
ଅନନ୍ତପୁର: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଆଜି ଭୋଟ୍ ଗ୍ରହଣ ବେଳେ ଶାସକ ଟିଡିପି ଓ ୱାଇଏସ୍ଆର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ହୋଇଛି। ଏହି ସଂଘର୍ଷରେ ଟିଡିପି ଓ ୱାଇଏସ୍ଆର କଂଗ୍ରେସର ୨ ଜଣ କର୍ମୀ ପ୍ରାଣ ହରାଇଛନ୍ତି। ଟିଡିପି କର୍ମୀ ସିଦ୍ଧା ଭାସ୍କର ରେଡ୍ଡୀ ଅନନ୍ତପୁର ଜିଲ୍ଲା ତାଡ଼ିପତ୍ରି ନିର୍ବାଚନୀ ମଣ୍ଡଳୀର ଭୀରାପୁରମଠାରେ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ୱାଇଏସ୍ଆର କଂଗ୍ରେସରର କର୍ମୀମାନେ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ଶ୍ରୀ ରେଡ୍ଡୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି।
ସେହିପରି ୱାଇଏସ୍ଆର କଂଗ୍ରେସର ପୁଲ୍ଲା ରେଡ୍ଡୀଙ୍କ ଏହି ସଂଘର୍ଷରେ ମୃତ୍ୟୁ ଘଟିଛି। ଦୁଇ ଗୋଷ୍ଠୀ ପରସ୍ପରକୁ ଟେକା ପଥର ମାଡ଼ କରୁଥିବା ବେଳେ ପୁଲ୍ଲା ରେଡ୍ଡୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଏହି ଘଟଣା ପରେ ଆନ୍ଧ୍ରପ୍ରଦେଶ ବିଭିନ୍ନ ସ୍ଥାନରେ ଦୁଇ ଦଳର କର୍ମୀ ମୁହାଁମୁହିଁ ହୋଇଥିବା ଖବର ମିଳିଛି। ଆଜି ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଓ ୧୭୫ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି।
from Odisha Reporter http://bit.ly/2IpHOh7
No comments:
Post a Comment