
ନୂଆଦିଲ୍ଲୀ: ସୋମବାର ବିଶ୍ୱକପ୍ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି। ଦଳରେ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ସ୍ଥାନ ପାଇନାହିଁ। ପନ୍ତଙ୍କୁ ସ୍ଥାନ ନମିଳିବା ନେଇ ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଚୟନକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି।
ଗାଭାସ୍କର କହିଛନ୍ତି, ପନ୍ତଙ୍କୁ ବିଶ୍ୱକପରେ ଦଳରେ ସାମିଲ୍ ନକରାଯିବା ମୋତେ ଆଘାତ ଦେଇଛି। ପନ୍ତ କେବଳ ଆଇପିଏଲ ନୁହେଁ, ବରଂ ନିକଟରେ ତାଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ ରହିଥିଲା। ଆକ୍ରମଣାତ୍ମକ ବ୍ୟାଟିଂ ବ୍ୟତୀତ ସେ ଉନ୍ନତ ୱିକେଟକିପିଙ୍ଗ ମଧ୍ୟ କରିଛନ୍ତି।
ଟପ୍-୬ରେ ଅତିରିକ୍ତ ବାମହାତୀ ବ୍ୟାଟ୍ସମ୍ୟାନ୍ ରହିବା ବୋଲରଙ୍କ ବିରୋଧରେ ଫଳପ୍ରଦ ହୋଇଥାଏ। ବ୍ୟାଟିଂଲାଇନରେ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ରହିବା ଦ୍ୱାରା ଜଣେ ବୋଲର ଜଣକ ବାରମ୍ବାର ଲାଇନ୍ ବଦଳାଇଥାନ୍ତି ଏବଂ ଟିମ୍ କ୍ୟାପଟେନ୍ ବାରମ୍ବାର ଫିଲ୍ଡ ରିପ୍ଲେସମେଣ୍ଟ୍ କରିଥାନ୍ତି। ତେଣୁ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ଭାବେ ପନ୍ତ ଭାରତ ପାଇଁ ଫଳପ୍ରଦ ହୋଇପାରିଥାନ୍ତେ ବୋଲି ଗାଭାସ୍କର କହିଛନ୍ତି।
ଗାଭାସ୍କର ଆହୁରି କହିଛନ୍ତି, ଯଦି କେବେ ମହେନ୍ଦ୍ର ସିଂହ ଧୋନି ଅସୁସ୍ଥ ହୁଅନ୍ତି ଏବଂ ମ୍ୟାଚ୍ ନଖେଳନ୍ତି, ତାହେଲେ ଟିମକୁ ଏଭଳି ଜଣେ ଖେଳାଳି ଦରକାର, ଯିଏ ଭଲ ୱିକେଟକିପିଙ୍ଗ କରୁପାରୁଥିବ। ମୋ ମତରେ ଏଭଳି ପରିସ୍ଥିତି ପାଇଁ ଦିନେଶ କାର୍ତ୍ତିକ ଉପଯୁକ୍ତ। କିନ୍ତୁ ବ୍ୟାଟିଂ ଦୃଷ୍ଟିରୁ ଦେଖିବାକୁ ଗଲେ ପନ୍ତ ହିଁ ଧୋନିଙ୍କ ଉପଯୁକ୍ତ ବିକଳ୍ପ।
ଅଲରାଉଣ୍ଡର ବିଜୟ ଶଙ୍କର ନିଜ ଦକ୍ଷତା ଅନୁଯାୟୀ ଟିମରେ ସ୍ଥାନ ପାଇଛନ୍ତି। ସେ ଟିମ୍ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି। ଜଣେ କ୍ରିକେଟର ଭାବେ ଶଙ୍କର ବର୍ଷକ ମଧ୍ୟରେ ନିଜ ପ୍ରଦର୍ଶନରେ ଅନେକ ସୁଧାର ଆଣିଛନ୍ତି। ତାଙ୍କ ଉପସ୍ଥିତି ଭାରତ ପାଇଁ ଲାଭଦାୟକ ହେବ ବୋଲି ଗାଭାସ୍କର କହିଛନ୍ତି।
ସେହିପରି ଭାରତର ପୂର୍ବତନ ଟେଷ୍ଟ ଓପ୍ନର ଆକାଶ ଚୋପ୍ରା କହିଛନ୍ତି, ‘କେନ୍ଦ୍ରୀୟ ଚୁକ୍ତିରେ ଟପ୍ ଗ୍ରେଡରେ ସାମିଲ ହେବା ପରେ ପନ୍ତ ବିଶ୍ୱକପ୍ ସ୍କ୍ୱାଡରେ ସ୍ଥାନ ପାଇବା ନେଇ ଆଶା ରଖିଥିବେ, କିନ୍ତୁ ତାହା ହେଲା ନାହିଁ।’
from Odisha Reporter http://bit.ly/2PaLAfE
No comments:
Post a Comment