ସିଙ୍ଗାପୁର ଓପନ୍: କ୍ୱାର୍ଟରରେ ସିନ୍ଧୁ, ସାଇନା ଓ ଶ୍ରୀକାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ସିଙ୍ଗାପୁର ଓପନ୍: କ୍ୱାର୍ଟରରେ ସିନ୍ଧୁ, ସାଇନା ଓ ଶ୍ରୀକାନ୍ତ

ସିଙ୍ଗାପୁର: ଭାରତୀୟ ଷ୍ଟାର୍ ଶଟଲର ପିଭି ସିନ୍ଧୁ, ସାଇନା ନେହ୍ୱାଲ ଓ କିଦାମ୍ବୀ ଶ୍ରୀକାନ୍ତ ବିଜୟଧାରା ଅବ୍ୟାହତ ରଖି ଚଳିତ ସିଙ୍ଗାପୁର ଓପନର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ରିଓ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ଚତୁର୍ଥ ସିଡ୍ ସିନ୍ଧୁ ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ବିଶ୍ୱର ୨୨ ନମ୍ବର ଖେଳାଳି ନେଦରଲ୍ୟାଣ୍ଡର ମିଆ ବ୍ଲିଚଫେଲ୍ଡଙ୍କୁ ସିଧାସଳଖ ୨୧-୧୩, ୨୧-୧୯ ଗେମରେ ପରାସ୍ତ କରିଛନ୍ତି।

ବିଶ୍ୱର ୬ ନମ୍ବର ଖେଳାଳି ସିନ୍ଧୁ କ୍ୱାର୍ଟରଫାଇନାଲରେ ଚୀନର କାଇ ୟାନୟାନଙ୍କୁ ଭେଟିବେ। ସେହିପରି ଷଷ୍ଠ ସିଡ୍ ଶ୍ରୀକାନ୍ତ ଦ୍ୱିତୀୟ ରାଉଣ୍ଡରେ ଡେନମାର୍କର ହାନ୍ସ-କ୍ରିଷ୍ଟିଆନ୍ ସୋଲବର୍ଗ ଭିଟ୍ଟିଙ୍ଗହସଙ୍କୁ ସିଧାସଳଖ ୨୧-୧୨, ୨୩-୨୧ ଗେମରେ ପରାସ୍ତ କରି ଅନ୍ତିମ-୮ରେ ସ୍ଥାନ ପକ୍କା କରିଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ତାଙ୍କର ସାମ୍ନା ଜାପାନର କେଣ୍ଟୋ ମୋମୋତାଙ୍କ ସହ ହେବ।

ମେମୋତା ଦ୍ୱିତୀୟ ରାଉଣ୍ଡରେ ଭାରତର ଏଚଏସ୍ ପ୍ରଣୟଙ୍କୁ ୨୧-୧୧, ୨୧-୧୧ ଗେମରେ ପରାସ୍ତ କରି ଅନ୍ତିମ-୮ରେ ପହଞ୍ଚିଛନ୍ତି। ମହିଳା ସିଙ୍ଗଲ୍ସରେ ଷଷ୍ଠ ସିଡ୍ ସାଇନା ଥାଇଲ୍ୟାଣ୍ଡର ପର୍ନପାୱୀ ଚୋଚୁୱଙ୍ଗଙ୍କୁ ୨୧-୧୬, ୧୮-୨୧, ୨୧-୧୯ ଗେମରେ ପରାସ୍ତ କରିଛନ୍ତି। ସାଇନାଙ୍କ ସ୍ୱାମୀ ତଥା ଭାରତର ତାରକା ଖେଳାଳି ପରୁପଲ୍ଲୀ କଶ୍ୟପ୍ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଚୀନର ଚତୁର୍ଥ ସିଡ୍ ଚେନ୍ ଲଙ୍ଗଙ୍କ ନିକଟରୁ ୯-୨୧, ୨୧-୧୫, ୧୬-୨୧ ଗେମରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି।

ଭାରତର ଅନ୍ୟତମ ତାରକା ସମୀର ବର୍ମା ବିଜୟ ଦମଦାର ଫର୍ମ ଜାରି ରଖିଛନ୍ତି ଏବଂ ଦ୍ୱିତୀୟ ରାଉଣ୍ଡରେ ଚୀନର ଲୁ ଗୁଆଙ୍ଗଝୁଙ୍କୁ ୨୧-୧୫, ୨୧-୧୮ ଗେମରେ ପରାସ୍ତ କରିଛନ୍ତି। ଭାରତୀୟ ମିକ୍ସଡ୍ ଡବଲ୍ସ ଯୋଡ଼ି ପ୍ରଣବ ଜେରି ଚୋପ୍ରା ଓ ଏନ୍. ସିକ୍କି ରେଡ୍ଡି ମଧ୍ୟ କ୍ୱାର୍ଟରଫାଇନାଲରେ ସ୍ଥାନ ହାସଲ କରିଛନ୍ତି। ଏହି ଯୋଡ଼ି ଦ୍ୱିତୀୟ ରାଉଣ୍ଡରେ ହଂକଂ ଯୋଡ଼ି ତାଙ୍ଗ ଚୁନ୍ ମାନ୍ ଓ ସି ୟିଙ୍ଗ ସୁଏତଙ୍କୁ ୨୧-୧୭, ୬-୨୧, ୨୧-୧୯ ଗେମରେ ପରାସ୍ତ କରିଛନ୍ତି।



from Odisha Reporter http://bit.ly/2UrFuxg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages