
ଚେନ୍ନାଇ: ଆଇପିଏଲରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ଜବରଦସ୍ତ ରହିଆସିଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ କୋଲକାତା ନାଇଟ ରାଇଡର୍ସକୁ ୭ ୱିକେଟରେ ପରାସ୍ତ କରିଛି।
ଦୁଇ ଟିମ୍ ମଧ୍ୟରେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ ବୋଲି ଲାଗୁଥିଲା, କିନ୍ତୁ ପୂରା ମ୍ୟାଚରେ ଧୋନିଙ୍କ ଟିମର ଦବଦବା ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ କେକେଆର ଟିମ୍ ଚେନ୍ନାଇ ଆଗରେ ଆତ୍ମସମର୍ପଣ କରିଦେଇଥିଲା। ମ୍ୟାଚ୍ ପରେ ଧୋନି ନିଜ ଟିମର ବୋଲରଙ୍କୁ ଜୋରଦାର ପ୍ରଶଂସା କରିଥିଲେ।
ଟିମର ଦୁଇ ଅଭିଜ୍ଞ ସ୍ପିନର ହରଭଜନ ସିଂହ ଓ ଇମ୍ରାନ ଖାନଙ୍କୁ ଧୋନି ଭିନ୍ନ ଢଙ୍ଗରେ ପ୍ରଶଂସା କରିଥିଲେ। ଭଜି ଓ ତାହିରଙ୍କ ବିଷୟରେ ଧୋନି କହିଥିଲେ, ଦୁହେଁ ପୁରୁଣା ୱାଇନ୍ (ମଦ) ଭଳି ଲଗାତାର ପରିପକ୍ୱ ହେବାରେ ଲାଗିଛନ୍ତି।
ଦୁହେଁ ପୁଣିଥରେ ପ୍ରମାଣିତ କରିଛନ୍ତି ଯେ, ବୟସ କେବଳ ଏକ ସଂଖ୍ୟା। ବୟସ ଏବେ ସେମାନଙ୍କ ସପକ୍ଷରେ ଅଛି। ଭଜି ପ୍ରତି ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି। ସେହିପରି ଇମ୍ରାନ ମଧ୍ୟ ମିଳିଥିବା ସୁଯୋଗର ଭରପୂର ଫାଇଦା ଉଠାଇଛନ୍ତି। ତେଣୁ ଦୁହେଁ ଟିମର ପ୍ରମୁଖ ସଦସ୍ୟ ଏବଂ ଏମାନଙ୍କ ବିନା ବିଜୟ ସମ୍ଭବ ନୁହେଁ ବୋଲି ଧୋନି କହିଛନ୍ତି।
ଧୋନି ଆହୁରି ମଧ୍ୟ କହିଛନ୍ତି, ଚଳିତ ଟୁର୍ଣ୍ଣାମେଣ୍ଟର ଆମର ପୂରା ବୋଲିଂ ୟୁନିଟର ପ୍ରଦର୍ଶନ ପ୍ରଶଂସନୀୟ ରହିଆସିଛି। କିନ୍ତୁ ଏବେବି ବୋଲରଙ୍କ ଅସଲ ପରୀକ୍ଷା ବାକି ଅଛି। ଫ୍ଲାଟ୍ ପିଚରେ ସେମାନେ କିପରି ପ୍ରଦର୍ଶନ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା। ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢ଼ିବାକୁ ହେଲେ ବୋଲରଙ୍କୁ ପ୍ରମୁଖ ଭୂମିକା ତୁଲାଇବାକୁ ପଡ଼ିବ। ତେଣୁ ଆମକୁ ଏବେ ଆହୁରି ଅଧିକ ପରିଶ୍ରମ କରିବାକୁ ପଡ଼ିବ ବୋଲି ଧୋନି କହିଛନ୍ତି।
from Odisha Reporter http://bit.ly/2Uv5mIP
No comments:
Post a Comment