କିଏ ଏହି ତୁଷାରମାନବ? କୁଆଡୁ ଆସେ, କୁଆଡେ ଯାଏ… ଜାଣନ୍ତୁ ରହସ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

କିଏ ଏହି ତୁଷାରମାନବ? କୁଆଡୁ ଆସେ, କୁଆଡେ ଯାଏ… ଜାଣନ୍ତୁ ରହସ୍ୟ

ନୂଆଦିଲ୍ଲୀ: ହିମାଳୟର ବରଫାବୃତ ପାଦଦେଶରେ ଭାରତୀୟ ସେନା ‘ତୁଷାରମାନବ’ ବା ‘ୟେତି’ର ପାଦ ଚିହ୍ନ ଠାବ କରିଛି। ସେନା ବାହିନୀର ଏକ ଟିମ୍‌ ନେପାଳକୁ ଲାଗି ରହିଥିବା ହିମାଳୟର ମାକାଲୁ ବେସ୍‌ କ୍ୟାମ୍ପ ନିକଟରେ ଏଭଳି ‘ୟେତି’ର ପାଦ ଚିହ୍ନ ଠାବ କରିଥିବା ଟ୍ୱିଟ୍‌ କରି ଫଟୋ ଜାରି କରିଛି।

କିମ୍ୱଦନ୍ତୀ କୁହେ, ହିମାଳୟରେ ‘ତୁଷାରମାନବ’ ବା ‘ୟେତି’ର ରହିଥିବା କଥା ବହୁ ପୁରୁଣା । ହିମାଳୟରୁ ‘ତୁଷାରମାନବ’ର ପାଦ ଚିହ୍ନ ଆଗରୁ ମଧ୍ୟ ଦେଖିବାକୁ ମିଳିଛି । ତେବେ ସେନା ପକ୍ଷରୁ ଏହାର ଫଟୋ ଜାରି କରାଯିବା ପରେ ଏହି ବିଷୟ ପୁଣି ଥରେ ଚର୍ଚ୍ଚାକୁ ଆସିଛି।
ତେବେ ଆସନ୍ତୁ ଜାଣିବା ଏହି ‘ତୁଷାରମାନବ’ ବା ‘ୟେତି’ କ’ଣ ଏବଂ ଏହି ଅଜଣା ଜୀବକୁ ନେଇ କ’ଣ କ’ଣ ପରିକଳ୍ପନାମାନ ରହିଛି।

କିଏ ଏହି ତୁଷାରମାନବ?
ତିବ୍ବତ ଓ ନେପାଳର ଲୋକପ୍ରିୟ କାଳ୍ପନିକ କଥା ଅନୁସାରେ ଏସିଆର ସୁଦୂର ହିମାଳୟ ପାର୍ବତୀୟ ଅଞ୍ଚଳରେ ଦୈତ୍ୟକାର ବା ଅସୁରକାୟ ମାଙ୍କଡ଼ ପରି ଜୀବ ରହିଥାନ୍ତି। ଯାହାଙ୍କୁ ‘ୟେତି’ ବା ‘ତୁଷାରମାନବ’ ବୋଲି କୁହାଯାଏ।
ସର୍ବପ୍ରଥମେ ୧୯୨୧ ମସିହାରେ ‘ତୁଷାରମାନବ’ ଦେଖିବାକୁ ମିଳିଥିଲା ବୋଲି ଦାବି କରାଯାଏ। ହେନରୀ ନ୍ୟୁମେନ୍‌ ନାମକ ଜଣେ ସାମ୍ୱାଦିକ ବ୍ରିଟେନ୍‌ର ଏକ ଅନୁସନ୍ଧାନକାରୀ ଦଳଠାରୁ ସାକ୍ଷାତକାର ନେଇଥିଲେ। ସେଥିରେ ଅନୁସନ୍ଧାନକାରୀ ଦଳ ଦାବି କରିଥିଲେ ଯେ, ତାଙ୍କୁ ପାହାଡ଼ରେ ବିଶାଳକାୟ ଜୀବର ପାଦ ଚିହ୍ନ ଦେଖିବାକୁ ମିଳିଥିଲା। ସେମାନଙ୍କ କହିବା ଅନୁସାରେ ସେହି ପାଦ ଚିହ୍ନ ‘ମେତୋହ-କାଙ୍ଗମୀ’ର ଥିଲା। ‘ମେତୋହ’ର ଅର୍ଥ ମଣିଷ ପରି ଦେଖିବାକୁ ଭାଲୁର ପାଦ ଚିହ୍ନ ଏବଂ ‘କାଙ୍ଗମୀ’ର ଅର୍ଥ ବରଫ ଅଞ୍ଚଳରେ ଦେଖିବାକୁ ମିଳୁଥିବା ମଣିଷ।

