ଶ୍ରୀଲଙ୍କାରେ ସମସ୍ତ ପ୍ରକାରର ‘ମାସ୍କ’ ବ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ଶ୍ରୀଲଙ୍କାରେ ସମସ୍ତ ପ୍ରକାରର ‘ମାସ୍କ’ ବ୍ୟାନ୍‌

କଲମ୍ବୋ: ଏପ୍ରିଲ ୨୧ର ଶ୍ରୀଲଙ୍କା ସିରିଜ୍‌ ବୋମା ବିସ୍ଫୋରଣ ପରେ ଆଜି ରାଷ୍ଟ୍ରପତି ମୈଥ୍ରୀପାଲ ସିରସେନା ଦେଶରେ ସମସ୍ତ ପ୍ରକାରର ମାସ୍କ ବା ମୁହଁ ଢାଙ୍କୁ ଥିବା ସାମଗ୍ରୀକୁ ବ୍ୟାନ୍‌ କରିଦେଇଛନ୍ତି। ମୁହଁ ଢାଙ୍କିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ପରିଚୟ ମିଳିପାରୁ ନାହିଁ ଏବଂ ଆତଙ୍କବାଦୀମାନେ ଏଭଳି ସୁଯୋଗର ଫାଇଦା ନେଇ ଆକ୍ରମଣ କରିପାରନ୍ତି ବୋଲି ରାଷ୍ଟ୍ରପତି ଆଶଙ୍କା କରିଛନ୍ତି। ଏଭଳି ନିୟମ ଦ୍ୱାରା ମୁସଲିମ ସଂପ୍ରଦାୟର ଝିଅ ଓ ମହିଳା ମାନେ ମଧ୍ୟ ବୁର୍ଖା ପରିଧାନ କରିପାରିବେ ନାହିଁ ବୋଲି ମଧ୍ୟ ଜଣାପଡ଼ିଛି।

ରାଷ୍ଟ୍ରପତିଙ୍କ ଅଫିସରୁ ଜାରି ବିଜ୍ଞପ୍ତି ଅନୁସାରେ, ସୋମବାର ଠାରୁ ଦେଶରେ କେହି ମୁହଁ ଲୁଚାଇ ଦେଉଥିବା ‘ମାସ୍କ’ର ବ୍ୟବହାର କରିପାରିବେ ନାହିଁ। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଇର୍ମରଜେନ୍ସି ରେଗୁଲେନସ୍‌ ବଳରେ ଏଭଳି ବ୍ୟବସ୍ଥାକୁ ଦେଶବ୍ୟାପୀ ଲାଗୁ କରାଯାଇଛି।

ଅନ୍ୟପକ୍ଷରେ, କର୍ଫ୍ୟୁ ପ୍ରତ୍ୟାହାର କରାଯାଇଥିଲେ ହେଁ ଲୋକଙ୍କୁ ଏକକାଳୀନ ଚର୍ଚ୍ଚ ଯିବାକୁ ଅନୁମତି ମିଳୁନାହିଁ। ସେମାନେ ଘରେ କିମ୍ବା ଅନ୍ୟ ସ୍ଥାନରେ ପ୍ରାର୍ଥନା କରିବାକୁ ପରାମର୍ଶ ଦିଆଯାଇଛି।



from Odisha Reporter http://bit.ly/2XSlZv2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages