ବୃହତ ବିଜୟ ସହ ଚତୁର୍ଥକୁ ଉଠିଲା ହଇଦ୍ରାବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ବୃହତ ବିଜୟ ସହ ଚତୁର୍ଥକୁ ଉଠିଲା ହଇଦ୍ରାବାଦ

ହାଇଦ୍ରାବାଦ: ଓପ୍ନର ଡେଭିଡ୍ ୱାର୍ଣ୍ଣର୍ (୬୭) ଓ ଜନ୍ନି ବେୟାରଷ୍ଟୋ (୮୦*)ଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ ଏଠାରେ ଖେଳାଯାଇଥିବା ଆଇପିଏଲର ଦ୍ୱାଦଶ ସଂସ୍କରଣର ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ହାଇଦ୍ରାବାଦ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ଲଗାତାର ୫ମ ପରାଜୟ ସହ କେକେଆର ପୂର୍ବଭଳି ଷଷ୍ଠ ସ୍ଥାନରେ ରହିଛି। ରବିବାର ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ କେକେଆର କ୍ରିସ୍‌ ଲିନ୍ (୫୧)ଙ୍କ ଅର୍ଦ୍ଧଶତକ ସହାୟତାରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା । ଜବାବରେ ହାଇଦ୍ରାବାଦ ମାତ୍ର ୧୫ ଓଭରରେ ୧ ୱିକେଟ୍ ହରାଇ ୧୬୧ ରନ୍ କରି ବିଜୟୀ ହୋଇଛି।

୧୬୦ ରନର ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ହାଇଦ୍ରାବାଦକୁ ଓପ୍ନର ୱାର୍ଣ୍ଣର ଓ ବେୟାରଷ୍ଟୋ ପ୍ରଥମ ୱିକେଟ୍ ପାଇଁ ୧୨.୨ ଓଭରରେ ୧୩୧ ରନର ପାର୍ଟନରଶିପ୍ କରି ଟିମକୁ ବିଜୟଦ୍ୱାରରେ ପହଞ୍ଚାଇଥିଲେ। ୱାର୍ଣ୍ଣରଙ୍କୁ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଖେଳୁଥିବା ବାମହାତୀ ବୋଲର ପୃଥ୍ୱୀରାଜ କ୍ଲିନ୍ ବୋଲ୍ଡ କରିଥିଲେ। ୱାର୍ଣ୍ଣର ନିଜର ବିସ୍ଫୋରକ ଇନିଂସରେ ୩୮ ବଲର ସହାୟତାରେ ୩ ଚୌକା ଓ ୫ ଛକା ମାରିଥିଲେ। ସେ ଚଳିତ ସିଜନରେ ନିଜର ଷଷ୍ଠ ଅର୍ଦ୍ଧଶତକ ପୂରଣ କରିଥିଲେ । ୱାର୍ଣ୍ଣରଙ୍କ ଆଉଟ୍ ପରେ ବେୟାରଷ୍ଟୋ ଅଧିନାୟକ କେନ୍ ୱିଲିୟମସନ (୮*)ଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୩୦ ରନର ଭାଗୀଦାରୀ କରିଥିଲେ । ବେୟାରଷ୍ଟୋ ନିଜର ମାରାଥନ୍ ଇନିଂସରେ ୪୩ ବଲରେ ୭ ଚୌକା ଓ ୪ ଛକା ମାରିଥିଲେ । କେକେଆର ପକ୍ଷରୁ ପୃଥ୍ୱୀ ରାଜ୍ ଏକମାତ୍ର ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା କେକେଆର ଦମଦାର ଆରମ୍ଭ କରିଥିଲା । ଦୁଇ ଓପ୍ନର କ୍ରିସ୍ ଲିନ୍ ଓ ସୁନୀଲ୍ ନରିନ୍ ପ୍ରଥମ ୱିକେଟ୍ ପାଇଁ ୧୬ ବଲରେ ୪୨ ରନ୍ ଯୋଡ଼ିଥିଲେ । ନରିନ୍ ମାତ୍ର ୮ ବଲରେ ୩ ଚୌକା ଓ ୨ ଛକା ସହ ୨୫ ରନ୍ କରି ଖଲିଲ ଅହମ୍ମଦଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ । ଏହା ପରେ ଗୋଟିଏ ପଟେ ଲିନ୍ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖିଥିବା ବେଳେ ଅନ୍ୟପଟେ ୱିକେଟ୍ ପତନ ହେବାରେ ଲାଗିଥିଲା ।

ମଧ୍ୟକ୍ରମରେ ଶୁବମାନ୍ ଗିଲ୍ (୩), ନୀତୀଶ ରାଣା (୧୧) ଓ ଅଧିନାୟକ ଦିନେଶ କାର୍ତ୍ତିକ (୬) ସମ୍ପୂର୍ଣ୍ଣ ଫେଲ୍ ମାରିଥିଲେ । ତେବେ ରିଙ୍କୁ ସିଂହ ଲିନଙ୍କୁ ଭଲ ସହଯୋଗ କରିଥିଲେ । ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୫୧ ରନର ପାର୍ଟନରଶିପ୍ କରିଥିଲେ । ଦଳର ସ୍କୋର ୧୨୪ ଥିବା ବେଳେ ରିଙ୍କୁ (୩୦)ଙ୍କୁ ସନ୍ଦୀପ ଶର୍ମା ପ୍ୟାଭିଲିୟନ୍ ପଠାଇଇଥିଲେ । ସେ ୨୫ ବଲରେ ୧ ଚୌକା ଓ ୨ ଛକା ମାରିଥିଲେ । ସେଟ୍ ବ୍ୟାଟ୍ସମ୍ୟାନ୍ ଲିନ୍ ମଧ୍ୟ ଅର୍ଦ୍ଧଶତକ ମାରିବା ପରେ ଖଲିଲଙ୍କ ଶିକାର ହୋଇଥିଲେ । ଲିନ୍ ନିଜ ଇନିଂସରେ ୪୭ ବଲରେ ୪ ଚୌକା ଓ ୧ ଛକା ମାରିଥିଲେ । ରସେଲ୍ (୧୫) ବିଳମ୍ବରେ ବ୍ୟାଟିଂ କରିବାକୁ ଆସିଥିଲେ ହେଁ, ନିଜର ଚିରାଚରିତ ଢଙ୍ଗରେ ବ୍ୟାଟିଂ କରିପାରିନଥିଲେ । ସେ ମାତ୍ର ୯ ବଲ୍ ଖେଳି ୨ ଛକା ମାରିବାକୁ ସକ୍ଷମ ହୋଇଥିଲେ । ତାଙ୍କୁ ଭୁବନେଶ୍ୱର କୁମାର ଆଉଟ୍ କରିଥିଲେ । ତେବେ ଦଶମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କାରିଆପ୍ପା ୩ ବଲରେ ଦ୍ରୁତ ୯ ରନ୍ କରି କେକେଆରକୁ ୧୫୯ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ସନରାଇଜର୍ସ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଖଲିଲ୍ ୩ଟି ଓ ଭୁବନେଶ୍ୱର କୁମାର ୨ ୱିକେଟ୍ ନେଇଥିଲେ ।



from Odisha Reporter http://bit.ly/2VeMLAd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages