ଆଳିରେ ବୁଥ୍ କ୍ୟାପଚରିଂ ଅଭିଯୋଗ ଆଣିଲେ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ଆଳିରେ ବୁଥ୍ କ୍ୟାପଚରିଂ ଅଭିଯୋଗ ଆଣିଲେ ବିଧାୟକ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ‌ଆଳିରେ ବୁଥ୍ କ୍ୟାପଚରିଂ ହୋଇଥିବା ଅଭିଯୋଗ ହୋଇଛି। କଂଗ୍ରେସ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା ବୁଥ୍ କ୍ୟାପଚରିଂ ଅଭିଯୋଗ ଆଣିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏନେଇ ବିଧାୟକ ଅଭିଯୋଗ କରିଛନ୍ତି। ମୋଟ ୯ଟି ବୁଥ୍ କ୍ୟାପଚରିଂ ହୋଇଥିବା ସେ ଅଭିଯୋଗ କରିଛନ୍ତି।

ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା ସିଧାସଳଖ ବିଜେଡି ସମର୍ଥକଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି। ସମ୍ପୃକ୍ତ ବୁଥ୍‌ଗୁଡ଼ିକରେ ପୁନଃ ମତଦାନ ପାଇଁ ସେ ଦାବି କରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀର ଔପଦା ପଞ୍ଚାୟତର କୋରିରାପଲ୍ଲୀ ଗାଁରେ ୧୬୦ ନମ୍ବର ବୁଥରେ ରିଗିଂ ହୋଇଥିବାର ଅଭିଯୋଗ ହୋଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଏକ ବୁଥରେ ରିଗିଂ ହୋଇଥିବା ଅଭିଯୋଗ ହୋଇଛି। ସିଙ୍ଗିର ବଜାରସ୍ଥିତ ଅଳିହା ୟୁପି ସ୍କୁଲର ୩୧୦ ନମ୍ବର ବୁଥକୁ ନେଇ ଏହି ଅଭିଯୋଗ ଆସିଛି।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ତେବେ ମତଦାନ ବେଳେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଛି। କେଉଁଠି ଇଭିଏମ୍ ଅଚଳ ହୋଇଯାଇଥିଲା ତ କେଉଁଠି ଭୋଟର ଇଭିଏମ୍ ଭାଙ୍ଗି ଦେଇଥିଲେ। ସେହିଭଳି କିଛି ସ୍ଥାନରେ ବିଭିନ୍ନ ଦଳର କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ହାତାହାତି ହୋଇଛି।



from Odisha Reporter http://bit.ly/2DDA2ge

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages