ପ୍ରତି ପରିବାରରୁ ଜଣକୁ ମିଳିବ ନିଯୁକ୍ତି କିମ୍ବା ଆତ୍ମନିଯୁକ୍ତି: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ପ୍ରତି ପରିବାରରୁ ଜଣକୁ ମିଳିବ ନିଯୁକ୍ତି କିମ୍ବା ଆତ୍ମନିଯୁକ୍ତି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିସାରିଥିବାବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆଜି ଗୋଟିଏ ଦିନରେ ଦୁଇଟି ବଡ଼ ଘୋଷଣା କରିଛି। ଦଳ ରାଜ୍ୟରେ କ୍ଷମତାକୁ ଆସିଲେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଟଙ୍କାକରେ ୫କିଲୋ ଚାଉଳ ସହ ଅଧକିଲୋ ଡାଲି ଓ ଲୁଣ ଦେବାକୁ ପୂର୍ବାହ୍ନରେ ଘୋଷଣା କରିଥିବାବେଳେ ଅପରାହ୍ନରେ ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ନିଶ୍ଚିତ ନିଯୁକ୍ତି କିମ୍ବା ଆତ୍ମନିଯୁକ୍ତି ଦେବ ବୋଲି ପ୍ରତିଶ୍ରୁତି ଦେଇଛି।

ଦଳର ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଓଡ଼ିଶାରେ ବିଜେପିର ସରକାର ଆସିଲେ ରାଜ୍ୟର ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଅବା ଆତ୍ମନିଯୁକ୍ତି ଯୋଗାଇ ଦିଆଯିବ। ୩୫୦୦କୋଟି ଟଙ୍କାର ଏକ ‘ସ୍କିଲ୍ ଓଡ଼ିଶା ପାଣ୍ଠି’ ଗଠନ କରି ଆଗାମୀ ୫ବର୍ଷ ମଧ୍ୟରେ ୨୦ଲକ୍ଷ ଯୁବକ/ଯୁବତୀଙ୍କୁ ଦକ୍ଷତା ବିକାଶ ପାଇଁ ତାଲିମ ଦିଆଯିବ। ୩ହଜାର କୋଟି ଟଙ୍କାର ଏକ ରିଭଲଭିଂ ଫଣ୍ଡ ଜରିଆରେ ରାଜ୍ୟର ଯୁବପିଢ଼ିକୁ ଆତ୍ମନିଯୁକ୍ତି ନିମନ୍ତେ ୧ ପ୍ରତିଶତ ସୁଧ ହାରରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ।

ନିର୍ବାଚନୀ ଘୋଷଣାପତ୍ର ଅନୁସାରେ ଯୁବପିଢ଼ିଙ୍କ ମଧ୍ୟରେ ନୂଆ ବ୍ୟବସାୟିକ ଚିନ୍ତାଧାରା ଆଣିବା ପାଇଁ ହଜାରେ କୋଟି ଟଙ୍କାର ଏକ ‘ଧର୍ମପଦ ଷ୍ଟାର୍ଟଅପ୍ ଫଣ୍ଡ’ ଗଠନ କରାଯିବ। ୧୦ଟି ଆବାସିକ କୋଚିଂ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠା କରାଯିବ ଯେଉଁଥିରେ ସରକାରୀ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାନିମନ୍ତେ ମାଗଣା ତାଲିମ ପ୍ରଦାନ କରାଯିବ।

ସେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରି ଗତ ୧୯ବର୍ଷର ବିଜେଡି ଶାସନରେ ରାଜ୍ୟରେ ବେକାରୀ ସମସ୍ୟା ଉକ୍ରଟ ରୂପ ଧାରଣ କରିଛି ବୋଲି କହିଛନ୍ତି। ୨୦୦୯ରୁ ଆଜି ଯାଏ ଦୀର୍ଘ ୧୦ ବର୍ଷ ଭିତରେ ମାତ୍ର ୨୬,୪୫୦ ଜଣଙ୍କୁ ନିଯୁକ୍ତି ମିଳିଛି। ୨୦୦୦ ମସିହାରେ ଯୁବକମାନଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏବେ ପ୍ରତାରଣାରେ ପରିଣତ ହୋଇଛି। ବିଜେଡିର ସରକାର ନା ଶିଳ୍ପ ପ୍ରତିଷ୍ଠା କରି ନିଯୁକ୍ତି ଦେଇପାରିଲେ ନା ଆତ୍ମନିଯୁକ୍ତି ପାଇଁ ପ୍ରୋତ୍ସାହନ ଯୋଗାଇ ପାରିଲେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।



from Odisha Reporter http://bit.ly/2Gl0ME5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages