୫ ଟଙ୍କା ବଢ଼ିଲା ରନ୍ଧନ ଗ୍ୟାସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

୫ ଟଙ୍କା ବଢ଼ିଲା ରନ୍ଧନ ଗ୍ୟାସ୍‌

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସୋମବାର ବିମାନ ଇନ୍ଧନ ଏବଂ ଅଣ ସବ୍‌ସିଡିଯୁକ୍ତ ରନ୍ଧନ ଗ୍ୟାସ୍‌ ମୂଲ୍ୟ ବୃଦ୍ଧି ପାଇଛି। ପ୍ରତି ସିଲିଣ୍ଡର ପିଛା ଦର ୫ ଟଙ୍କା ବୃଦ୍ଧି ପାଇ ଥିବା ବେଳେ ଏବେ ଏହାର ମୂଲ୍ୟ ୭୦୬ ଟଙ୍କା ୫୦ ପଇସା ହୋଇଛି। ସେହିପରି ବିମାନ ଇନ୍ଧନ ମୂଲ୍ୟ ଏକ କିଲୋଲିଟର ପିଛା ୬୭୭.୧ ଟଙ୍କା ବୃଦ୍ଧି ପାଇ ୬୩, ୪୭୨ ଟଙ୍କା ୨୨ ପଇସାରେ ପହଞ୍ଚିଛି।
ମାର୍ଚ୍ଚ ୧ରେ ଏହି ଅଣ ସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦର ୪୨ ଟଙ୍କା ୫ ପଇସା ବୃଦ୍ଧି ପାଇଥିଲା। ସୂଚନାଯୋଗ୍ୟ ସରକାରଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ବର୍ଷକୁ ୧୨ଟି ସବ୍‌ସିଡିଯୁକ୍ତ ରନ୍ଧନଗ୍ୟାସ୍‌ ସିଲିଣ୍ଡର ପ୍ରଦାନ କରାଯାଉଥିବା ବେଳେ ଏହାର ଦାମ୍‌ ବର୍ତ୍ତମାନ ୪୯୫ ଟଙ୍କା ୮୬ ପଇସା ରହିଛି।  ପ୍ରତିମାସ ପହିଲାରେ ବିମାନ ଇନ୍ଧନ ଏବଂ ରନ୍ଧନ ଗ୍ୟାସ ଦର ସଂଶୋଧନ କରାଯାଉଥିବା ବେଳେ ଏହି ଧାରା ୨୦୧୬ ମସିହାରୁ ଲାଗୁ ହୋଇଛି।



from Odisha Reporter https://ift.tt/2uA1BlY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages