
ମୁମ୍ବାଇ: ଆପଣ ବହୁତ ମନ୍ଦିର ଯାଇଥିବେ। ପ୍ରାୟ ସବୁ ମନ୍ଦିରରେ ଆପଣ ପଥର, ମାଟି, ସୁନା ବା ରୂପାର ମୁର୍ତ୍ତି ଦେଖିଥିବେ। କିନ୍ତୁ ଆଜି ଆପଣଙ୍କୁ ଏପରି ଏକ ଭଗବାନଙ୍କ ମୁର୍ତ୍ତି ବିଷୟରେ କହିବାକୁ ଯାଉଛୁ, ଯାହା ଗୋବରରେ ତିଆରି ହୋଇଛି। ଭାରତରେ ଯେତେ ବି ମନ୍ଦିର ଅଛି ସବୁ ମନ୍ଦିରର କିଛି ନା କିଛି ଇତିହାସ ରହିଛି। ତେବେ ଆପଣ ଏହା ବିଶ୍ୱାସ କରିବେନି କି, ଏହି ମନ୍ଦିରରେ ପୂଜା ପାଉଥିବା ଭଗବାନ ଗଣେଶ ଗୋବରରେ ତିଆରି ହୋଇଛନ୍ତି।
କେଉଁଠି ଅଛି ଏହି ମନ୍ଦିର

ଏହି ମନ୍ଦିର ମଧ୍ୟପ୍ରଦେଶର ମହେଶ୍ୱର ନାମକ ସ୍ଥାନରେ ରହିଛି। ଏଠାରେ ଭଗବାନ ଗଣେଶ ଦକ୍ଷିଣ ମୁଖା ହୋଇ ଦର୍ଶନ ଦେଉଛନ୍ତି। ଏହି ମନ୍ଦିରର ମୂର୍ତ୍ତି ଗୋବରରେ ତିଆରି ହୋଇଥିବାରୁ ଏହି ମନ୍ଦିରକୁ ଗୋବର ଗଣେଶ ମନ୍ଦିର ବୋଲି କୁହାଯାଏ। । ଏହି ମୂର୍ତ୍ତି ୯୦୦ ବର୍ଷ ପୁରୁଣା ବୋଲି କୁହାଯାଏ।
ମନ୍ଦିରର ଗଠନ ଶୈଳୀ
ଆମେ ଯଦି ଏହି ମନ୍ଦିରର ଗଠନ ଶୈଳୀ ଦେଖିବା ତାହାଲେ ଏହା ବାହାରକୁ ମସ୍ଜିଦ୍ ଭଳି ଦେଖାଯିବ। କୁହାଯାଏ ଯେ, ଔରଙ୍ଗ୍ଜେବ୍ଙ୍କ ଶାସନ କାଳରେ ଏହି ମନ୍ଦିରକୁ ଭାଙ୍ଗି ମସ୍ଜିଦ୍ ତିଆରି କରିବା ପାଇଁ ଚେଷ୍ଟା କରାଯାଇଥିଲା। ଏଥିପାଇଁ ଏହି ମନ୍ଦିର ମସ୍ଜିଦ୍ ଭଳି ଦେଖାଯାଏ।
ମନ୍ଦିରରେ ଗଣେଶଙ୍କ ଗଳାରେ ହାର ଏବଂ ମୁଣ୍ଡରେ ସୁନ୍ଦର ମୁକୁଟ ଆପଣ ଦେଖିବାକୁ ପାଇବେ। ଗୋବରରେ ମା’ ଲଷ୍ମୀ ବାସ କରୁଥିବା କୁହାଯାଏ। ଏଥିପାଇଁ ଏହି ମନ୍ଦିର ବହୁ ଲୋକପ୍ରିୟ। ପ୍ରଭୁ ଶ୍ରୀ ଗଣେଶ ସମସ୍ତଙ୍କ ମନୋସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି।
ଏହି ମନ୍ଦିରର ଆଉ ଏକ ବିଶେଷତ୍ୱ ହେଲା, ଶ୍ରଦ୍ଧାଳୁମାନେ ମନୋସ୍କାମନା ପୂରଣ ପାଇଁ ଏଠାରେ ସ୍ୱସ୍ତିକ ଚିହ୍ନକୁ ଓଲଟାଇ ଲଗାଇଥାନ୍ତି। ଏବଂ ଯେତେବେଳେ ମନୋସ୍କାମନା ପୂରା ହୋଇଥାଏ ସେତେବେଳେ ଓଲଟା ଲଗାଇଥିବା ସେହି ସ୍ୱସ୍ତିକ ଚିହ୍ନକୁ ସିଧା କରି ଦେଇଥାନ୍ତି।
ଏହି ଗୋବର ଗଣେଶ ମନ୍ଦିରରେ ପ୍ରତ୍ୟେକ ଦିନ ପାଖାପାଖି ୫୦୦ ଶ୍ରଦ୍ଧାଳୁ ଭଗବାନଙ୍କ ଦର୍ଶନ କରିଥାନ୍ତି। ବିଷେଶ କରି ଦିପାବଳୀ, ଗଣେଷ ପୂଜା ଏବଂ ନୂଆ ବର୍ଷରେ ଏହି ମନ୍ଦିରରେ ପ୍ରବଳ ଜନସମାଗମ ହୋଇଥାଏ।
from Odisha Reporter http://bit.ly/2Eb282V
No comments:
Post a Comment