ଏୟାର ଷ୍ଟ୍ରାଇକ୍‌: ବିଶ୍ୱକୁ ଭୁଆଁ ବୁଲାଇବା ପାଇଁ ସାମ୍ବାଦିକଙ୍କୁ ବାଲାକୋଟ୍‌ ନେଲା ପାକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ଏୟାର ଷ୍ଟ୍ରାଇକ୍‌: ବିଶ୍ୱକୁ ଭୁଆଁ ବୁଲାଇବା ପାଇଁ ସାମ୍ବାଦିକଙ୍କୁ ବାଲାକୋଟ୍‌ ନେଲା ପାକ୍‌

ଇସ୍‌ଲାମାବାଦ: ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍‌ଠାରେ ଥିବା ଜୈଶ କ୍ୟାମ୍ପ ଉପରେ କରିଥିବା ଏୟାର ଷ୍ଟ୍ରାଇକ୍‌କୁ ମିଛ ପ୍ରମାଣ କରିବାକୁ ପାକିସ୍ତାନ ପୁଣିଥରେ ହୀନ୍‌ ପ୍ରୟାସ କରିଛି। ଏୟାର ଷ୍ଟ୍ରାଇକ୍‌ର ଦୀର୍ଘ ୪୩ ଦିନ ପରେ ପାକ୍‌ ସେନା ପକ୍ଷରୁ ଅନ୍ତର୍ଜାତୀୟ ଗଣମାଧ୍ୟମ ଏବଂ ଡିପ୍ଲୋମାଟମାନଙ୍କୁ ବାଲାକୋଟ୍‌ର ଖାଇବର ପାଖତୁନଖ୍ୱା ପାହାଡ଼ ଉପରେ ଥିବା ତଥାକଥିତ ମଦ୍ରାସାକୁ ନେଇଛି।

ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ଏଠାରେ ଏୟାର ଷ୍ଟ୍ରାଇକ୍‌ କରି ଆତଙ୍କୀ ଶିବିରକୁ ଛାରଖାର କରିଦେଇଥିଲା। ଭାରତର ଦାବିକୁ ପ୍ରମାଣ କରିବା ପାଇଁ କିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ପୂର୍ବରୁ ସେଠାକୁ ଯିବାକୁ ଚାହିଁଥିଲେ। କିନ୍ତୁ ପାକିସ୍ତାନ ଏହାକୁ ଅନୁମତି ଦେଇ ନଥିଲା।

ଏବେ ୪୩ ଦିନ ପରେ ସବୁ ରଫାଦଫା କରିବା ପରେ ପାକିସ୍ତାନ ସେନା ପକ୍ଷରୁ ଘଟଣାରେ ତାଳି ପକାଇବା ପାଇଁ ସାମ୍ବାଦିକ ଏବଂ ଡିପ୍ଲୋମାଟମାନଙ୍କୁ ସେଠାକୁ ନିଆଯାଇଛି। ପାକିସ୍ତାନ ସେନା ସେଠାରେ ସମସ୍ତ ସାମ୍ବାଦିକମାନଙ୍କୁ ଘଟଣାସ୍ଥଳକୁ ବୁଲାଇ ଦେଖାଇଥିଲା ଏବଂ ଭାରତ କରିଥିବା ଏୟାର ଷ୍ଟ୍ରାଇକ୍‌ରେ କିଛି ଧ୍ୱଂସ ହୋଇନାହିଁ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଥିଲା।

ସାମ୍ବାଦିକମାନେ ବିଭିନ୍ନ ସ୍ଥାନ ବୁଲି ଦେଖୁଥିବା ବେଳେ ପାକ୍‌ ସେନା ପକ୍ଷରୁ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଥିଲା। ସେହିପରି ସାମ୍ବାଦିକମାନେ ସ୍ଥାନୀୟ ଲୋକଙ୍କ ସହ କଥା ହେବାକୁ ଚେଷ୍ଟା କରୁଥିଲେ ହେଁ ପାକ୍‌ ସେନା ବାରମ୍ବାର ଏଥିରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା। ସ୍ଥାନୀୟ ଲୋକଙ୍କ ସହ ବେଶୀ ସମୟ କଥା ନ ହେବାକୁ ମଧ୍ୟ ସେମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ତାଗିଦ କରିଥିଲେ।

ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି ଯେ “ଅନ୍ତର୍ଜାତୀୟ ଗଣମାଧ୍ୟମର ପ୍ରତିନିଧି ଓ କୂଟନୀତିଜ୍ଞମାନଙ୍କୁ ହେଲିକପ୍ଟର ଯୋଗେ ମାନସେରାକୁ ନିଆଯାଇଥିଲା। ଏହାପରେ ସମସ୍ତ ସଦସ୍ୟ ଦୀର୍ଘ ଦେଢ଼ ଘଣ୍ଟାକାଳ ପାହାଡ଼ିଆ ରାସ୍ତା ଅତିକ୍ରମ କରିଥିଲେ। ସମସ୍ତ ସଦସ୍ୟଙ୍କୁ ପାକିସ୍ତାନ ପକ୍ଷରୁ ୩ଟି ଅଲଗା ଅଲଗା ସ୍ଥାନ ଦେଖାଯାଇଥିଲା।

ଏହି ସବୁ ସ୍ଥାନରେ ଭାରତୀୟ ବାୟୁସେନା ବୋମା ମାଡ଼ କରିଥିବା କୁହାଯାଇଥିଲା। ଭାରତୀୟ ସେନାର ବୋମା ମାଡ଼ରେ କେବଳ କିଛି ଗାତ ସୃଷ୍ଟି ଓ ଗଛ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ବୋମା ମାଡ଼ ସ୍ଥାନରେ କୌଣସି ଜନବସତି ନାହିଁ। ଏହା ବାହ୍ୟ ଜଗତରୁ ସଂପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇ ରହିଛି।”

ଘଟଣାସ୍ଥଳ ଦେଖିବାକୁ ଯାଇଥିବା ସଦସ୍ୟମାନେ କାହିଁକି ଏତେ ବିଳମ୍ବରେ ଏଭଳି ଆୟୋଜନ କରାଗଲା ବୋଲି ପାକ୍‌ ସେନା ଅଧିକାରୀଙ୍କୁ ପଚାରିଥିଲେ। ଏହାର ଉତ୍ତରରେ ପାକ୍‌ ସେନା ପକ୍ଷରୁ କୁହାଯାଇଛି ଯେ ପାଗ ଖରାପ ଏବଂ ସ୍ଥିତି ଭଲ ନଥିବାରୁ କାର୍ଯ୍ୟକ୍ରମ ବିଳମ୍ବ ହୋଇଛି।

ପୂର୍ବରୁ ଏକାଧିକ ଗଣମାଧ୍ୟମ ଏଠାକୁ ଆସିବାକୁ ଚେଷ୍ଟା କରିଥିବା ବେଳେ ପାକ୍‌ ସେନା ସେମାନଙ୍କୁ ଅଟକାଇଥିବା ଖବରକୁ ଇସ୍‌ଲାମାବାଦ ଫାଙ୍କି ଦେଇଛି। ଏମିତି କିଛି ବି ଘଟଣା ଘଟିନାହିଁ ବୋଲି ପାକ୍‌ ସେନା କହିଛି। ଏଠାରେ କେବଳ ଏକ ମଦ୍ରାସା ରହିଛି ଏବଂ ପିଲାମାନେ ପାଠ ପଢ଼ୁଛନ୍ତି ବୋଲି ପାକ୍‌ ସେନା ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର କହିଛନ୍ତି।

ତେବେ ଏହି ମଦ୍ରାସା କାନ୍ଥରେ କାହିଁକି ଆତଙ୍କବାଦୀ ମୌଲାନା ୟୁସୁଫ ଆଝାରର ନାଁ ଲେଖାଯାଇଛି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ କୌଣସି ଉତ୍ତର ଦେଇ ନଥିଲେ। କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରର ଭାଇ ହେଉଛି ୟୁସୁଫ। ଭାରତୀୟ ବାୟୁସେନା ତାକୁ ଖତମ କରିବାକୁ ଏୟାର ଷ୍ଟ୍ରାଇକ୍‌ କରିଥିଲା। ସେହିପରି ଏକ ବୋର୍ଡରେ ମଦ୍ରାସାକୁ ଫେବୃଆରୀ ୨୭ରୁ ମାର୍ଚ୍ଚ ୧୪ ଯାଏ ବନ୍ଦ ରହିବ ବୋଲି ଲେଖାଯାଇଥିଲା।

ଭାରତ ଫେବୃଆରୀ ୨୬ରେ ଏୟାର ଷ୍ଟ୍ରାଇକ୍‌ କରିଥିବା ବେଳେ ୨୭ରେ ମଦ୍ରାସା ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବା ପ୍ରମାଣିତ ହୋଇଛି। ଉକ୍ତ ମଦ୍ରାସାରେ ଏବେ କିଛି ପିଲା ପାଠ ପଢ଼ୁଥିବା ପାକିସ୍ତାନ ସେନା ନିମନ୍ତ୍ରିତ ସାମ୍ବାଦିକମାନଙ୍କୁ ଦେଖାଇଥିଲା।

ଗଫୁର ପୁଣି ସେମାନଙ୍କୁ କହିଥିଲେ ଯେ, “ଆପଣମାନେ ଯେତେବେଳେ ଚାହିଁବେ ଏଠାକୁ ଆସିପାରିବେ। ଏଠାରେ ଥିବା ମଦ୍ରାସା ବେଶ ପୁରୁଣା। ଭାରତର ତଥାକଥିତ ଏୟାର ଷ୍ଟ୍ରାଇକ୍‌ରେ ଏହି ବିଲଡିଂ କୌଣସି ପ୍ରକାରର କ୍ଷତି ହୋଇନାହିଁ। ତେଣୁ ଭାରତର ଦାବି ସଂପୂର୍ଣ୍ଣ ଭାବେ ମିଛ।”

ଫେବୃଆରୀ ୧୪ ପୁଲୱାମା ଆତଙ୍କବାଦୀ ହମ୍‌ଲା ପରେ ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ ବାଲାକୋଟ୍‌ରେ ଥିବା ଜୈଶ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ କରିଥିଲା। ଏଥିରେ ୨୫୦ରୁ ଅଧିକ ଆତଙ୍କୀ ନିହତ ହୋଇଥିବା କୁହାଯାଉଛି। କିନ୍ତୁ ପାକିସ୍ତାନ ଏହାକୁ ଖଣ୍ଡନ କରିଆସିଛି।



from Odisha Reporter http://bit.ly/2GgRxVu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages