ମମତା ବାନାର୍ଜୀଙ୍କ ଫଟୋ ମର୍ଫି ମାମଲା, ଜେଲରୁ ମୁକୁଳିବା ପରେ ନିର୍ଯାତନା ଅଭିଯୋଗ ଆଣିଲେ ବିଜେପି ନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ମମତା ବାନାର୍ଜୀଙ୍କ ଫଟୋ ମର୍ଫି ମାମଲା, ଜେଲରୁ ମୁକୁଳିବା ପରେ ନିର୍ଯାତନା ଅଭିଯୋଗ ଆଣିଲେ ବିଜେପି ନେତ୍ରୀ

priyanka-sharma

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମର୍ଫି ଫୋଟ ଭାଇରାଲ କରି ଗିରଫ ହୋଇଥିବା ବିଜେପି ନେତ୍ରୀ ପ୍ରିୟଙ୍କା ଶର୍ମା ଆଜି ଜେଲରୁ ମୁକୁଳିଛନ୍ତି। ସୁପ୍ରିମକୋର୍ଟ ଗତକାଲି ତାଙ୍କୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସର୍ବୋଚ୍ଚ କୋର୍ଟଙ୍କ ଶୁଣାଣିର ୧୮ ଘଣ୍ଚା ପରେ ବିଜେପି ନେତ୍ରୀ ଜେଲରୁ ମୁକୁଳିଛନ୍ତି। ତେବେ ସେ କୌଣସି ଭୁଲ କରିନାହାନ୍ତି ତେଣୁ କ୍ଷମା ମାଗିବେ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି ପ୍ରିୟଙ୍କା।

ଗତକାଲି ସୁପ୍ରିମକୋର୍ଟ ମମତା ବାନାର୍ଜୀଙ୍କ ମର୍ଫି ଫୋଟକୁ ନେଇ ଶୁଣାଣି କରିଥିଲେ। ସେଥିରେ ଏହି ବିଜେପି ନେତ୍ରୀଙ୍କୁ ଶୀଘ୍ର ଛାଡିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଲିଖିତ କ୍ଷମା ପ୍ରାର୍ଥନା କରିବା ପାଇଁ କହିଥିଲେ। ହେଲେ ସେ ଏପରି କରିବେ ନାହିଁ ବୋଲି ଆଜି ସିଧାସିଧା କହିଛନ୍ତି। ଅନ୍ୟମାନେ ମଧ୍ୟ ମମତାଙ୍କ ମର୍ଫି ଫୋଟ ସେୟାର କରିଛନ୍ତି। କିନ୍ତୁ ସେ କାହିଁକି ଏକୁ଼ଟିଆ ଗିରଫ ହେବେ ଓ କ୍ଷମା ମାଗିବେ ବୋଲି ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଅବକାଶ ଛୁଟି ଖୋଲିବା ପରେ ଜୁଲାଇ ମାସରେ ଏହି ଶୁଣାଣିକୁ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।

ତେବେ ଜେଲରୁ ମୁକୁଳିବା ବେଳେ ଜେଲ କର୍ମଚାରୀ ସତ୍ୟପାଠରେ ଦସ୍ତଖତ କରିବା ପାଇଁ ବାଧ୍ୟ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଯାହକି ମାନବାଧିକାର କ୍ଷୁର୍ଣ୍ଣ ଏବଂ ସୁପ୍ରିମକୋର୍ଟଙ୍କ ଆଦେଶର ଅବମାନନା ବୋଲି ସେ ଦର୍ଶାଇଛନ୍ତି। ଏହାକୁ ନେଇ ବିଜେପି ନେତ୍ରୀଙ୍କ ଓକିଲ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। କାହିଁକି ଆଦେଶ ପରେ ବି ପ୍ରିୟଙ୍କାଙ୍କୁ ଜେଲରୁ ଛାଡ଼ିବାରେ ବିଳମ୍ୱ ହେଲା ସେ ନେଇ ପଶ୍ଚିମବଙ୍ଗ ପୁଲିସକୁ ଜବାବ ମାଗିବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି ବିଜେପି ନେତ୍ରୀଙ୍କ ଓକିଲ।

ଏଥିସହ ଜେଲରେ ସେ ରହିବା ବେଳେ ତାଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି। କାହା ସହିତ କଥା ହେବାକୁ ଜେଲ କର୍ମଚାରୀ ଦେଇନଥିବା ବେଳେ ମହିଳା ଶୌଚାଳୟରେ ପାଣି ନଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନ୍ୟୁୟର୍କ ମେଟ ଗାଲା ଇଭେଣ୍ଟରେ ଉଠାଯାଇଥିବା ଫଟୋରେ ମମତାଙ୍କ ମୁହଁ ଯୋଡ଼ି ସୋଶାଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଫଟୋକୁ ବିଜେପି ଯୁବମୋର୍ଚ୍ଚାର ସଭାପତି ପ୍ରିୟଙ୍କା ଶର୍ମା ଫେସବୁକରେ ଶେୟାର କରିଥିଲେ।

ଏହାପରେ ଟିଏମସି ନେତା ସାଇବର ସେଲରେ ପ୍ରିୟଙ୍କା ଶର୍ମାଙ୍କ ନାଁ’ରେ ଅଭିଯୋଗ କରିଥିଲେ। ଶନିବାର ଦିନ ପୁଲିସ ପ୍ରିୟଙ୍କାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ଏହାପରେ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇ ଦେଇଥିଲା।



from Odisha Reporter http://bit.ly/2YA3Xyd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages