
ଥିରୁଭନନ୍ତପୁରମ: କେରଳ କଂଗ୍ରେସର ଅଧ୍ୟକ୍ଷ ତଥା ରାଜ୍ୟର ଦୀର୍ଘ ସମୟ ଧରି ବିଧାୟକ ଥିବା କେଏମ ମଣିଙ୍କ ଆଜି ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଗତ ଗୁରୁବାର ଦିନ ଛାତିରେ ସଂକ୍ରମଣ ସମସ୍ୟା ଯୋଗୁ କେଏମ ମଣିଙ୍କୁ କେରଳର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୪.୫୭ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଶ୍ରୀ ମଣି କେରଳର ପାଲା ବିଧାନସଭା ଆସନରୁ ଦୀର୍ଘ ୫୪ ବର୍ଷ ହେଲା ନିର୍ବାଚିତ ହୋଇ ଆସୁଥିଲେ। ସେ ପ୍ରଥମଥର ବିଧାୟକ ଭାବେ ଏହି ଆସନରୁ ୧୯୬୫ରେ ବିଧାନସଭାକୁ ଯାଇଥିଲେ। ସେ ୧୯୬୭ରୁ ଆଜି ଯାଏ ସେ କେବେ ହେଲେ ପରାସ୍ତ ହୋଇନାହାନ୍ତି। ସେ ରାଜ୍ୟ କ୍ୟାବିନେଟ୍ରେ ୨୫ ବର୍ଷ କାଳ ମନ୍ତ୍ରୀ ରହିଥିଲେ।
କେରଳରେ ୟୁଡିଏଫ୍ ସରକାରରେ ସେ ରାଜ୍ୟ ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ସର୍ବାଧିକ ୧୩ଥର ବଜେଟ୍ ଉପସ୍ଥାପନ କରି ରେକର୍ଡ କରିଛନ୍ତି। ଶ୍ରୀ ମଣି ୧୯୩୩ ମସିହା ଜାନୁଆରୀ ୩୦ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।
from Odisha Reporter http://bit.ly/2KAyl9F
No comments:
Post a Comment