କ’ଣ ରହିଛି ଏହାକୁ ନେଇ ପ୍ରମାଣ
୧୯୫୧ରେ ବ୍ରିଟିଶ୍‌ ପର୍ବତାରୋହୀ ଏରିକ ଶିପ୍ଟନ୍ ହିମାଳୟ ଆରୋହଣ କରୁଥିବା ସମୟରେ ମେନଲୁଙ୍ଗ ଗ୍ଲେସିୟରରେ ବିଶାଳକାୟ ଜୀବର ପାଦ ଚିହ୍ନ ଦେଖିଥିଲେ । ସେ ଏହାର ଫଟୋ ମଧ୍ୟ ନିଜ କ୍ୟାମେରାରେ ଉତ୍ତୋଳନ କରିଥିଲେ। ‘ତୁଷାରମାନବ’ ଅଛନ୍ତି ବୋଲି ଏହା ଥିଲା ପ୍ରଥମ ପ୍ରମାଣ।

ସେହିପରି ୧୯୫୩ ମସିହାରେ ଏଡ୍‌ମଣ୍ଡ ହିଲାରୀ ଓ ନେତାଜିଙ୍ଗ୍‌ ନୋର୍ଗୋ ମାଉଣ୍ଟ ଏଭରେଷ୍ଟ ଆରୋହଣ କରୁଥିବା ସମୟରେ ବଡ଼ ପାଦ ଚିହ୍ନ ଦେଖିବାକୁ ପାଇଥିଲେ। ୨୦୦୮ରେ ଜାପାନୀମାନେ ତିବ୍ବତରେ ଥିବା ହିମାଳୟ କ୍ଷେତ୍ରରେ ପାଖାପାଖି ୮ ଇଞ୍ଚ୍‌ ଲମ୍ୱର ପାଦ ଚିହ୍ନ ଦେଖିଥିବା ଦାବି କରିଥିଲେ।

୧୯୨୫ ମସିହାରେ ଜଣେ ଜର୍ମାନ୍‌ ଫଟୋଗ୍ରାଫର ତୁଷାରମାନବ ଉପରେ ପ୍ରଥମ ରିପୋର୍ଟ ପ୍ରକାଶ କରିଥିଲେ। ସେହି ରିପୋର୍ଟରେ ସେ କହିଥିଲେ ଯେ, ‘ତୁଷାରମାନବର’ ଆକୃତି ମଣିଷ ପରି । ଏପରିକି ଏହି ଜୀବ ସିଧା ହୋଇ ଛିଡ଼ା ହେବା ସହିତ ଚଲାବୁଲା ମଧ୍ୟ କରନ୍ତି ।

୨୦୧୭ରେ ଆମେରିକା ଜୀବବିଜ୍ଞାନୀ ‘Charlotte Lindquist’ଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଏକ ଟିମ୍‌ ଦାବି କରିଥିଲେ ଯେ, ସେମାନେ ତୁଷାରମାନବ ଓ ସେମାନଙ୍କ ମୃତ୍ୟୁ ସହିତ ଜଡ଼ିତ ରହସ୍ୟକୁ ଖୋଜି ବାହାର କରିଛନ୍ତି। ଆହୁରି ମଧ୍ୟ ସେମାନେ ତୁଷାରମାନବ ଅବଶେଷର ଡିଏନ୍‌ଏ ଟେଷ୍ଟ କରି ଏହାର ବିଶ୍ଳେଷଣ କରିଥିଲେ। ସେହି ଅବଶେଷରେ ତୁଷାରମାନବର ହାତ, ଦାନ୍ତ, ନଖ, ହାତର ଚର୍ମ, ବାଳ ଏବଂ ମଳ ଥିଲା। ଯାହାକୁ ତିବ୍ବତ ଓ ହିମାଳୟ ପାଦଦେଶରୁ ସଂଗ୍ରହ କରାଯାଇଥିଲା।

କିନ୍ତୁ ସଂଗ୍ରହ ହୋଇଥିବା ଅବଶେଷର ଯାଞ୍ଚ ପରେ ନଅଟି ନଖରୁ ଗୋଟିଏ ନଖ କୁକୁର ବୋଲି ଜଣା ପଡ଼ିଥିଲା ଏବଂ ଅନ୍ୟ ୮ଟି ଅଲଗା ଅଲଗା ପ୍ରଜାତିର ଭାଲୁଙ୍କର ଥିଲା। ଯେପରି ଏସିଆର କଳା ଭାଲୁ, ହିମାଳୟ ଓ ତିବ୍ବତକ ଭୁରେ ଭାଲୁ। ଯେଉଁମାନଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରିନାହିଁ।

ତୁଷାରମାନବକୁ କେଉଁ ଦେଶରେ କ’ଣ କୁହନ୍ତି 
୧.ତିବ୍ବତ ଓ ନେପାଳ- ୟେତି
୨. ମଙ୍ଗୋଲିୟା-ଅଲ୍‌ମାସ
୩. ଭିଏତ୍‌ନାମ୍‌-ବଟୁଟୁଟ୍‌
୪. ଉତ୍ତର ଆମେରିକା-ବିଗଫୁଟ୍‌
୫.ଅଷ୍ଟ୍ରେଲିଆ- ୟୋୱାଇ
୬. ସ୍କଟ୍‌ ଲାଣ୍ଡ-ଫିୟର୍‌ ଲିଥ୍‌



from Odisha Reporter http://bit.ly/2GXoYgo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages