ଗୋରଖପୁରରୁ ବିଜେପି ଟିକେଟ୍‌ରେ ଲଢ଼ିବେ ଅଭିନେତା ରବି କିଶନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

ଗୋରଖପୁରରୁ ବିଜେପି ଟିକେଟ୍‌ରେ ଲଢ଼ିବେ ଅଭିନେତା ରବି କିଶନ୍‌

ନୂଆଦିଲ୍ଲୀ: ବର୍ତ୍ତମାନର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବେଶ୍‌ କିଛି ବର୍ଷ ଧରି ପ୍ରତିନିଧିତ୍ୱ କରିଆସୁଥିବା ଗୋରଖପୁର ଆସନରୁ ଲୋକପ୍ରିୟ ଭୋଜପୁରୀ ଅଭିନେତା ରବି କିଶନ୍‌ ଲଢ଼ିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଉତ୍ତରପ୍ରଦେଶର ୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବା ସମୟରେ ରବିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ପୂର୍ବରୁ ସେ ଜୈନ୍‌ପୁରରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା।

ଅନ୍ୟ ପକ୍ଷରେ ସନ୍ଥକବୀର ନଗରରୁ ପୂର୍ବରୁ ଲଢ଼ୁଥିବା ଶରଦ ତ୍ରିପାଠୀଙ୍କ ଟିକେଟ୍‌ ଏଥର କଟିଯାଇଛି। ସେ ‘ଜୋତାମାଡ଼ କାଣ୍ଡ’ କାରଣରୁ ନିଜର ଟିକେଟ୍‌ ହରାଇଛନ୍ତି। ତାଙ୍କ ସ୍ଥାନରେ ନିଶାଦ୍‌ ପାର୍ଟିରୁ ବିଜେପି ଆସିଥିବା ପ୍ରବୀଣ ନିଶାଦ୍‌ ଏହି ଆସନରୁ ଲଢ଼ିବେ।

ସେମାନଙ୍କ ବ୍ୟତୀତ ପ୍ରତାପଗଡ଼ରୁ ସଂଗମ୍‌ ଲାଲ୍‌ ଗୁପ୍ତା, ଆମ୍ବେଦକର ନଗରରୁ ମୁକୁଟ୍‌ ବିହାରୀ, ଦେଓରିଆରୁ ରମାପତି ରାମ ତ୍ରିପାଠୀ, ଜୈନ୍‌ପୁରରୁ କେପି ସିଂହ ଏବଂ ଭଦୋହୀରୁ ରମେଶ ବିନ୍ଦ ନିର୍ବାଚନ ଲଢ଼ିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି।



from Odisha Reporter http://bit.ly/2v4HegT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages