ। ପରେ ଗ୍ରାମ ସଭାପତି ପାରମ୍ପରିକ ଛେରାପହଁରା କଲାପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥାଏ।

ସକାଳୁ ମଙ୍ଗଳ ଆଳତୀ, ମଇଲମ ପରେ ଠାକୁରଙ୍କ ଅଶୋକ କୁଣ୍ଡରେ ମହାସ୍ନାନ କରିଥାନ୍ତି। ଏହି ଅଶୋକଫୁଲ ଖାଇଲେ ସମସ୍ତ ରୋଗ ବ୍ୟାଧି ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି।

ସବୁଠି ଦିନରେ ରଥଯାତ୍ରା ହେଉଥିବା ବେଳେ ଏଠାରେ ରାତିରେ ରଥଟଣାର ରହିଛି ସ୍ୱତନ୍ତ୍ର ଆକର୍ଷଣ। ଆଖପାଖର ବହୁ ଶ୍ରଦ୍ଧାଳୁ ଶାନ୍ତିଶୃଙ୍ଖଳାର ସହ ଏହି ଯାତ୍ରା ଉପଭୋଗ କରିଥାନ୍ତି।



from Odisha Reporter http://bit.ly/2Z9NuSh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages