
ଶ୍ରୀନଗର: ଜମ୍ମୁକଶ୍ମୀରର କିଶ୍ତୱାର ଜିଲ୍ଲାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ସଂଘଟିତ ଏକ ଆତଙ୍କବାଦୀ ହମ୍ଲାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣ କାର୍ଯ୍ୟକର୍ତ୍ତା ଚନ୍ଦ୍ରକାନ୍ତ ଶର୍ମା ମୃତ୍ୟୁବରଣ କରିଛନ୍ତି। ତାଙ୍କ ସହିତ ତାଙ୍କ ପିଏସ୍ଓ ରାଜିନ୍ଦର ଏହି ଆକ୍ରମଣରେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି।
ଦିନ ୧୨.୩୦ ସମୟରେ ଏହି ଘଟଣା ଘଟିଥିଲା। ଆତଙ୍କବାଦୀମାନେ ରାଜିନ୍ଦରଙ୍କ ବନ୍ଧୁକ ନେଇ ଘଟଣାସ୍ଥଳରୁ ଚାଲିଯାଇଥିଲେ ବୋଲି ଜମ୍ମୁ ଆଇଜି ମନୀଷ ସିହ୍ନା କହିଛନ୍ତି। ଏହି ଆକ୍ରମଣରେ ସେ ପ୍ରଥମେ ଗୁରୁତର ଭାବରେ ଆହତ ହୋଇଥିଲେ ଏବଂ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ ବୋଲି ବିଜେପି ମୁଖପାତ୍ର ସୁନୀଲ ସେଠୀ ସୁଚନା ଦେଇଛନ୍ତି। ଶର୍ମା କିଶ୍ତୱାର ଜିଲ୍ଲାର ଏକ ହସ୍ପିଟାଲରେ ମେଡିକାଲ ଆସିଷ୍ଟାଣ୍ଟ ଭାବରେ କାମ କରନ୍ତି ଏବଂ ସେ ଆରଏସ୍ଏସ୍ ସହିତ ଜଡ଼ିତ ଥିଲେ।
ଏହି ଘଟଣା ପରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ୍ ଆରମ୍ଭ କରିସାରିଥିବାବେଳେ ବରିଷ୍ଠ ପୁଲିସ୍ ଅଧିକାରୀମାନେ ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଅଞ୍ଚଳରେ ବର୍ତ୍ତମାନ କର୍ଫ୍ୟୁ ଜାରି କରିଦିଆଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୌଣସି ଅଘଟଣର ଆଶଙ୍କା ରଖି କିଶ୍ତୱାର ଏବଂ ଭଡରେୱା ଜିଲ୍ଲାରେ ଶାନ୍ତି ରକ୍ଷା ପାଇଁ ସେନା ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏହି ଅଞ୍ଚଳରେ ଇଣ୍ଟରନେଟ୍ ମଧ୍ୟ ବନ୍ଦ ରଖାଯାଇଛି।
ଶର୍ମା ବିଜେପିର ରାଜ୍ୟ ସମ୍ପାଦକ ଅନୀଲ ପରିହାରଙ୍କ ଘନିଷ୍ଠ ଥିଲେ। ଗତବର୍ଷ ଅନୀଲ ଏବଂ ତାଙ୍କ ଭାଇଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟ କରିଥିଲେ।
ସୂଚନାଯୋଗ୍ୟ ଯେ ମଙ୍ଗଳବାର ଜମ୍ମୁକଶ୍ମୀରର ତ୍ରାଲ ଅଞ୍ଚଳରେ ଆତଙ୍କବାଦୀ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଚାଲୁ ରହିଛି।
from Odisha Reporter http://bit.ly/2UMz8b6
No comments:
Post a Comment