ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ବୁଥ୍ ଲୁଟର ଆଶଙ୍କା, ଫେରାଦ ହେଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ବୁଥ୍ ଲୁଟର ଆଶଙ୍କା, ଫେରାଦ ହେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହୋଇଥିବାବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେପି ପକ୍ଷରୁ ସଙ୍ଗୀନ ଅଭିଯୋଗ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୃହ ଜିଲ୍ଲା ଗଞ୍ଜାମରେ ଜିଲ୍ଲାପାଳ ଓ ଏସପିଙ୍କ ସହାୟତାରେ ଶାସକ ଦଳର ସଦସ୍ୟମାନେ ଆତଙ୍କରାଜ ଚଳାଇ ବୁଥ୍ ଲୁଟ୍ ପାଇଁ ଉଦ୍ୟମ କରିପାରନ୍ତି ବୋଲି ବିଜେପି ଆଶଙ୍କା ବ୍ୟକ୍ତ କରିଛି। ଦଳ ପକ୍ଷରୁ ଆଜି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି।

ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ସିଇଓଙ୍କୁ ଭେଟି ଏନେଇ ଅଭିଯୋଗ କରିଛି। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାର ଚିକିଟି, ହିଞ୍ଜିଳି ଓ ସୋରଡ଼ା ନିର୍ବାଚନମଣ୍ଡଳୀରେ ଶାସକ ଦଳର ସଦସ୍ୟମାନେ ସ୍ଥାନୀୟ ପ୍ରଶାସନର ସହାୟତାରେ ଆତଙ୍କରାଜ ଚଳାଇଛନ୍ତି। ସେଠାରେ ଆଇନଶୃଙ୍ଖଳା ବୋଲି କିଛି ନାହିଁ। ଏ ସମ୍ପର୍କରେ ଦଳ ପକ୍ଷରୁ ଆଜି ପୁଲିସ ଡିଜିଙ୍କୁ ଭେଟି ଅଭିଯୋଗ କରାଯାଇଛି। ରାଜ୍ୟର ଜଣେ-ଦୁଇଜଣ ଅଫିସର ଏବେ ଲଗାମଛଡ଼ା ଅବସ୍ଥାରେ । ସେମାନେ ନିଜକୁ ସବୁ ବିଧିବ୍ୟବସ୍ଥାରୁ ଉଦ୍ଧ୍ୱର୍ରେ ଥିବା ମନେ କରୁଛନ୍ତି। ସେମାନେ ଶାସକ ଦଳର କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ଏହା ଗଣତନ୍ତ୍ରକୁ ଲୁଟ୍ ଓ ତଣ୍ଟି ଚିପିବା ଭଳି ହୋଇଛି । କେତେକ ବୁଥ୍ ସମ୍ବେଦନଶୀଳ ଥିବାର ଏକ ତାଲିକା ବିଜେପି ପୂର୍ବରୁ ସିଇଓଙ୍କୁ ଦେଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ବୁଥ୍ ଲୁଟ୍ ଓ ଭୋଟରଙ୍କୁ ଧମକଚମକ ଦେଇ ପ୍ରଭାବିତ କରାଯାଇପାରେ ବୋଲି ବିଜେପି ଆଶଙ୍କା କରୁଛି। ସେହି ଆଶଙ୍କା ସମ୍ପର୍କରେ ସିଇଓଙ୍କୁ ଆଜି ବିଜେପି ଅବଗତ କରିଛି।

ଅନ୍ୟପକ୍ଷରେ କାଳିଆ ଯୋଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସିଇଓଙ୍କୁ ଆସି ଭେଟିବା ଉପରେ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, କାଳିଆ ଯୋଜନା ପାଇଁ ବଜେଟ୍ ନାହିଁ କି ତାଲିକା ମଧ୍ୟ ଦେବାରେ ରାଜ୍ୟ ସରକାର ସକ୍ଷମ ହୋଇନାହାନ୍ତି। ତା’ଛଡ଼ା ନିର୍ବାଚନ କମିଶନଙ୍କ ଅଧିକାରୀ ଏନେଇ ସଠିକ୍ ଜବାବ ଦେଇପାରିବେ। କେବଳ ଓଡ଼ିଶା ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଶାସକ ଦଳ ‘କାଳିଆ’ ଯୋଜନା କଥା କହୁଛି। କାହିଁକି ନିର୍ବାଚନ କମିଶନଙ୍କୁ କାଳିଆ ଯୋଜନାର ହିତାଧିକାରୀଙ୍କ ତାଲିକା ରାଜ୍ୟ ସରକାର ଦେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ତା’ଛଡ଼ା ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମ, ନୂଆପଡ଼ା ଆଦି ଜିଲ୍ଲାରେ ତଳସ୍ତରରେ ଥିବା ସରକାରୀ କର୍ମଚାରୀମାନେ ଏବେ ବିଦ୍ରୋହ ଆରମ୍ଭ କରିଛନ୍ତି। ସେହି ଆସନ୍ନ ଭୟରେ ମୁଖ୍ୟମନ୍ତ୍ରୀ ଆଜି ସିଇଓ ଅଫିସ୍ ଆସି ସେମାନଙ୍କୁ ଭୟଭୀତ କରାଇବାକୁ ଚାହୁଁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।



from Odisha Reporter http://bit.ly/2Vxdll5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages