ଫ୍ରାନ୍ସରେ ଟିକସ ଛାଡ଼ ସୁବିଧା ପାଇଥିଲେ ଅନୀଲ ଅମ୍ବାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ଫ୍ରାନ୍ସରେ ଟିକସ ଛାଡ଼ ସୁବିଧା ପାଇଥିଲେ ଅନୀଲ ଅମ୍ବାନୀ

ନୂଆଦିଲ୍ଲୀ: ରାଫେଲ୍‌ ରାଜନୀତିରେ ନୂତନ ଟ୍ୱିଷ୍ଟ ଭାବରେ ଧସେଇ ପଶିଛି ଅନୀଲ ଅମ୍ବାନୀଙ୍କ ଫ୍ରେଞ୍ଚ କମ୍ପାନୀକୁ ଟିକସ ଛାଡ଼ ପ୍ରସଙ୍ଗ। ଫ୍ରାନ୍ସର ଲେ ମନ୍ଦ ରିପୋର୍ଟ କରିଛି ଫ୍ରାନ୍ସ ସରକାର ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଆଟଲାଣ୍ଟିକ୍‌ ଫ୍ଲାଗ୍‌ ଫ୍ରାନ୍ସ ଟିକସ ବାବଦକୁ ୧୪୩.୭ ମିଲିୟନ୍‌ ୟୁରୋ ଛାଡ଼ କରିଛନ୍ତି। ୩୬ଟି ରାଫେଲ ଯୁଦ୍ଧବିମାନ କିଣିବା ନେଇ ଫ୍ରାନ୍ସ ସହିତ ଚୁକ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ୍‌ଠାରେ ଘୋଷଣା କରିବାର ୬ ମାସ ପରେ ଏହି ଟିକସ ଛାଡ଼ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ୨୦୦୭ରୁ ୨୦୧୨ ଅବଧିରେ ଫ୍ରାନ୍ସ କର୍ତ୍ତୃପକ୍ଷ ଅମ୍ବାନୀଙ୍କ କମ୍ପାନୀ ଉପରେ ଟିକସ ବାବଦକୁ୧୫୧ ମିଲିଅନ୍‌ ୟୁରୋ ଦାବି କରିଆସୁଥିଲେ। ୨୦୧୩ ମସିହାରେ ଅମ୍ବାନୀଙ୍କ କମ୍ପାନୀ ଏହି ଟିକସ ପରିମାଣକୁ ମାତ୍ରାତିରିକ୍ତ ଓ ବେଆଇନ ଦର୍ଶାଇ ୭.୬ ମିଲିଅନ୍‌ ୟୁରୋରେ ଏହାର ୱାନ ଟାଇମ ସେଟଲମେଣ୍ଟ ପାଇଁ ପ୍ରସ୍ତାବ ଦେଇଥିଲେ, ଯାହାକି ଫ୍ରାନ୍ସ ନାକଚ କରିଦେଇଥିଲା। କିନ୍ତୁ ୨୦୧୫ ମସିହା ଅକ୍ଟୋବର ୨୨ରେ ଫ୍ରାନ୍ସ କର୍ତ୍ତୃପକ୍ଷ ହଠାତ୍ ୟୁଟର୍ଣ୍ଣ ନେଇଥିଲେ। ପୂର୍ବ ପ୍ରସ୍ତାବ ୭.୬ ମିଲିଅନ୍‌ ୟୁରୋରୁ କମ୍‌ ପରିମାଣ ଅର୍ଥାତ ୭.୩ ମିଲିଅନ୍‌ ୟୁରୋରେ ସମାଧାନ ପାଇଁ ରାଜି ହୋଇଯାଇଥିଲେ। ଏଥିରେ ୨୦୦୮ରୁ ୨୦୧୪ ମସିହା ଯାଏ ବକେୟା ଥିବା ଟିକସକୁ ନେଇ ରହିଥିବା ସମସ୍ୟାର ସମାଧାନ ହୋଇଯାଇଥିଲା।

କାକତାଳିୟ ନ୍ୟାୟରେ ୨୦୧୫ ଏପ୍ରିଲ ୧୦ରେ ହିଁ ପ୍ରଧାନମନ୍ତ୍ରୀ ମୋଦି ରାଫେଲ ବାବଦରେ ଘୋଷଣା କରିଥିଲେ। ସେ ଫ୍ରାନ୍ସ ଗସ୍ତରେ ଥିବା ସମୟରେ ହିଁ ଏହି ୩୬ଟି ଯୁଦ୍ଧବିମାନ କିଣା ନେଇ ଘୋଷଣା କରିଥିଲେ। ଏହି ଘୋଷଣା ପରେ ଅନୀଲଙ୍କ କମ୍ପାନୀ ଅଫ୍‌ସେଟ୍‌ ପାର୍ଟନର ଭାବରେ ଉଭା ହୋଇଥିଲା। ଏହି ଡିଲ୍‌ ଭାରତୀୟ ମୁଦ୍ରାରେ ୩୦ ହଜାର କୋଟି ଟଙ୍କାର ଥିଲା।

ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ରିଲାଏନ୍ସ ଗ୍ରୁପ୍‌। କମ୍ପାନୀ ପକ୍ଷରୁ କୁହାଯାଇଛି, ଏହି ସେଟଲମେଣ୍ଟରେ କୌଣସି ଅନୁଗ୍ରହ ବା ଫାଇଦା ହୋଇନି। ରିଲାଏନ୍ସ ଫ୍ଲାଗ୍‌ ଫ୍ରାନ୍ସର ନିୟମ ଅନୁଯାୟୀ ହିଁ ଏହି ସମାଧାନ କରିପାରିଛି। ବିବାଦୀୟ ଟିକସ ଦାବିକୁ ନେଇ ଏଭଳି ସେଟଲମେଣ୍ଟ କରାଯାଇଥାଏ ବୋଲି କୁହାଯାଇଛି।



from Odisha Reporter http://bit.ly/2Ix21S3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages