
ନୂଆଦିଲ୍ଲୀ: ଓଡ଼ିଶାର ସମ୍ବଲପୁରରେ ବିଜେପିର ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଯାଞ୍ଚ କରି ନିଲମ୍ବିତ ହୋଇଥିବା ଆଇଏଏସ୍ ଅଫିସରଙ୍କ ଘଟଣାରେ ଏବେ ନୂଆ ଟ୍ୱିଷ୍ଟ ଆସିଛି। ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ବା ହେଲିକପ୍ଟରକୁ ଯାଞ୍ଚ କରାଯାଇ ପାରିବ ନାହିଁ ବୋଲି କୌଣସି ନିୟମ ନଥିବା ଜଣାପଡ଼ିଛି। ଏହି ନିମୟ ଅନୁସାରେ ଅଫିସର ଜଣଙ୍କ ଯାଞ୍ଚ କରିଥିଲେ, ତଥାପି ନିର୍ବାଚନ କମିଶନ କେମିତି ଆଇଏଏସ୍ ଅଫିସରଙ୍କୁ ନିଲମ୍ବନ କଲେ, ତା’କୁ ନେଇ ପ୍ରଶ୍ନ ଉଠିଛି। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଆଜି କଂଗ୍ରେସ ଓ ଆମ୍ ଆଦ୍ମୀ ପାର୍ଟି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଜଣେ କର୍ତ୍ତବ୍ୟରତ ଅଧିକାରୀଙ୍କୁ ଏଭଳି ନିଲମ୍ବନ କରିବା ବେଆଇନ୍ ବୋଲି ଉଭୟ ଦଳ ଯୁକ୍ତି ଉପସ୍ଥାପନ କରିଛନ୍ତି।
ନିର୍ବାଚନ କମିଶନ ଗତକାଲି ତାଙ୍କ ନିର୍ଦ୍ଦେଶନାମାରେ କହିଥିଲେ ଯେ “ଆଇଏଏସ୍ ଅଫିସର ମହମ୍ମଦ ମୋହସିନ ଏସ୍ପିଜି ସୁରକ୍ଷା ବଳୟ ମଧ୍ୟରେ ଥିବା ଲୋକଙ୍କ ପାଇଁ ଲାଗୁ ହେଉଥିବା ନିୟମର ଖୋଲା ଉଲ୍ଲଙ୍ଘନ କରିଛନ୍ତି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।” କିନ୍ତୁ ନିର୍ବାଚନ ସମୟରେ କାହାକୁ ଯାଞ୍ଚ କରିବା ଏବଂ କାହାକୁ ଯାଞ୍ଚ ନ କରିବା ସେ ସମ୍ପର୍କରେ ବିସ୍ତୃତ ଭାବେ କୌଣସି ନିୟମ ପ୍ରଣୟନ ହୋଇନାହିଁ। ଏହି ନିୟମକୁ ଆଧାର କରି କଂଗ୍ରେସ ଓ ଆପ୍ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।
୧୯୯୬ ବ୍ୟାଚ୍ର କର୍ଣ୍ଣାଟକା କ୍ୟାଡର୍ ଆଇଏଏସ ମହମ୍ମଦ ମୋହସିନଙ୍କ ଉପରେ କାର୍ଯ୍ୟରେ ଅବହେଳା ଓ କର୍ତ୍ତବ୍ୟକୁ ଠିକ୍ ଭାବେ ସମ୍ପାଦନ ନ କରିବା ଭଳି ଅଭିଯୋଗ ଲଗା ଯାଇଛି। ରିପୋର୍ଟ ମୁତାବକ ମହମ୍ମଦ ଅଚାନକ ମୋଦିଙ୍କ ହେଲିକପ୍ଟର ନିକଟରେ ପହଞ୍ଚିବା ସହ ଏହାର ଯାଞ୍ଚ କରିଥିଲେ। ତେଣୁ ଏଥିପାଇଁ ମୋଦିଙ୍କ ଗସ୍ତରେ ୧୫ ମିନିଟ୍ ବିଳମ୍ବ ହୋଇଥିଲା।
ନିର୍ବାଚନ କମିଶନଙ୍କ ମୁଖପାତ୍ର କହିଛନ୍ତି ଯେ “ନିୟମ ଅନୁଯାୟୀ ଏସ୍ପିଜି ସୁରକ୍ଷା ବଳୟ ମଧ୍ୟରେ ଥିବା ଲୋକଙ୍କୁ ନିର୍ବାଚନ ସମୟରେ କୌଣସି ପ୍ରକାରର ଯାଞ୍ଚ କରାଯିବ ନାହିଁ। ତଥାପି ଆଇଏଏସ୍ ଅଫିସର ଏଭଳି ଯାଞ୍ଚ କରିଥିଲେ।” ତେବେ ଏନ୍ଡିଟିଭି ପକ୍ଷରୁ ଏହି ନିୟମ ବିଷୟରେ ତର୍ଜମା କରାଯାଇଥିଲା। ତେବେ ଏଭଳି ନିୟମ କେଉଁଠି ବି ଉଲ୍ଲେଖ ହୋଇନାହିଁ।୨୦୧୪ରେ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରି କହିଥିଲେ ଯେ ନିର୍ବାଚନ ପ୍ରଚାର ସମୟରେ କେହି ବି କୌଣସି ସରକାରୀ ଗାଡ଼ି କିମ୍ବା ହେଲିକପ୍ଟରର ବ୍ୟବହାର କରିପାରିବେ ନାହିଁ।
ଏହାକୁ ନେଇ କଂଗ୍ରେସ ଟ୍ୱିଟ କରି କହିଛି ଯେ “ନିର୍ବାଚନ ସମୟରେ ନିଜର କର୍ତ୍ତବ୍ୟ କରୁଥିବା ଜଣେ ଅଧିକାରୀଙ୍କୁ ଇସିଆଇ ନିଲମ୍ବିତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର କିମ୍ବା ଗାଡ଼ିକୁ ଯାଞ୍ଚ କରିବାକୁ କେଉଁଠି ମନା ବି କରାଯାଇ ନାହିଁ। ଅଫିସର ଜଣଙ୍କ ସେହି ଅନୁସାରେ କାମ କଲେ। ମୋଦି ତାଙ୍କ ହେଲିକପ୍ଟରରେ ଏମିତି କ’ଣ ନେଉଥିଲେ କି ଯାହା ସେ ବାହାରକୁ ଦେଖାଇବାକୁ ଚାହୁଁ ନଥିଲେ?”
ଆପ୍ ଟ୍ୱିଟ୍ କରି କହିଛି ଯେ “ ମୋଦିଙ୍କ ହେଲିକପ୍ଟର୍ ଯାଞ୍ଚ କରି ଅଫିସର ଜଣଙ୍କ ନିଲମ୍ବିତ ହେଲେ। ଚୌକିଦାର ନିଜ ଦ୍ୱାରା ପ୍ରସ୍ତୁତ ସୁରକ୍ଷା ଘରେ ରହୁଛନ୍ତି। ଚୌକିଦାର କ’ଣ ଲୁଚାଇବାକୁ ଚେଷ୍ଟା କରୁଛନ୍ତି।”
from Odisha Reporter http://bit.ly/2Gw62Fi
No comments:
Post a Comment