ନ୍ୟୁଜିଲ୍ୟାଣ୍ଡ୍ ଓପନ୍: ପ୍ରଥମ ରାଉଣ୍ଡରୁ ସାଇନା ବିଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ନ୍ୟୁଜିଲ୍ୟାଣ୍ଡ୍ ଓପନ୍: ପ୍ରଥମ ରାଉଣ୍ଡରୁ ସାଇନା ବିଦା

ଅକଲ୍ୟାଣ୍ଡ୍: ଭାରତର ଷ୍ଟାର୍ ଶଟଲର୍ ସାଇନା ନେହ୍ୱାଲ ଏଠାରେ ଆରମ୍ଭ ହୋଇଥିବା ନ୍ୟୁଜିଲ୍ୟାଣ୍ଡ୍ ଓପନର ପ୍ରଥମ ରାଉଣ୍ଡରେ ବିଶ୍ୱର ୨୧୨ ନମ୍ବର ଚାଇନା ଖେଳାଳି ୱାଙ୍ଗ ଝିୟିଙ୍କଠାରୁ ହାରି ବିଦାୟ ନେଇଛନ୍ତି।

୨୯ ବର୍ଷୀୟ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ତଥା ବିଶ୍ୱର ୯ ନମ୍ବର ଖେଳାଳି ସାଇନା ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ୧୯ ବର୍ଷୀୟ ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟରୁ ୧୬-୨୧, ୨୩-୨୧, ୪-୨୧ ଗେମରେ ପରାସ୍ତ ହୋଇଛନ୍ତି। ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ୧ ଘଣ୍ଟା ୭ ମିନିଟ୍ ଧରି ଚାଲିଥିଲା।

ସେହିପରି ପୁରୁଷ ସିଙ୍ଗଲ୍ସରେ ଭାରତର ୧୭ ବର୍ଷୀୟ ଲକ୍ଷ୍ୟ ସେନ୍ ମଧ୍ୟ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ୧ ଘଣ୍ଟା ୮ ମିନିଟ୍ ଧରି ଚାଲିଥିବା ମୁକାବିଲାରେ ଲକ୍ଷ୍ୟ ତାଇୱାନର ୱାଙ୍ଗ ଜୁ ୱେଇଙ୍କଠାରୁ ୨୧-୧୫, ୧୮-୨୧, ୧୦-୨୧ ଗେମରେ ପରାସ୍ତ ହୋଇଥିଲେ।

ଏହା ପୂର୍ବରୁ ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ଅଶ୍ୱିନୀ ପୋନ୍ନାପ୍ପା ଓ ଏନ୍. ସିକ୍କି ରେଡ୍ଡି ସଂଘର୍ଷପୂର୍ଣ୍ଣ ପ୍ରଥମ ରାଉଣ୍ଡରେ ଚାଇନା ଯୋଡ଼ି ଲିଉ ସୁଆନସୁଆନଙ୍କଠାରୁ ୧୪-୨୧, ୨୩-୨୧, ୧୪-୨୧ ଗେମରେ ହାରି ବିଦାୟ ନେଇଛନ୍ତି।

କିନ୍ତୁ ପୁରୁଷ ଡବଲ୍ସରେ ମନୁ ଅଟ୍ଟ୍ରି ଓ ବି. ସୁମିତ୍ କୁମାର ରେଡ୍ଡି ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଭାରତୀୟ ଯୋଡ଼ି ପ୍ରଥମ ରାଉଣ୍ଡରେ ନ୍ୟୁଜିଲ୍ୟାଣ୍ଡର ଜୋଶୁଆ ଫେଙ୍ଗ୍ ଓ ଜ୍ୟାକ୍ ଜିଆଙ୍ଗଙ୍କୁ ସିଧାସଳଖ ୨୧-୧୭, ୨୧-୧୦ ଗେମରେ ହରାଇଛନ୍ତି।

ଅନ୍ୟପକ୍ଷରେ ଅନୁରା ପ୍ରଭୁଦେଶାଇ ପ୍ରଥମ ରାଉଣ୍ଡରେ ଚାଇନାର ୧୫ ନମ୍ବର ଖେଳାଳି ଲି ଜ୍ୟୁରେଇଙ୍କ ନିକଟରୁ ୯-୨୧, ୧୦-୨୧ ଗେମରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି।



from Odisha Reporter http://bit.ly/2Lbn0Nk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages