ବିଦ୍ରୋହ ପରେ ହତ୍ୟା ଧମକ ଅଭିଯୋଗ ଆଣିଲେ ତେଜପ୍ରତାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ବିଦ୍ରୋହ ପରେ ହତ୍ୟା ଧମକ ଅଭିଯୋଗ ଆଣିଲେ ତେଜପ୍ରତାପ

ନୂଆଦିଲ୍ଲୀ: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ମଧ୍ୟରେ ସୃଷ୍ଟି ହୋଇଥିବା ବିଦ୍ରୋହ ଏବେ ବ୍ୟାପକ ରୂପ ଧାରଣ କରିଛି। ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ପ୍ରଥମେ ଆରଜେଡି ଏବଂ ଭାଇ ତେଜସ୍ୱୀ ଯାଦବଙ୍କୁ ବିରୋଧ କରିଥିବା ବେଳେ ଏବେ ସେ ତାଙ୍କୁ ହତ୍ୟା ଧମକ ଆସିଥିବା ଅଭିଯୋଗ ଆଣିଛନ୍ତି। ତାଙ୍କୁ ଜୀବନରୁ ମାରିଦେବାକୁ ଚକ୍ରାନ୍ତ କରାଯାଉଥିବା ସେ କହିଛନ୍ତି। ତାଙ୍କୁ ଫୋନ୍‌ରେ ଏକାଧିକ ହତ୍ୟା ଧମକ ମିଳୁଥିବା ଅଭିଯୋଗ କରି ସେ ପୁଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି।

ଆସନ୍ତା ସାଧାରଣ ନିର୍ବାଚନରେ ତେଜପ୍ରତାପ ପସନ୍ଦ କରୁଥିବା ପ୍ରାର୍ଥୀଙ୍କ ନାଁ ଆରଜେଡି ଘୋଷଣା ନ କରିବାରୁ ସେ ବିଦ୍ରୋହ ଘୋଷଣା କରିଥିଲେ। ଏପରି କି ସେ ଆରଜେଡି ବିରୋଧରେ ପ୍ରଚାର କରିବା ସହ ତାଙ୍କ ଶଶ୍ୱରଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଦେବେ ବୋଲି ଘୋଷଣା କରିଛନ୍ତି। ଏବେ କିନ୍ତୁ ୩୦ ବର୍ଷୀୟ ତେଜପ୍ରତାପ ହତ୍ୟା ଧମକ କଥା ଉଠାଇ ପାରିବାରିକ ବିବାଦକୁ ଆହୁରି ତୀବ୍ର କରିଛନ୍ତି।

ପୁଲିସ୍‌ ନିକଟରେ ସେ ଦାଖଲ କରିଥିବା ଅଭିଯୋଗରେ କହିଛନ୍ତି, ମୋ ପାଖକୁ ଏକକାଳୀନ ଏକାଧିକ ଫୋନ୍‌ ଯୋଗେ ହତ୍ୟା ଧମକ ଆସିଛି। ମୋତେ ଓ ମୋ ସହଯୋଗୀଙ୍କୁ ହତ୍ୟା କରିବାକୁ ଏଥିରେ ଧମକ ଦିଆଯାଇଛି। ମୋର ବ୍ୟକ୍ତିଗତ ସହଯୋଗୀ ସିର୍ଜନ ସ୍ୱରାଜର ମୋବାଇଲ୍‌କୁ କଲ୍‌ ଆସିଥିଲା। ଏଥିରେ ମୋତେ ଏବଂ ସିର୍ଜନଙ୍କୁ ହତ୍ୟା ପାଇଁ ଧମକ ଦିଆଯାଇଛି। ସମ୍ପୃକ୍ତ କଲର ନିଜକୁ ଆରଜେଡିର ଛାତ୍ର ସଂଘ ସଦସ୍ୟ ବୋଲି ପରିଚୟ ଦେଇଛି। ଏହା ଏକ ସମ୍ବେଦନଶୀଳ ଘଟଣା। ସିର୍ଜନ କଲ୍‌କୁ ରେକର୍ଡ ମଧ୍ୟ କରିଛନ୍ତି। ଏବେ ପୁଲିସ୍‌ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ”

ଗତ ସପ୍ତାହରେ ତେଜପ୍ରତାପ ଆରଜେଡି ଛାତ୍ର ସଂଘରୁ ଇସ୍ତଫା ଦେଇଥିଲେ। ଉକ୍ତ ଛାତ୍ର ସଂଘର ସଦସ୍ୟ ଏଭଳି ଫୋନ୍‌ କରି ଧମକ ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଏଏନ୍‌ଆଇ ଖବର ପ୍ରକାଶ କରିଛି।

ତେଜପ୍ରତାପ ଆରଜେଡି ବିରୋଧରେ ବିଦ୍ରୋହ ଘୋଷଣା ପରେ ଲାଲୁ -ରାବ୍ରୀ ମୋର୍ଚ୍ଚା ନାଁରେ ଏକ ଦଳ ଗଠନ କରିଛନ୍ତି। ଏହି ଦଳରୁ ସେ ଆରଜେଡି ବିରୋଧରେ ପ୍ରାର୍ଥୀ ଦେବେ। ବିଶେଷ କରି ସାରନ ଆସନରେ ଆରଜେଡି ପକ୍ଷରୁ ତାଙ୍କ ଶଶ୍ୱରଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ତେଜପ୍ରତାପ ଖପ୍ପା ହୋଇଛନ୍ତି। କାରଣ ତେଜ ପ୍ରତାପ ତାଙ୍କ ପତ୍ନୀ ଚନ୍ଦ୍ରିକା ରାଏଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଏଭଳି ସ୍ଥିତିରେ ଆରଜେଡି ଚନ୍ଦ୍ରିକାଙ୍କ ବାପାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିବା ଘଟଣା ତେଜପ୍ରତାପଙ୍କୁ ଆଘାତ ଦେଇଛି। ଏହି ଆସନରୁ ଲାଲୁ ପ୍ରସାଦ ୪ଥର ଜିତିଥିଲେ।



from Odisha Reporter https://ift.tt/2uKa1Hs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages