ଶଟପୁଟ୍ ଥ୍ରୋୟର୍ ମନପ୍ରୀତ କୌର୍ ୪ବର୍ଷ ବାସନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ଶଟପୁଟ୍ ଥ୍ରୋୟର୍ ମନପ୍ରୀତ କୌର୍ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ଏସୀୟ ଚାମ୍ପିଅନ୍ ଶଟପୁଟ୍ ଥ୍ରୋୟର୍ ମନପ୍ରୀତ କୌରଙ୍କୁ ନ୍ୟାଶନାଲ୍ ଆଣ୍ଟି-ଡୋପିଙ୍ଗ୍ ଏଜେନ୍ସି (ନାଡା) ୪ବର୍ଷ ବାସନ୍ଦ କରିଛି। ତାଙ୍କର ସସପେନସନ୍ ପିରିୟଡ୍ ୨୦ ଜୁଲାଇ ୨୦୧୭ରୁ ଆରମ୍ଭ ହେବ ଏବଂ ଏହା ୨୦୨୧ରେ ଶେଷ ହେବ। ଏ ନେଇ ନାଡାର ଡାଇରେକ୍ଟର ଜେନେରାଲ୍ ନବୀନ ଅଗ୍ରୱାଲ୍ କହିଛନ୍ତି, ମନପ୍ରୀତଙ୍କୁ ବାସନ୍ଦ କରାଯାଇଛି।

ତେବେ ସେ ଏହି ନିଷ୍ପତ୍ତି ବିରୋଧରେ ଆଣ୍ଟି-ଡୋପିଙ୍ଗ ଅପିଲ୍ ପ୍ୟାନେଲ ନିକଟରେ ଆବେଦନ କରିପାରିବେ ବୋଲି ନବୀନ କହିଛନ୍ତି। ଏହି ବାସନ୍ଦାଦେଶ ଦ୍ୱାରା ମନପ୍ରୀତ ୨୦୧୭ରେ ଭୁବନେଶ୍ୱରରେ ହୋଇଥିବା ଏସିଆନ୍ ଚାମ୍ପିଅନଶିପରେ ଜିତିଥିବା ସ୍ୱର୍ଣ୍ଣ ପଦକ ଏବଂ ନିଜର ଜାତୀୟ ରେକର୍ଡ ହରାଇବେ। ମନପ୍ରୀତ ୨୦୧୭ରେ ଚାରିଥର ଡୋପ୍ ଟେଷ୍ଟରେ ବିଫଳ ହୋଇଥିଲେ।

ଏହି ବର୍ଷ ଚୀନର ଜିନହୁଆଠାରେ ହୋଇଥିବା ୨୪ ଏପ୍ରିଲରେ ଏସିଆନ୍ ଗ୍ରାଁ ପ୍ରି ପରେ ଫେଡେରେସନ୍ କପ୍ (ପଟିଆଲା, ୧ ଜୁନ୍), ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନଶିପ୍ (ଭୁବନେଶ୍ୱର, ୬ ଜୁଲାଇ) ଏବଂ ଆନ୍ତଃରାଜ୍ୟ ଚାମ୍ପିଅନଶିପ୍ (ଗୁଣ୍ଟୁର, ୧୬ ଜୁଲାଇ)ରେ ସେ ଡୋପ ଟେଷ୍ଟରେ ବିଫଳ ହୋଇଥିଲେ। ଏହିସବୁ ଇଭେଣ୍ଟରେ ସେ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଥିଲେ। ସେ ଜିନହୁଆରେ ୧୮.୮୬ ମିଟର ଥ୍ରୋ’ କରି ଜାତୀୟ ରେକର୍ଡ ସ୍ଥାପନ କରିଥିଲେ।



from Odisha Reporter http://bit.ly/2U45F89

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages