‘ଜେଟ୍‌ ଏୟାରୱେଜ୍‌କୁ ଏୟାର ଇଣ୍ଡିଆ ସହ ମିଶାଇ ଦିଅ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

‘ଜେଟ୍‌ ଏୟାରୱେଜ୍‌କୁ ଏୟାର ଇଣ୍ଡିଆ ସହ ମିଶାଇ ଦିଅ’

ନୂଆଦିଲ୍ଲୀ:ଆର୍ଥିକ ସଙ୍କଟରେ ପଡ଼ିଥିବା ଜେଟ୍‌ ଏୟାରୱେଜ୍‌କୁ ଏୟାର ଇଣ୍ଡିଆ ସହିତ ମିଶାଇ ଦେବାକୁ ପରାମର୍ଶ ଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ନିକଟକୁ ଚିଠି ଲେଖିଛନ୍ତି ସୁବ୍ରମନ୍ୟନ୍‌ ସ୍ୱାମୀ। ସେ କହିଛନ୍ତି, ଏହି ଦୁଇ ବିମାନ କମ୍ପାନୀର ମିଶ୍ରଣ କରାଯାଉ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କ୍ୟାବିନେଟ୍‌କୁ ସୁପାରିସ କରିବା ଉଚିତ। ଏହା ଫଳରେ କେବଳ ଦେଶରେ ବିମାନ ସେବା ସ୍ୱାଭାବିକ ହେବନି, ବରଂ ଏୟାର ଇଣ୍ଡିଆ ଏହାର ପୂର୍ବ ସ୍ଥିତିକୁ ମଧ୍ୟ ଫେରିଆସିବ।

ସେ ଆହୁରି ମଧ୍ୟ କହିଛନ୍ତି, ଅନ୍ୟ ଯେକୌଣସି ସମାଧାନର ମାର୍ଗ ଖୋଜିଲେ ବି ସେଥିରେ ଦୁର୍ନୀତି ହୋଇଥିବାର ଚର୍ଚ୍ଚା ହେବାର ସମ୍ଭାବନା ରହିଛି। କୋର୍ଟରେ ମଧ୍ୟ ମାମଲା ହେବାର ଅଛି। ତେଣୁ ୨ କମ୍ପାନୀର ମିଶ୍ରଣ ହେଲେ ଏୟାର ଇଣ୍ଡିଆର ଭିତ୍ତିଭୂମିର ମଧ୍ୟ ସଠିକ ଉପଯୋଗ ହୋଇପାରିବ।

ସ୍ୱାମୀ କହିଛନ୍ତି, ଜେଟ୍‌ ଏୟାରୱେଜ୍‌ର ସ୍ଲଟ୍‌ରୁ ବର୍ତ୍ତମାନ ଇଣ୍ଡିଗୋ, ଭିସ୍ତାରା ଏବଂ ସ୍ପାଇସଜେଟ୍‌ ଆଦି ଲାଭବାନ ହେଉଛନ୍ତି। ଘରୋଇ ବିମାନ କମ୍ପାନୀଙ୍କୁ ଏପରି ଫାଇଦା ଦେବାରେ ଆପଣଙ୍କର କିଛି ସହଯୋଗୀ ଏବଂ କିଛି ଅଧିକାରୀଙ୍କର ସମର୍ଥନ ରହିଛି। ଗୋପନୀୟ ବୈଠକରେ ମୁଁ ସେମାନଙ୍କ ନାଁ ମଧ୍ୟ ଦେଇପାରିବି।

ଜେଟ୍ ଏୟାରୱେଜ୍‌ ବନ୍ଦ ହେଲେ ଏହାର ପ୍ରଭାବ ଘରୋଇ ଯାତ୍ରୀଙ୍କ ସହ ବିଦେଶୀ ଯାତ୍ରୀଙ୍କ ଉପରେ ମଧ୍ୟ ପଡ଼ିବ ବୋଲି ସେ କହିଛନ୍ତି।



from Odisha Reporter http://bit.ly/2DyEpJs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages