ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ଜାଣନ୍ତୁ ୧୫ଜଣିଆ ଦଳରେ କାହାକୁ ମିଳିଲା ସ୍ଥାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ଜାଣନ୍ତୁ ୧୫ଜଣିଆ ଦଳରେ କାହାକୁ ମିଳିଲା ସ୍ଥାନ

ମୁମ୍ବାଇ: ବିଶ୍ୱକପ୍ ପାଇଁ ସୋମବାର ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ବିସିସିଆଇ ଚୟନକମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦ ଓ ସମ୍ପାଦକ ଅମିତାଭ ଚୌଧୁରୀଙ୍କ ଦ୍ୱାରା ଆୟୋଜିତ ପ୍ରେସ କନଫରେନ୍ସ ଦ୍ୱାରା ବିଶ୍ୱକପ୍ ପାଇଁ ଏହି ୧୫ ଜଣିଆ ଦଳର ଘୋଷଣା କରାଯାଇଛି।

ଟିମର ଅଧିନାୟକ ଭାବେ ବିରାଟ କୋହଲି ରହିଥିବା ବେଳେ ତାଙ୍କୁ ଡେପୁଟି ଭାବେ ରୋହିତ ଶର୍ମା ସହଯୋଗ କରିବେ। ଆଶା ମୁତାବକ ଭାରତୀୟ ଦଳରେ ବିଜୟ ଶଙ୍କର, ଲୋକେଶ ରାହୁଲ ଏବଂ ଦିନେଶ କାର୍ତ୍ତିକଙ୍କୁ ସାମିଲ୍ କରାଯାଇଛି। ତେବେ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ନିରାଶ ହେବାକୁ ପଡ଼ିଛି।

କ୍ରିକେଟ୍ ବିଶେଷଜ୍ଞଙ୍କ ଅନୁଯାୟୀ, ବିଶ୍ୱକପ୍ ପାଇଁ ପନ୍ତ ଅଧିକ ଦାବିଦାର, କିନ୍ତୁ ଚୟନକର୍ତ୍ତା ତାଙ୍କ ବଦଳରେ କାର୍ତ୍ତିକଙ୍କ ଉପରେ ଅଧିକ ଭରସା ଦେଖାଇଛନ୍ତି। ଆଇପିଏଲରେ ଭଲ ପ୍ରଦର୍ଶନ ଆଧାରରେ ରାହୁଲଙ୍କ ଚୟନ କରାଯାଇଛି। ରାହୁଲଙ୍କ ଚୟନ ଦ୍ୱାରା ଭାରତୀୟ ଦଳର ଚତୁର୍ଥ ସ୍ଥାନ ଚିନ୍ତା ପ୍ରାୟତ ଦୂର ହୋଇଛି।

ଅନ୍ୟପକ୍ଷରେ ନିକଟ ସିରିଜରେ ଖରାପ ପ୍ରଦର୍ଶନ କରିଥିବା ଅମ୍ବାତି ରାୟୁଡୁଙ୍କୁ ବାଦ୍ ଦିଆଯାଇଛି। ଦଳରେ ଚତୁର୍ଥ ପେସ ବୋଲରଙ୍କୁ ସାମିଲ କରାଯାଇନାହିଁ। ଜସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର ଓ ମହମ୍ମଦ ଶାମି ପେସ୍ ବ୍ୟାଟେରୀ ସମ୍ଭାଳିବେ। ଦଳରେ ତିନି ସ୍ପିନର ଯଥା କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଓ ରବୀନ୍ଦ୍ର ଜାଡେଜାଙ୍କ ସାମିଲ୍ କରାଯାଇଛି। ଦଳର ନିୟମିତ ତଥା ପ୍ରଥମ ପସନ୍ଦର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଛନ୍ତି।

ବିଶ୍ୱକପ୍ ପାଇଁ ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧୱନ୍, ଲୋକେଶ ରାହୁଲ୍, ବିଜୟ ଶଙ୍କର, ମହେନ୍ଦ୍ର ସିଂହ ଧୋନି (ୱିକେଟକିପର), କେଦାର ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଜସପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ଶାମି ।



from Odisha Reporter http://bit.ly/2UkIarA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages