
ରାଉରକେଲା:(ସତ୍ୟାନନ୍ଦ ମହାନ୍ତି):ସୁନ୍ଦରଗଡ଼ର ବିଶ୍ରା ମହିପାଣିରେ ୨୭ ଲକ୍ଷ ୪୯ ହଜାର ଟଙ୍କା ଜବତ କରାଯାଇଛି। ଏକ ନମ୍ବରବିହୀନ ଅଡ଼ି କାରରୁ ଯାଞ୍ଚ ବେଳେ ଏହି ଟଙ୍କା ଧରାପଡ଼ିଛି।
ସ୍ପେଶାଲ ସ୍କ୍ୱାର୍ଡ଼ ଯାଞ୍ଚ ବେଳେ ଟଙ୍କା ଭର୍ତ୍ତି ବ୍ୟାଗ୍ ଫୋପାଡ଼ି ଛୁ ମାରିଥିଲା ଅଡ଼ି। ଏହି ଘଟଣାରେ ଫେରାର ଚାଳକଙ୍କ ସହ ଅନ୍ୟ ଜଣଙ୍କୁ ଧରିବାକୁ ପିଛା କରିଛି ସ୍ପେଶାଲ ସ୍କ୍ୱାର୍ଡ଼। ତେବେ ଏହି ଟଙ୍କା ନିର୍ବାଚନ ବଣ୍ଟନ ଉଦ୍ଦେଶ୍ୟରେ ଯାଉଥିଲା ବୋଲି ସନ୍ଦେହ କରାଯାଉଛି।
from Odisha Reporter http://bit.ly/2G69e8U
No comments:
Post a Comment