ଇଟାଲୀ, ସ୍ୱିଡେନ୍‌ ଏବଂ ନାଇଜେରିଆ ଗୋଟିଏ ଗାଁରେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ଇଟାଲୀ, ସ୍ୱିଡେନ୍‌ ଏବଂ ନାଇଜେରିଆ ଗୋଟିଏ ଗାଁରେ!

ଶିଲଂ: ଗୋଟିଏ ଗାଁରେ ରହିଛି ଇଟାଲୀ, ସ୍ୱିଡେନ୍‌, ନାଇଜେରିଆ ଏବଂ ଥାଇଲାଣ୍ଡ ଭଳି ରାଷ୍ଟ୍ର ଏବଂ ଭେଲୋର ଓ ବମ୍ବେ ପରି ଭାରତୀୟ ସହର। ଏପରି ଏକ ସହର ରହିଛି ମେଘାଳୟର ରାଜଧାନୀ ଶିଲଂଠାରୁ ୮୦ କିଲୋମିଟର ଦୂରରେ। ଉମିନୁ ଟିମାର ନାମକ ଏହି ଗାଁଟି କେବଳ ସ୍ୱଚ୍ଛତା ପାଇଁ ନୁହେଁ, ବରଂ ଗ୍ରାମବାସୀ ରଖିଥିବା ଅଦ୍ଭୁତ ନାଁ ସବୁ ପାଇଁ ବେଶ୍‌ କିଛି ବର୍ଷ ଧରି ଚର୍ଚ୍ଚାରେ ରହିଛି।

ଏଠାକାର ଲୋକଙ୍କର କେବଳ ସ୍ଥାନ ବା ଦେଶ ଅନୁଯାୟୀ ନୁହେଁ, ଇଂରାଜୀ ଭାଷାର ବିଭିନ୍ନ ବିଶେଷ୍ୟ, ବିଶେଷଣ ଏବଂ ବାକ୍ୟ ଅନୁସାରେ ମଧ୍ୟ ନାମ ରହିଛି। ‘ଏକ୍ସପିରିଏନ୍ସ’ ଏବଂ ‘ଆଇ ହ୍ୟାଭ୍ ବିନ୍‌ ଡେଲିଭର୍‌ଡ’ ପରି ଇଂରାଜୀ ନାମ ଏଠାରେ ଖୁବ୍‌ ଲୋକପ୍ରିୟ।

୧୫୯୭ ମସିହାରେ ଜୁଲିଏଟ୍‌ ତାଙ୍କ ପ୍ରେମିକ ରୋମିଓଙ୍କୁ ଥରେ କହିଥିଲେ, “ହ୍ୱାଟ୍ସ ଇନ୍‌ ଏ ନେମ୍‌?” ଏହି ଉକ୍ତି ମେଘାଳୟର ଏହି ଚର୍ଚ୍ଚିତ ଗାଁରେ ପ୍ରତିଫଳିତ ହୋଇଛି। ଭାରତୀୟ ଅଞ୍ଚଳ ମଧ୍ୟରେ ଗୋଆ, ତ୍ରିପୁରା, ଦିଶ୍‌ପୁର, ବମ୍ବେ ଏବଂ ମହୀଶୂର ଆଦି ନାମ ରହିଛି। ସେହିଭଳି ଇଂରାଜୀ ବାକ୍ୟଖଣ୍ଡ ମଧ୍ୟରେ ରହିଛି, ଭେରୀ ମଚ୍‌, ଏଗ୍ରିମେଣ୍ଟ, ରିକ୍ୱେଷ୍ଟ, ଲାୟର, ୱେୟାରଲେସ୍‌, ଡାଏଲ,ସିମ୍ବଲ, ସିଷ୍ଟମ୍‌, ସର୍କଲ, କେୟାରଫୁଲି, ସାମ୍ପଲ, ଇଭିନିଂ ଏବଂ ଏଞ୍ଜୟ ଓ ପ୍ୟୁରିଫାଇ ପରି ନାମ ମଧ୍ୟ ରହିଛି।

ଆଉ ହଁ ସେମାନେ ଦେଶ ପ୍ରତି ମଧ୍ୟ ଯଥାରୀତି ଅନୁଗତ। ଜଣଙ୍କ ନାମ ପାର୍ଲିଆମେଣ୍ଟ ରଖାଯାଇଥିବାବେଳେ ତାଙ୍କ ଭଉଣୀଙ୍କ ନାମ ରହିଛି ଆସେମ୍ବ୍ଲି। ଆଉ ଏସବୁ ନା ପଛର ଅର୍ଥ ପଚାରିଲେ ସେମାନେ କୁହନ୍ତି, ରୁହ ଟିକେ ପରେ କହୁଛି କିମ୍ବା ଆମେ ଏ ବିଷୟରେ ଟିକେ ପରେ କଥା ହୋଇପାରିବା।



from Odisha Reporter http://bit.ly/2G5uhZu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages